ଭାଗ ଜମି ବିକ୍ରି ବନ୍ଦ, ସରଳୀକରଣ ନିୟମ ପ୍ରଣୟନ ଲାଗି ମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୧୭ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ୨୦୨୨ ମେ ୧ଠାରୁ ଭାଗ ଜମି ବିକ୍ରୟ କରିବା ବନ୍ଦ ହୋଇଯାଇଛି। ଏହି ସମସ୍ୟା ସମାଧାନ ନେଇ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ଗସ୍ତ ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୂତନ ନିୟମ ପ୍ରକାରରେ ଜଣେ ବ୍ୟକ୍ତି ନିଜ ଜମିର କିଛି ଅଂଶ ବିକ୍ରି କରି ପାରିବ ନାହିଁ। ଯାହାଦ୍ୱାରା ବିନା କାରଣରେ ତା’ର ସମସ୍ତ ଜମି ବିକ୍ରି କରିବାକୁ ବାଧ୍ୟ ହୋଇ ଭୂମିହୀନ ହେବାକୁ ପଡୁଛି। କୌଣସି ଗରିବ ଶ୍ରେଣୀର ବ୍ୟକ୍ତି ଛୋଟିଆ ଜାଗାଟିଏ କିଣି ଘର କରିପାରୁ ନାହାନ୍ତି। ଭଡ଼ା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଓ ସାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ଆବଶ୍ୟକ ସୁଳେ ନିଜ ସମ୍ପତ୍ତିର ଆଶିଂକ ଭାଗ ମଧ୍ୟ ବିକ୍ରି କରି ପାରୁ ନାହାନ୍ତି। ନିଜର ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟନ ମଧ୍ୟ କରିପାରୁନାହାନ୍ତି। ଜମି ବିକ୍ରି ବନ୍ଦ ଯୋଗୁ ସହର ବିକାଶ ନିର୍ମାଣରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ମଧ୍ୟ ହେଉଛି। ଏହି ସବୁ ଅସୁବିଧାର ସମାଧାନ ପାଇଁ ଓଡ଼ିଶା ସରକାର ଏକ ସରଳୀକରଣ ଉପାୟ ବାହାର କରି କିଣାବିକା, ନିର୍ମାଣ କାର୍ଯ୍ୟ, ଜନସାଧାରଣଙ୍କ ରୋଜଗାର ଇତ୍ୟାଦି, ସହର, ଗାଁର ବିକାଶକୁ ଦୃଷ୍ଟିରେ ରଖି ସରଳୀକରଣ ନିୟମ ଆଇନ ପ୍ରଣୟନ କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଲୋହିତ କୁମାର ମଙ୍ଗରାଜ, ସନ୍ତୋଷ କୁମାର ପାଢ଼ୀ, ସୁନୀଲ କୁମାର ପାଣିଗ୍ରାହୀ, ଅଜିତ କୁମାର ସୁବୁଦ୍ଧି, ଧନୁର୍ଦ୍ଧର ପାତ୍ର, ପ୍ରଦୀପ ସିଂ, ସଂଜୀବ କୁମାର ଦାଶ, ପ୍ରଭାତ ତ୍ରିପାଠୀ, ସଂଗ୍ରାମ ମହାନ୍ତି, ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri