କେନ୍ଦୁଝର-ହାଓ୍ବଡାକୁ ଟ୍ରେନ ଚଳାଚଳ ଦାବି

କେନ୍ଦୁଝର,୨୭।୫(ଡି.ଏନ.ଏ): କେନ୍ଦୁଝର ଜିଲା ମୁଖ୍ୟାଳୟରୁ ହାଓ୍ବଡାକୁ ସିଧାସଳଖ ଟ୍ରେନ ଚଳାଚଳ କରିବାକୁ ଏସ୍‌ସିୟୁଆଇ ପକ୍ଷରୁ ଦାବି କରାଯାଇଛି। କେନ୍ଦୁଝରରୁ ଟାଟା ଦେଇ କିମ୍ବା ଯାଜପୁରରୋଡ ଦେଇ ଟ୍ରେନ ଚଳାଚଳ କଲେ ଜିଲାର ବହୁ ବ୍ୟବସାୟୀ, ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ଏସ୍‌ସିୟୁଆଇ (କମ୍ୟୁନିଷ୍ଟ) ନେତା ରଘୁନାଥ ଦାସ, ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାର, ଘନଶ୍ୟାମ ମହାନ୍ତ, ବିଷ୍ଣୁଶର୍ମା ସାହୁ, ବେଲାଳ ସାହୁ ସମେତ ଲିଖିତ ପ୍ରେସ ବିଜ୍ଞପ୍ତି ଯୋଗେ ଦାବି କରିଛନ୍ତି। ସେହିପରି ଅଧିକ ଯାତ୍ରୀ ଯାତାୟାତ କରୁଥିବାରୁ ଭିଡ ପାଇଁ ପୁରୀ- ବଡ଼ବିଲ ଇନଟରସିଟି ଟ୍ରେନ ର ଅଧିକ ବଗି ସଂଯୋଗ, କେନ୍ଦୁଝର ଗଡରୁ ଖୋର୍ଦ୍ଧା ଟ୍ରେନରେ ପୂର୍ବ ଭଳି ଏକ୍ସପ୍ରେସ ଭଡା ବଦଳରେ ପାସେଞ୍ଜର ଭଡା ଲାଗୁ କରିବା ଦାବି କରିଛନ୍ତି।