Categories: ବାଣିଜ୍ୟ

ଫେରୁଛି ଚାହିଦା; ପାସେଞ୍ଜର ଯାନ ବିକ୍ରି ୧୪% ବୃଦ୍ଧି

ନୂଆଦିଲ୍ଲୀ,୧୨।୯ : ଚଳିତ ବର୍ଷ ଅଗଷ୍ଟ ମାସରେ ସାରା ଦେଶରେ ପାସେଞ୍ଜର ଯାନ ବିକ୍ରି ୧୪.୧୬% ବୃଦ୍ଧି ଘଟିଛି। ପୂର୍ବ ମାସଗୁଡିକ ତୁଳନାରେ ଚାହିଦା ପରିବର୍ତ୍ତନ ହେବାରୁ ଗତ ମାସରେ ମୋଟ ୨.୧୫ ଲକ୍ଷ ପାସେଞ୍ଜର ଯାନ ବିକ୍ରି ହୋଇଥିବା ସୋସାଇଟି ଅଫ୍‌ ଅଟୋମୋବାଇଲ ମାନୁଫାକଚରର୍ସ(ସିଆମ୍‌) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଗତ ବର୍ଷ ଅଗଷ୍ଟରେ ପାସେଞ୍ଜର ଯାନର ହୋଲ୍‌ସେଲ ବିକ୍ରି ୧.୮୯ ଲକ୍ଷ ୟୁନିଟ ରହିଥିଲା। ଲଗାତର ୯ ମାସ ପାସେଞ୍ଜର ଯାନ ବିକ୍ରି ନିମ୍ନରେ ରହିଥିବା ବେଳେ ଅଗଷ୍ଟ ମାସରେ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ମାସରେ ୧.୨୪ ଲକ୍ଷ ୟୁନିଟ ପାସେଞ୍ଜର ଯାନ ବିକ୍ରି ହୋଇଛି। ଏହାବାଦ ୟୁଟିଲିଟି ଯାନ ବିକ୍ରି ୧୫.୫୪% ବଢି ୮୧,୮୪୨ ୟୁନିଟ ରହିଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୭୦,୮୩୭ ୟୁନିଟ ଥିଲା। ଗତ ମାସରେ ଭ୍ୟାନ୍‌ ବିକ୍ରି ୩.୮୨% ବଢିଛି। ସେହିଭଳି ୨ ଚକିଆ ବିକ୍ରି ୩% ବଢିଛି। ୨ ଚକିଆ ଏବଂ ପାସେଞ୍ଜର ଯାନ ବିକ୍ରି ବୃଦ୍ଧି ହେଉଥିବା ସିଆମ ସଭାପତି କେନିଚି ଆୟୁକାଓ୍ବା ସୂଚନା ଦେଇଛନ୍ତି।

Share