ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଉକ୍ତ ଖଣିରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବ୍ରହ୍ମେଶ୍ୱର ମହାକୁଡଙ୍କ ମା’ ତାରିଣୀ ଟ୍ରନ୍ସପୋର୍ଟ ସଂସ୍ଥା କାମ କରି ଆସୁଥିଲା । ତେବେ ଗତ ରବିବାରଠାରୁ ମା’ତାରିଣୀ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ଏକ ଚାଟିଆ ପରିବହନ କାମ କରିବା ଦାବିରେ ଖଣିଠାରୁ ୫ କିଲୋମିଟର ଦୂର ମାଲାଙ୍ଗଟୋଲୀରେ ବାହାର ଲୋକ ଲଗାଇ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଥିବାରୁ ପରିବହନ କାର୍ଯ୍ୟ ବନ୍ଦ ରହିଛି

ଏ ନେଇ ବିପିନ ମୁଣ୍ଡା, କ୍ରିଣ୍ଣା ମୁଣ୍ଡା, କଲୁ ଦେହୁରୀ, ଅଶୋକ କୁମାର ବାରିକ, ଆଦିକାନ୍ତ ଘଣା, କୃଷ୍ଣଚନ୍ଦ୍ର ଘଣା, ହେମନ୍ତ କୁମାର ଘଣା, ପୂର୍ଣ୍ଣ ଚନ୍ଦ୍ର ବାରିକ, ରାକେଶ ଚନ୍ଦ୍ର ଘଣା, ଇନ୍ଦ୍ରମଣି ଘଣା, ସୁଶାନ୍ତ ଘଣା, ରାକେଶ ମୁଣ୍ଡା, ରାଜକିଶୋର ଆପଟ୍ଟ, ଚିତ୍ରସେନ ଘଣା, ବନମାଳୀ ନାଏକ, ବିଘ୍ନେଶ୍ୱର ଘଣା, ବିମ୍ବା ଦେହୁରୀ, ସାନୁ ଦେହୁରୀ, ସଂଜୟ ମୁଣ୍ଡା, ମନମୋହନ ଘଣା ପ୍ରମୁଖ ପ୍ରଭାବିତ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

କିଛି ବାହାର ଲୋକଙ୍କୁ ଲଗାଇ ମା’ ତାରିଣୀ ଟ୍ରାନ୍ସପୋର୍ଟ ଆନ୍ଦୋଳନ କରୁଥିବାରୁ ଖଣିର ପରିବହନ କାର୍ଯ୍ୟ ୬ ଦିନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜଣେ ଲୋକଙ୍କ ସ୍ବାର୍ଥ ପାଇଁ ଖଣି ବନ୍ଦ ହେଲେ ଉପର କାଦକଳା ତଥା ଆଖପାଖ ଗ୍ରାମର ୩୦୦ ପରିବାରର ଜୀବନଜୀବିକା ଉପରେ ପ୍ରଭାବ ପଡିବ ।

ପରିବହନ ବନ୍ଦ ଯୋଗୁୁ ସରକାରଙ୍କ ରାଜସ୍ବ ହାନୀ ହେବା ସହିତ ସ୍ଥାନୀୟ ଲୋକ କର୍ମସଂସ୍ଥାନ ନ ପାଇ ହଇରାଣ ହେଉଛନ୍ତି । ଗତ ୨୧ ତାରିଖରୁ ବ୍ରହ୍ମେଶ୍ୱର ମହାକୁଡ ଓ ତାଙ୍କର କିଛି ସହଯୋଗୀ ପୀଢପୋଖରୀ ଓ ସମରସୁଆଁ ଗ୍ରାମର କିଛି ଲୋକଙ୍କୁ ନିୟୋଜିତ କରି ରାସ୍ତା ଅବରୋଧ କରିଛନ୍ତି । ଖଣିରେ ୧୦୦ ପ୍ରତିଶତ ପରିବହନ କାର୍ଯ୍ୟ କରିବା ଜିଦ୍‌ରେ ସେମାନେ ଅଟଳ ରହିଛନ୍ତି ।

ରାସ୍ତା ଅବରୋଧ ଯୋଗୁ ସାଧାରଣ ଲୋକଙ୍କ ଯାତାୟତରେ ମଧ୍ୟ ସମସ୍ୟା ଉପୁଜିବା ସହ ଆମ୍ଭୁଲାନ୍ସ ଯାଇ ପାରୁନାହିଁ । ଖଣି କାର୍ଯ୍ୟ ଏବଂ ପରିବହନରେ କୌଣସି ଅସୁବିଧା ନ ହେବା ପାଇଁ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଖଣି ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ଉପରେ କଦମଡିହି, ଲାଲ ପାଣି, ମାଲୁଙ୍ଗିସାହି, ତଳ କାଦକଳା ଏବଂ ଉପର କାଦକଳା ଗ୍ରାମର ବହୁ ଲୋକ ଖଣିରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେହିପରି ଖଣି କମ୍ପାନୀ ପକ୍ଷରୁ ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ପାଇଁ ସିଏସ୍‌ଆରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଏନେଇ ଅକ୍ଷୟ ମହାକୁଡ଼ କହିଛନ୍ତି ଯେ ରାସ୍ତା ଅବରୋଧ କିମ୍ବା ଖଣି ପରିବହନରେ ତାଙ୍କର କୌଣସି ସମ୍ପର୍କ ନାହିଁ। ଗ୍ରାମବାସୀମାନେ ଆନ୍ଦୋଳନ କରିଛନ୍ତି। ଅନ୍ୟ ପକ୍ଷରେ ଏନେଇ ଖଣିର ସାଧାରଣ ପରିଚାଳକ ଦୀପକ ଦାଶ କହିଛନ୍ତି ଯେ, ପରିବହନ ବନ୍ଦ ଯୋଗୁ କମ୍ପାନୀର କ୍ଷତି ହେଉଛି। ଏନେଇ ପ୍ରଶାସନ ତଥା ସ୍ଥାନୀୟ ପୋଲିସ ଜଣାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri