କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ ନ ଥିବାରୁ ବିବାହ, ବ୍ରତ, ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏହାକୁ ନେଇ କୃଷ୍ଣ କୁମାର ସାହା ଓ ପ୍ରଣବ ଭୋକ୍ତାଙ୍କ ନେତୃତ୍ୱରେ ଓ୍ବାର୍ଡବାସୀ ଶୁକ୍ରବାର ପ୍ରଥମେ ଜିଲାପାଳ ଓ ପରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ସାକ୍ଷାତ କରି କଲ୍ୟାଣ ମଣ୍ଡପ କିମ୍ବା ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ୧୦ ଓ ୧୧ନଂ. ୱାର୍ଡର ପ୍ରାୟ ୩ ହଜାର ୱାର୍ଡବାସୀ ଉପକୃତ ହେବେ। ଏ ସଂକ୍ରାନ୍ତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଚାର୍ଯ୍ୟଙ୍କୁ ପଚାରିବାରୁ କାଉନସିଲ ବୈଠକରେ ପ୍ରସ୍ତାବ ଦିଆଯିବ ଓ ତାହା ମଞ୍ଜୁରୀ ହେଲେ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।
ଫୋଟୋ-କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୱାର୍ଡବାସୀ ଦାବିପତ୍ର ପ୍ରଦାନ କରୁଛନ୍ତି।

