ନିୟମିତ ଶିକ୍ଷକ ମାନ୍ୟତା ଦାବି

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିକ୍ଷକମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ୨୦୧୫ ମସିହାରୁ ଶିକ୍ଷା ସହାୟକ/ସହାୟିକା ଭାବରେ ବିଭିନ୍ନ ସ୍କୁଲରେ ଚାକିରି କରିଆସୁଛନ୍ତି। ଇତି ମଧ୍ୟରେ ୬ ବର୍ଷ ହେଲା ଚାକିରି କରିସାରିଥିଲେ ହେଁ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ନିୟମିତ କରାଯାଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।