ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି ।ଏ ନେଇ ଏକ ଦାବିପତ୍ର ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପ ଜିଲାପାଳଙ୍କୁ ସମୋବାର ପ୍ରଦାନ କରିଥିଲେ। ବଂଶଧାରା ନଦୀ ଉଭୟ ଓଡ଼ିିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଆବାହମାନ କାଳରୁ ପ୍ରଭାହିତ ହେଉଛି। ଉଦ୍ଗମନସ୍ଥଳରୁ ୨୫୪ କିଲୋମିଟର ପ୍ରବାହୀତ ହୋଇ ଓଡ଼ିିଶାରେ ୧୨୫ କିଲୋମିଟର ଆନ୍ଧ୍ରପ୍ରଦେଶରେ ଏବଂ ଓଡ଼ିଶା ଉଭୟ ପ୍ରଦେଶର ୨୯ କିଲୋମିଟର ତଟ ସମପ୍ରବାହ ହୋଇ କଳିଙ୍ଗପାଟଣାଠାରେ ବଙ୍ଗୋପସାଗରରେ ସମିଳିତ ହୋଇଛି। ୧୯୬୧-୬୨ ମସିହାରୁ କେନ୍ଦ୍ର ସରକାରଙ୍କ ପ୍ରଯୋଜନାରେ ଉଭୟ ରାଜ୍ୟ ଜଳ ଆବଣ୍ଟନ ଚୁକ୍ତି ହୋଇଥିଲା ଯାହା ନେରେଡି ପର୍ଯ୍ୟାୟ -୧ ଓ କାଟ୍ରାଗଡାଠାରେ ନେରେଡି ପ୍ରାର୍ଯ୍ୟାୟ -୨ ଉଭୟ ପ୍ରଦେଶ ସରକାର ଚୁକ୍ତି ଜରିଆରେ କାର୍ଯ୍ୟ ନିର୍ବାହ କରିବାକୁ ସହମତି ପ୍ରକାଶ କରିଥିଲେ। ମାତ୍ର ଚୁକ୍ତିର ଖିଲାପ କରି ଆନ୍ଧ୍ର ପ୍ରଦେଶ ଗୁପ୍ତ ଭାବେ ଜଳ ଆନିକଟ ପର୍ଯ୍ୟାୟ -୨ କେନାଲ ନିର୍ମାଣ, ବନ୍ଧର ଉଚ୍ଚତା ବୃଦ୍ଧି, ଗ୍ରୀଷ୍ମ କାଳରେ ନଦୀଜଳ ଶୋଷିବାକୁ ଗୁପ୍ତ ଯୋଜନା କରି ଆସୁଅଛି। ଯାହାକୁ ଗଜପତି ଓ ରାୟଗଡର ନଦୀ ତଟବର୍ତ୍ତୀ ଅଞ୍ଚଳର ଜନତା ପ୍ରବଳ ବିରୋଧ କରି ଆସୁଛନ୍ତି।
ଆନ୍ଧ୍ର ପ୍ରଦେଶ ସରକାରଙ୍କର ଏକ ଚାଟିଆ କାର୍ଯ୍ୟକୁ ପ୍ରତିବାଦ କରି ଓଡ଼ିଶା ସରକାର ପକ୍ଷଭୁକ୍ତ ହୋଇ ନେରେଡି ପ୍ରକଳ୍ପ ନିର୍ମାଣ ପୁନର୍ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଥିଲା। ଏବେ ବଂଶଧାରା ଟ୍ରିବ୍ୟୁନାଲ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଯାହା ଆନ୍ଧ୍ରର ଜଳଭାଗ ସୁନିଶ୍ଚିତ କରୁଥିବାବେଳେ ଓଡ଼ିିଶା ଅଞ୍ଚଳର ନଦୀ ତଟବର୍ତ୍ତୀ ଲୋକେ ଆଶଙ୍କା ଓ ଆତଙ୍କିତ ଅଛନ୍ତି।ଏଣୁ ବଂଶଧାରା ଉପର ମୁଣ୍ଡରେ ଜଳ ଆନିକଟ ନିର୍ମାଣ ପାଇଁ ଦାବି ଜଣାଇଥିଲେ।

