କେସିଙ୍ଗା, ୨୪ା୨(ତୁମେଶ୍ଵର ସାହୁ): କଳାହାଣ୍ଡି ଗଞ୍ଜାମ ଜିଲା ସହିତ ଏକ ବ୍ୟବସାୟିକ ସଂପର୍କ ରହିଆସିଛି। ବ୍ୟବସାୟ ବାଣିଜ୍ୟ ସହିତ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରାୟ ପ୍ରତ୍ୟହ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ ବ୍ରହ୍ମପୁରକୁ ଯିବାଆସିବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ତାଳୁକ ବାଣାୟତ ଓଡ଼ିଆ ସମାଜର ସଭାପତି ଝଡ଼ିଆ ସ୍ୱାଇଁ ,ସାଧାରଣ ସଂପାଦକ ରମେଶ କୁମାର ଜେନାଙ୍କ,ପକ୍ଷରୁ ବାଣିଜ୍ୟ ଓ ପରିବହନ ,ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ଭବାନୀପା ପାଟଣାରୁ ବ୍ରହ୍ମପୁରକୁ ମାତ୍ର ଗୋଟିଏ ସରକାରୀ ବସ ଚଳାଚଳା କରୁଛି ।
ଯାହା ଭବାନୀପାଟଣାରୁ ସିଧା ବାହାରି ମ.ରାମପୁର ଦେଇ ବ୍ରହ୍ମପୁର ଯାଉଛି । ଯଦି ଏହି ସରକାରୀ ବସଟି ବାନୀପାଟଣାରୁ ବାହାରି ଭାୟା କେସିଙ୍ଗା-ଅମାଠ ଛକ – ମ.ରାମପୁଚ ଦେଇ ବ୍ରହ୍ମପୁର ଯାଆନ୍ତା ତେବେ ଭବାନୀପାଟଣା ଅଞ୍ଚଳ ସହିତ କେସିଙ୍ଗା ବ୍ଲକ, ସହ ଏନ ଏ ସି ,ବଲାଙ୍ଗୀର ଜିଲାର ବେଲଗା, ନର୍ଲା, କର୍ଲାମୁଣ୍ଡା , ମ.ରାମପୁର ବ୍ଳକ ସହିତ ଲୋକଙ୍କ ସୁବିଧା ପାଇ ପାରନ୍ତେ। ଏହି ସମସ୍ୟାକୁ ନେଇ
କଳାହାଣ୍ଡି ତାଳୁକ ବାଣାୟତ ଓଡିଆ ସମାଜ ତରଫର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।


