ନଦୀ ସଂଯୋଗୀକରଣ ପାଇଁ ତେଜୁଛି ଦାବି, ୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା

କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ଆନ୍ତରାଜ୍ୟ ନଦୀ ସଂଯୋଗୀକରଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୬ଟି ଏପରି ପ୍ରକଳ୍ପ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ପାନୀୟ ଜଳ ଓ ମରୁଡି ସମସ୍ୟା ଦୂରହେବ ବୋଲି ଆକଳନ କରାଯାଇଛି। ସେହି ପ୍ରକଳ୍ପଗୁଡିକ ହେଉଛି, କାତରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ, ହୀରାଧରବାଟି ବ୍ୟାରେଜ ଚିଲିକା ହ୍ରଦ ସଂଯୋଗୀକରଣ, ବାହୁଦା-ଋଷିକୂଲ୍ୟା ଅବବାହିକା ସଂଯୋଗୀକରଣ, ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ, ତେଲେଙ୍ଗିରି-ଅପରକୋଲାବ ସଂଯୋଗୀକରଣ ଓ ଅଙ୍ଗ-ସୁକତେଲ ଗାର୍ଲାଣ୍ଣ ପ୍ରକଳ୍ପ। ରାଜ୍ୟ ସରକାରଙ୍କ ଏହି ପ୍ରୟାସ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ନଦୀଗୁଡିକର ସଂଯୋଗୀକରଣ ପାଇଁ ସମ୍ପ୍ରସାରିତ ହେଉ ବୋଲି ଜିଲାର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ରାଜନେତାମାନେ ମତ ରଖିଛନ୍ତି।
ଏସମ୍ପର୍କରେ ବରିଷ୍ଠ ଭାଜପା ନେତା ଭୂବନ ମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ସାମାଜିକ କର୍ମୀ ମନୋଜ କୁମାର ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ପାଇଁ ନଦୀ ସଂଯୋଗୀକରଣର ଆବଶ୍ୟକତା ବହୁତ ଅଧିକ। ଏହା କୃଷି, ପାନୀୟ ଜଳ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପଯୋଗିତା, ସାମୁଦ୍ରିକ ପ୍ରାଚୀର ହେନ୍ତାଳ ବଣ ସୃଷ୍ଟିରେ କାମରେ ଲାଗିବ। କେନ୍ଦ୍ରାପଡ଼ା ଜିଲାରେ ଲୁଣା, ଚିତ୍ରୋପତ୍ଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ, ଖରସ୍ରୋତା, ବୈତରଣୀ, ହଂସୁଆ ଆଦି ନଦୀ ସହିତ ୨୭ଟି ମୁଖ୍ୟ ନାଳରେ ସଦାସର୍ବଦା ଜଳ ପ୍ରବାହିତ ହେଉଛି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗର କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳୁଛି। ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହିତ ଅନ୍ୟ ବ୍ଲକ ଅଞ୍ଚଳର ଚାଷୀ ଉଠା ଜଳସେଚନ ଏବଂ ବର୍ଷା ଉପରେ ନିର୍ଭର କରିଥାନ୍ତି। ମୋଟ ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମିରୁ ୩୧,୦୮୧ ହେକ୍ଟର ଜମି ମରୁଡି ପାଇଁ ପଡିଆ ପଡୁଛି। ଜିଲାରେ ଥିବା ନଦୀ ଓ ନାଳର ସଂଯୋଗୀକରଣ ଦ୍ୱାରା କେବଳ କ୍ଷେତକୁ ଜଳରେ ଏହା ସୀମିତ ରହିବ ନାହିଁ। ମତ୍ସ୍ୟଜୀବୀଙ୍କଠାରୁ ଆରମ୍ଭ କରି ସବୁଜ ପରିବେଶ ଓ ପନିପରିବା ଚାଷ ବର୍ଷସାରା ହୋଇପାରିବ। କେନ୍ଦ୍ରାପଡ଼ା ଜିଲା ଏବେ ଲୁଣା ଅଞ୍ଚଳ ପାଲଟୁଛି। ଭୂଗର୍ଭ ଜଳ ଲୁଣା ହେତୁ ପାନୀୟ ଜଳ ପାଇଁ ନଦୀ ଜଳ ଉପରେ ଆଗକୁ ନିର୍ଭର କରିବାକୁ ପଡିବ। ଏହା ବ୍ୟତିତ ଜାତୀୟ ଉଦ୍ୟାନ ଓ ପ୍ରାକୃତିକ ବିପର୍ଯ୍ୟୟର ଉପସମ ପାଇଁ ନଦୀ ସଂଯୋଗୀକରଣ ଆବଶ୍ୟକ। ଏବେ ଗ୍ରୀଷ୍ମଋତୁରେ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଫଳରେ ଜୈବ ବିବିଧତା ନଷ୍ଟ ହେଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ସହିତ ଔଷଧୀୟ ଗୁଳ୍ମଲଟା ନଷ୍ଟ ହେଉଛି। ସେହିପରି ମଧୁର ଓ ଲୁଣା ଜଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥାଏ। ହେନ୍ତାଳ ବଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମୁଦ୍ରିକ ପ୍ରାଚୀର ଭାବେ କାର୍ଯ୍ୟ କରିଥାଏ। ଏହାର ଉଦାହରଣ ୧୯୯୯ ମହାବାତ୍ୟା ସମୟରେ ଦେଖିବାକୁ ମିଳିଥିଲା। ହେନ୍ତାଳବଣ ପାଇଁ ବହୁ ଜନଜୀବନ ରକ୍ଷା ପାଇଥିଲା। ସମ୍ପ୍ରତି ସାଗରମାଳା ଯୋଜନାରେ ଉପକୂଳ ରାଜପଥ ନିର୍ମାଣ ହେବ। ଏହି ସମୟରେ ଜିଲା ମଧ୍ୟରେ ୫ କିଲୋମିଟର ସୀମାନ୍ତର ଅଞ୍ଚଳରେ ଉପକୂଳ କେନାଲ ଖୋଳାଯିବା ସହ ଜିଲା ମଧ୍ୟରେ ଜଳପଥର ସଂଯୋଗୀକରଣ ହୋଇପାରିଲେ ଜିଲାବାସୀ ଉପକୃତ ହେବେ। ସୁନାମୀ, ବାତ୍ୟା, ବନ୍ୟା ଓ ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ବହୁ ଉପକାରରେ ଆସିବ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଙ୍କୁ ପଚାରିବାରେ ନଦୀ ସଂଯୋଗୀକରଣ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ତେବେ ଏ ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?