ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିସ୍ଥିତ ଓ୍ବାର୍ଡ ନଂ.୯ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ରାସ୍ତାର ଉଭୟ ପାଶର୍‌ବରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଓ୍ବାର୍ଡବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।

କେସିଙ୍ଗା ଏନ୍‌ଏସି ଓ୍ବାର୍ଡ ନଂ.୯ ସ୍ଥିତ ତହସିଲ ଅଫିସ, କୋଣାର୍କ ସୂତାକଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଫିସ, କୃଷି ବିଭାଗ ଅଫିସ, ଅଗ୍ନିଶମ କାର୍ଯ୍ୟାଳୟ, ମିନି ଷ୍ଟାଡିୟମ,କେନ୍ଦୁ ଲିଫ, ଅଫିସ ତଥା ନିକଟସ୍ଥ ଓ୍ବାର୍ଡ ନଂ.୧୦ସ୍ଥିତ ସାମ୍ନାରେ ଜେଏମ୍‌ସି. କୋର୍ଟ, ମିଶନ ଶକ୍ତି , କୋଷାଗାର, ଅବକାରୀ ଥାନା , ଆଦର୍ଶ ବିଦ୍ୟାଳୟ ଓ ଆଦିବାସୀ ଛାତ୍ରୀଛାତ୍ର ଆଶ୍ରମ ଇତ୍ୟାଦି କାର୍ଯ୍ୟାଳୟଗୁଡ଼ିକ ଗଢ଼ି ଉଠିଛି। ମାତ୍ର ଦେଖାଯାଉଛି ଯେ, ଉକ୍ତ ସ୍ଥାନରେ ଅନେକଗୁଡ଼ିଏ ସରକାରୀ ଅଫିସ ଥିଲେ ସୁଦ୍ଧା ନିକଟରେ କୌଣସି ନୂତନ ଦୋକାନ କିମ୍ବା ବଜାର ନ ଥିବାରୁ ଲୋକମାନେ ଗ୍ରୀଷ୍ମପ୍ରବାହ, ବର୍ଷା ଋତୁରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରୁ ତଥା ଆଖପାଖରୁ ବିଭିନ୍ନ ସରକାରୀ କାମରେ ଆସୁଥିବା ଲୋକ ମାନଙ୍କୁ ବହୁତ ହଇରାଣ ହରକତ ହୋଇ ହାରାହାରି ଏକ କିମି ଦୂର ସହର ଭିତରକୁ ଆସିଲା ପରେ ଜରୁରୀ ସାମଗ୍ରୀ ମିଳିଥାଏ। ତେଣୁ ତହସିଲ ଅଫିସ ରାସ୍ତା କଡରେ ଥିବା ସରକାରୀ ଜାଗାରେ ପରିଷଦ ଦ୍ୱାରା ବିପ୍ପଣୀ ଗୃହ (Market Complex) ତିଆରି କରାଗଲେ ଆଖପାଖ ଅଞ୍ଚଳର ଅଫିସମାନଙ୍କ ସହିତ ଅଫିସକୁ ଆସୁଥିବା ଲୋକମାନଙ୍କ ଆବଶ୍ୟକ ସାମଗ୍ରୀ ମିଳିପାରିବ ଏବଂ ଲୋକେ ହଇରାଣ ହେବେ ନାହିଁ।

ପରିଷଦ ଦ୍ୱାରା ଯଥା ସମ୍ଭବ ଶୀଘ୍ର ନୂତନ ଦୋକାନ ଗୃହ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଗଲେ ଉପରୋକ୍ତ କାର୍ଯ୍ୟାଳୟ କର୍ମଚାରୀ ତଥା ଜନସାଧାରଣ ସ୍ବଳ୍ପ ଦୂରରେ ଆବଶ୍ୟକୀୟ ସାମଗ୍ରୀ ପାଇଁ ପାରିବେ ବୋଲି ଓ୍ବାର୍ଡବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଚିନ୍ମୟ ଆଚାରୀୟଙ୍କୁ ପଚାରିବାରୁ ଯଦି ତହସିଲଦାର ଏନ୍‌ଏସିକୁ ଜମି ଦେଲେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଉଦ୍ୟମ କରିବୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଆଣ୍ଠେଇଲା ବାଂଲାଦେଶ! ICCକୁ ଆଖି ଦେଖାଇବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୧୨।୨: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମୁଖ୍ୟ ଅମିନୁଲ ଇସଲାମ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 ବିଶ୍ୱକପ ମ୍ୟାଚ ଦେଖିବା…

ପୋଲିସର ଭୁଲ ପାଇଁ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ ଏବେ ପରିବାରକୁ ମିଳିବ ୨୬୨ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨।୨: ଆମେରିକାର ସିଆଟେଲ ସହର ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ପରିବାର ସହିତ ୨୯ ନିୟୁତ ଡଲାର (ପ୍ରାୟ ୨୬୨ କୋଟି)ର ସମାଧାନ ପାଇଁ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

T20 World Cupରେ ଇତିହାସ ରଚିଲା ଶ୍ରୀଲଙ୍କା, ଓମାନକୁ…

ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓମାନକୁ ୧୦୫ ରନରେ ପରାସ୍ତ କରିଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦…

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

ଯାହା ଭୟ କରୁଥିଲା ପାକିସ୍ତାନ, ତାହା କରିଦେଲା ଭାରତ: ୧୧୪ ରାଫାଲ ଜେଟ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୨:ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri