କୋଣାର୍କ ସୂତାକଳରେ ନୂତନ ଏମ୍‌ଡି ନିଯୁକ୍ତି ଓ ରୂପାନ୍ତରୀକରଣ ନେଇ ଦାବିପତ୍ର

କେସିଙ୍ଗା,୧୬ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୋଣାର୍କ ସୂତାକଳରେ ନୂତନ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ସୂତାକଳକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ ଜିଲାପାଳଙ୍କୁ କୋଣାର୍କ ସୂତାକଳର କର୍ମଚାରୀ ଓ ଶ୍ରମିକ ସଂଘର ଉପସଭାପତି ସୁରେଶ ରାଓ ଭବାନୀପାଟଣାରେ ବୁଧବାର ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୩.୮.୨୩ରେ କୋଣାର୍କ ସୂତାକଳର ପରିଚାଳକ ନିର୍ଦ୍ଦେଶକ ଅନୀଲ କୁମାର ଦୋରାଙ୍କ ଅକାଳ ବିୟୋଗ ହୋଇଥିବାରୁ ସୂତାକଳର ପରିଚାଳନା କ୍ଷେତ୍ରରେ ବହୁ ଅସୁବିଧା ହେଉଥିବାରୁ ଏଠାରେ ଯଥାଶୀଘ୍ର ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ଦାବି କରାଯାଇଛି।
କଳାହାଣ୍ଡି ଜିଲାର ଏକ ମାତ୍ର ସୂତାକଳ ସମଗ୍ର ବିଶ୍ୱ ଦରବାରରେ ପରିଚିତ। ଦୀର୍ଘ ୩୦ବର୍ଷରୁ ଊଦ୍ଧର୍‌ବ ହେଲା ଏହି ସୂତାକଳ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। କପା ଫସଲ ଅମଳ ସମୟରେ ବହୁ ଅମଳ ହୋଇ ଏହି ମିଲ୍‌ରେ ଜିନିଙ୍ଗ ହୋଇ ବାହାର ରାଜ୍ୟକୁ ଯାଉଛି। କିନ୍ତୁ ସୂତାକଳ ସବୁ ପ୍ରକାର ଭିତ୍ତିଭୂମି ସୁବିଧା ଥାଇ ମଧ୍ୟ ଦୀର୍ଘ ୩୦ବର୍ଷ ହେଲା ସୂତାକୁଳ ବିକାଶ ହୋଇପାରୁନାହିଁ। ରାଜ୍ୟ ସରକାରଙ୍କ ଦୃଷ୍ଟି ଦେଲେ ଏଠାରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ପାଇଁ ପାରିବେ। ଏହି ଅଞ୍ଚଳରେ କପାକୁ ଜିନିଙ୍ଗ କରି ଅନ୍ୟ ରାଜ୍ୟକୁ ପଠାଯାଉଛି। ଅଥଚ ଏହି ଅଞ୍ଚଳରେ କୁଟୀର ଶିଳ୍ପ ନିର୍ମାଣ କଲେ ଘରେ ଘରେ ମହିଳା, ଯୁବକ/ଯୁବତୀ ଘରେ ବସି ରେଡି ମେଟ ପ୍ୟାଣ୍ଟ, ପ୍ୟାଣ୍ଟ ଶର୍ଟ, ଧୋତି, ବ୍ଲାଉଜ ଇତ୍ୟାଦି କାମ କରି ରୋଜଗାରକ୍ଷମ ହୋଇପାରିବେ। ଯୁବତୀ/ଯୁବକ ରୋଜଗାର ବୃଦ୍ଧି ପାଇପାରିବ। ଶିଳ୍ପର ବିକାଶ ହେବ। କଳାହାଣ୍ଡି ଜିଲା ତଥା ଏହି ଅଞ୍ଚଳର କୃଷକ, ଯୁବତୀ/ଯୁବକ ବ୍ୟବସାୟୀଙ୍କ ଆର୍ଥିକ ବିକାଶ ସଙ୍ଗେ କୁଟୀର ଶିଳ୍ପ ନିର୍ମାଣ ଓ ଅର୍ଦ୍ଧ ନିର୍ମିତ ସୂତାକଳର ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ କଳାହାଣ୍ଡି ଜିଲାପାଳଙ୍କ ନିକଟରେ କୋଣାର୍କ ସୂତାକଳ କର୍ମଚାରୀ ଶ୍ରମିକ ସଂଘର ଉପସଭାପତି ସୁରେଶ ରାଓ, ସାଧାରଣ ସଂପାଦକ ଜୋନାଥନ ନାଏକ, ଯୁଗ୍ମ ସମ୍ପାଦକ ଅମରେଶ ସେଠୀ, ପୂର୍ବତନ କର୍ମଚାରୀ ସଂଯୁକ୍ତା ନାଏକ, ପବିତ୍ର କୁମାର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri