ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଉକ୍ତ ଖଣିରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବ୍ରହ୍ମେଶ୍ୱର ମହାକୁଡଙ୍କ ମା’ ତାରିଣୀ ଟ୍ରନ୍ସପୋର୍ଟ ସଂସ୍ଥା କାମ କରି ଆସୁଥିଲା । ତେବେ ଗତ ରବିବାରଠାରୁ ମା’ତାରିଣୀ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ଏକ ଚାଟିଆ ପରିବହନ କାମ କରିବା ଦାବିରେ ଖଣିଠାରୁ ୫ କିଲୋମିଟର ଦୂର ମାଲାଙ୍ଗଟୋଲୀରେ ବାହାର ଲୋକ ଲଗାଇ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଥିବାରୁ ପରିବହନ କାର୍ଯ୍ୟ ବନ୍ଦ ରହିଛି

ଏ ନେଇ ବିପିନ ମୁଣ୍ଡା, କ୍ରିଣ୍ଣା ମୁଣ୍ଡା, କଲୁ ଦେହୁରୀ, ଅଶୋକ କୁମାର ବାରିକ, ଆଦିକାନ୍ତ ଘଣା, କୃଷ୍ଣଚନ୍ଦ୍ର ଘଣା, ହେମନ୍ତ କୁମାର ଘଣା, ପୂର୍ଣ୍ଣ ଚନ୍ଦ୍ର ବାରିକ, ରାକେଶ ଚନ୍ଦ୍ର ଘଣା, ଇନ୍ଦ୍ରମଣି ଘଣା, ସୁଶାନ୍ତ ଘଣା, ରାକେଶ ମୁଣ୍ଡା, ରାଜକିଶୋର ଆପଟ୍ଟ, ଚିତ୍ରସେନ ଘଣା, ବନମାଳୀ ନାଏକ, ବିଘ୍ନେଶ୍ୱର ଘଣା, ବିମ୍ବା ଦେହୁରୀ, ସାନୁ ଦେହୁରୀ, ସଂଜୟ ମୁଣ୍ଡା, ମନମୋହନ ଘଣା ପ୍ରମୁଖ ପ୍ରଭାବିତ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

କିଛି ବାହାର ଲୋକଙ୍କୁ ଲଗାଇ ମା’ ତାରିଣୀ ଟ୍ରାନ୍ସପୋର୍ଟ ଆନ୍ଦୋଳନ କରୁଥିବାରୁ ଖଣିର ପରିବହନ କାର୍ଯ୍ୟ ୬ ଦିନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜଣେ ଲୋକଙ୍କ ସ୍ବାର୍ଥ ପାଇଁ ଖଣି ବନ୍ଦ ହେଲେ ଉପର କାଦକଳା ତଥା ଆଖପାଖ ଗ୍ରାମର ୩୦୦ ପରିବାରର ଜୀବନଜୀବିକା ଉପରେ ପ୍ରଭାବ ପଡିବ ।

ପରିବହନ ବନ୍ଦ ଯୋଗୁୁ ସରକାରଙ୍କ ରାଜସ୍ବ ହାନୀ ହେବା ସହିତ ସ୍ଥାନୀୟ ଲୋକ କର୍ମସଂସ୍ଥାନ ନ ପାଇ ହଇରାଣ ହେଉଛନ୍ତି । ଗତ ୨୧ ତାରିଖରୁ ବ୍ରହ୍ମେଶ୍ୱର ମହାକୁଡ ଓ ତାଙ୍କର କିଛି ସହଯୋଗୀ ପୀଢପୋଖରୀ ଓ ସମରସୁଆଁ ଗ୍ରାମର କିଛି ଲୋକଙ୍କୁ ନିୟୋଜିତ କରି ରାସ୍ତା ଅବରୋଧ କରିଛନ୍ତି । ଖଣିରେ ୧୦୦ ପ୍ରତିଶତ ପରିବହନ କାର୍ଯ୍ୟ କରିବା ଜିଦ୍‌ରେ ସେମାନେ ଅଟଳ ରହିଛନ୍ତି ।

ରାସ୍ତା ଅବରୋଧ ଯୋଗୁ ସାଧାରଣ ଲୋକଙ୍କ ଯାତାୟତରେ ମଧ୍ୟ ସମସ୍ୟା ଉପୁଜିବା ସହ ଆମ୍ଭୁଲାନ୍ସ ଯାଇ ପାରୁନାହିଁ । ଖଣି କାର୍ଯ୍ୟ ଏବଂ ପରିବହନରେ କୌଣସି ଅସୁବିଧା ନ ହେବା ପାଇଁ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଖଣି ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ଉପରେ କଦମଡିହି, ଲାଲ ପାଣି, ମାଲୁଙ୍ଗିସାହି, ତଳ କାଦକଳା ଏବଂ ଉପର କାଦକଳା ଗ୍ରାମର ବହୁ ଲୋକ ଖଣିରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେହିପରି ଖଣି କମ୍ପାନୀ ପକ୍ଷରୁ ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ପାଇଁ ସିଏସ୍‌ଆରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଏନେଇ ଅକ୍ଷୟ ମହାକୁଡ଼ କହିଛନ୍ତି ଯେ ରାସ୍ତା ଅବରୋଧ କିମ୍ବା ଖଣି ପରିବହନରେ ତାଙ୍କର କୌଣସି ସମ୍ପର୍କ ନାହିଁ। ଗ୍ରାମବାସୀମାନେ ଆନ୍ଦୋଳନ କରିଛନ୍ତି। ଅନ୍ୟ ପକ୍ଷରେ ଏନେଇ ଖଣିର ସାଧାରଣ ପରିଚାଳକ ଦୀପକ ଦାଶ କହିଛନ୍ତି ଯେ, ପରିବହନ ବନ୍ଦ ଯୋଗୁ କମ୍ପାନୀର କ୍ଷତି ହେଉଛି। ଏନେଇ ପ୍ରଶାସନ ତଥା ସ୍ଥାନୀୟ ପୋଲିସ ଜଣାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri