ନୂଆଖାଇ ଛୁଟି ୩ ଦିନ କରିବାକୁ ଦାବି

ବରଗଡ଼, ୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ କୋଶଲ ଛାତ୍ର ସଂଗଠନ ନେତୃତ୍ୱରେ ଗୁରୁବାର ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏବଂ ସଂଗଠନର ସଦସ୍ୟମାନେ ୩ଦଫା ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ। ଏହି ପର୍ବରେ ଅମଳ କରିଥିବା ନୂଆଁଧାନକୁ ପ୍ରଥମ ଅଧିଷ୍ଠାତ୍ରୀ ଦେବା ଦେବୀଙ୍କୁ ପୂଜା କରି ପରିବାରର ସମସ୍ତ ସଦସ୍ୟ ଯେତେ ଦୂରେ ଥିଲେ ମଧ୍ୟ ଆସି ସମସ୍ତେ ଏକା ସାଙ୍ଗେ ବସି ଭୋଗକୁ ସେବନ କରିଥାନ୍ତି। ଏହି ପର୍ବ ହେଉଛି ପଶ୍ଚିମ ଓଡ଼ିଶା (କୋଶଲାଞ୍ଚଲ)ର ମହାନ ଗଣପର୍ବ। କିନ୍ତୁ ବର୍ଷ ବର୍ଷ ଧରି ଦାବି ଜଣାଇଲା ପରେ ମଧ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସବୁବେଳେ ଅଣଦେଖା କରି ଆସିଥିବା ଅଭିଯୋଗ ହୋଇଛି। ନୂଆଁଖାଇରେ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ୩ଦିନ ଛୁଟି ଘୋଷଣା କରିବାକୁ ସଙ୍ଗଠନ ଦାବି କରିଛି। ସେହିପରି ବରଗଡ଼ ଜିଲା କେବଳ ଓଡ଼ିଶାରେ ନୁହେଁ, ବରଂ ଦେଶରେ ଧାନ ଉତ୍ପାଦନ ପାଇଁ ବେଶ ଜଣାଶୁଣା ହୋଇଥିବା ବେଳେ ରାଜ୍ୟର ଭାତହାଣ୍ଡି ଭାବେ ସୁପରିଚିତ । ଏହି ଜିଲାର ପ୍ରାୟ ୭୦ ଭାଗ ଲୋକ କୃଷି ଜୀବିକା ଉପରେ ନିର୍ଭର କରନ୍ତି ଏବଂ ଅଞ୍ଚଳର ଅର୍ଥନୀତି ମଧ୍ୟ କୃଷିଭିତ୍ତିକ ଅଟେ। ବରଗଡ଼ ଜିଲା ଏସିଆର ସବୁଠାରୁ ବୃହତ ନଦୀ ବନ୍ଧ ହୀରାକୁଦ ଜଳଭଣ୍ଡାରରୁ ପ୍ରାୟ ୧ଲକ୍ଷ ହେକ୍ଟର ଜମି ଜଳସେଚିତ ଏବଂ ଗଭୀର ନଳକୂପ ମାଧ୍ୟମରେ ଅଧିକାଂଶ ଜମି ପାଣି ପାଉଛି। ଖରିଫ ଋତୁରେ ୨ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନ, ୮୦ ହଜାର ହେକ୍ଟରରେ ପନିପରିବା, ୩୩ହଜାର ୫୯୬ ହେକ୍ଟର ଡାଲି ଜାତୀୟ ଚାଷ ହେଉଥିବା ଯୋଗୁ ଏଠାରେ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏହା ସହିତ ପଶ୍ଚିମଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ପାଇଁ ଦାବି ହୋଇଛି। କୋଶଳ ଛାତ୍ର ସଂଗଠନର ପ୍ରତିଷ୍ଠାତା ଇଂ ଅଭିଷେକ ନାୟକ, ନୀଲେଶ ପ୍ରଧାନ, ସିକୁନ ଦାଶ, ତେଜରାଜ ସାହୁ, ସୁବ୍ରତ ବୁଡ଼େକ, ଭବେଶ ସାହୁ, ଜିତ ପ୍ରଧାନ, ଦେବବ୍ରତ ସାହୁ, ଧର୍ମେନ୍ଦ୍ର ପାମୁଆଁ, ଶତ୍ରୁଘନ ଝଙ୍କାର, ନାରାୟଣ ଜାଲ, ରୋଶନ ଭୁଏ, ଅମିତ ଭେସ୍ରା, ଶୁଭେନ୍ଦୁ ବିଶି, ଅଭିନନ୍ଦନ ମିଶ୍ର, ଅର୍ଜୁନ ମହାରଣା, ଆକାଶ ମେହେର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri