ନୂଆଖାଇ ଛୁଟି ୩ ଦିନ କରିବାକୁ ଦାବି

ବରଗଡ଼, ୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ କୋଶଲ ଛାତ୍ର ସଂଗଠନ ନେତୃତ୍ୱରେ ଗୁରୁବାର ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏବଂ ସଂଗଠନର ସଦସ୍ୟମାନେ ୩ଦଫା ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ। ଏହି ପର୍ବରେ ଅମଳ କରିଥିବା ନୂଆଁଧାନକୁ ପ୍ରଥମ ଅଧିଷ୍ଠାତ୍ରୀ ଦେବା ଦେବୀଙ୍କୁ ପୂଜା କରି ପରିବାରର ସମସ୍ତ ସଦସ୍ୟ ଯେତେ ଦୂରେ ଥିଲେ ମଧ୍ୟ ଆସି ସମସ୍ତେ ଏକା ସାଙ୍ଗେ ବସି ଭୋଗକୁ ସେବନ କରିଥାନ୍ତି। ଏହି ପର୍ବ ହେଉଛି ପଶ୍ଚିମ ଓଡ଼ିଶା (କୋଶଲାଞ୍ଚଲ)ର ମହାନ ଗଣପର୍ବ। କିନ୍ତୁ ବର୍ଷ ବର୍ଷ ଧରି ଦାବି ଜଣାଇଲା ପରେ ମଧ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସବୁବେଳେ ଅଣଦେଖା କରି ଆସିଥିବା ଅଭିଯୋଗ ହୋଇଛି। ନୂଆଁଖାଇରେ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ୩ଦିନ ଛୁଟି ଘୋଷଣା କରିବାକୁ ସଙ୍ଗଠନ ଦାବି କରିଛି। ସେହିପରି ବରଗଡ଼ ଜିଲା କେବଳ ଓଡ଼ିଶାରେ ନୁହେଁ, ବରଂ ଦେଶରେ ଧାନ ଉତ୍ପାଦନ ପାଇଁ ବେଶ ଜଣାଶୁଣା ହୋଇଥିବା ବେଳେ ରାଜ୍ୟର ଭାତହାଣ୍ଡି ଭାବେ ସୁପରିଚିତ । ଏହି ଜିଲାର ପ୍ରାୟ ୭୦ ଭାଗ ଲୋକ କୃଷି ଜୀବିକା ଉପରେ ନିର୍ଭର କରନ୍ତି ଏବଂ ଅଞ୍ଚଳର ଅର୍ଥନୀତି ମଧ୍ୟ କୃଷିଭିତ୍ତିକ ଅଟେ। ବରଗଡ଼ ଜିଲା ଏସିଆର ସବୁଠାରୁ ବୃହତ ନଦୀ ବନ୍ଧ ହୀରାକୁଦ ଜଳଭଣ୍ଡାରରୁ ପ୍ରାୟ ୧ଲକ୍ଷ ହେକ୍ଟର ଜମି ଜଳସେଚିତ ଏବଂ ଗଭୀର ନଳକୂପ ମାଧ୍ୟମରେ ଅଧିକାଂଶ ଜମି ପାଣି ପାଉଛି। ଖରିଫ ଋତୁରେ ୨ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନ, ୮୦ ହଜାର ହେକ୍ଟରରେ ପନିପରିବା, ୩୩ହଜାର ୫୯୬ ହେକ୍ଟର ଡାଲି ଜାତୀୟ ଚାଷ ହେଉଥିବା ଯୋଗୁ ଏଠାରେ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏହା ସହିତ ପଶ୍ଚିମଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ପାଇଁ ଦାବି ହୋଇଛି। କୋଶଳ ଛାତ୍ର ସଂଗଠନର ପ୍ରତିଷ୍ଠାତା ଇଂ ଅଭିଷେକ ନାୟକ, ନୀଲେଶ ପ୍ରଧାନ, ସିକୁନ ଦାଶ, ତେଜରାଜ ସାହୁ, ସୁବ୍ରତ ବୁଡ଼େକ, ଭବେଶ ସାହୁ, ଜିତ ପ୍ରଧାନ, ଦେବବ୍ରତ ସାହୁ, ଧର୍ମେନ୍ଦ୍ର ପାମୁଆଁ, ଶତ୍ରୁଘନ ଝଙ୍କାର, ନାରାୟଣ ଜାଲ, ରୋଶନ ଭୁଏ, ଅମିତ ଭେସ୍ରା, ଶୁଭେନ୍ଦୁ ବିଶି, ଅଭିନନ୍ଦନ ମିଶ୍ର, ଅର୍ଜୁନ ମହାରଣା, ଆକାଶ ମେହେର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri