ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଗୁରୁବାର ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଗୁରୁବାର ଭୋରରୁ ପୂଜା ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ମାଁ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଅନୁଷ୍ଠିତ ହୋଇଥିଲା।
ପୁରାତନ ପରମ୍ପରା ଅନୁସାରେ ମାର୍ଗଶିର ପୂର୍ଣ୍ଣିମା ତିଥିରେ ଗୁରୁବାର ଭୋରରୁ ଦେହେରୀ ସୁବାସ ମଲ୍ଲିକଙ୍କ ଘରୁ ମାଁଙ୍କ ସାଜସଜ୍ଜା ତଥା ଦେବୀଙ୍କ ବସ୍ତ୍ର, ଖଣ୍ଡା ପାଟ ଶାଢ଼ି, ଅଳଙ୍କାର ପୂଜାର୍ଚ୍ଚନା ସହ ଆବାହନ ନିମନ୍ତ୍ରଣ କରାଯାଇଥିଲା। ପରେ ବଜାଗଜା ଘଣ୍ଟ ଶଙ୍ଖ ସହ ଶୋଭାଯାତ୍ରାରେ ବାହାରି ସାଢ଼େ ୩ କିଲୋମିଟର ପାହାଡ଼ ରାସ୍ତା ଉପରେ ଚାଲିଚାଲି ମାଁଙ୍କ ପୀଠସ୍ଥଳୀରେ ଝାଙ୍କରଙ୍କ ସହ ଅନ୍ୟ ପୂଜକମାନେ ପହଞ୍ଚତ୍ଥିଲେ। ପହଞ୍ଚତ୍ବା ପରେ ସେଠାରେ ସକାଳ ୮ଟାରେ ମାଁ ଦୁର୍ଗେଇଦେବୀଙ୍କ ସହ ପାର୍ଶ୍ୱ ଦେବଦେବୀଙ୍କର ଶୁକ୍ଳପୂଜା ସହ ପୂଜା ସମାପନ କରାଯାଇଥିଲା। ଚଳିତ ବର୍ଷ ଅନେକ ମହିଳା ପୁରୁଷ ମାନସିକ ପୂରଣ ପାଇଁ ଆସିଥିବା ବେଳେ ମାନସିକ ପୂରଣ ହୋଇଥିବା ସ୍ବାମୀସ୍ତ୍ରୀ ଦମ୍ପତି ଆସି ପୂଜାପାଠ କରିଥିଲେ। ପୂଜାର୍ଚ୍ଚନା ସମାପ୍ତି ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କୋଶଳୀ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ହାସ୍ୟ କବି ଲଳିତ ବିଗଙ୍କ ସମେତ ଅନେକ କବିଗଣ ନିଜ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ମାଁଙ୍କ ବାର୍ଷିକ ପୂଜାନୋତ୍ସବରେ ପାଇକମାଳ, ପଦ୍ମପୁର, ଝାରବନ୍ଧ,ବରଗଡ଼, ସମ୍ବଲପୁର, ନୂଆପଡ଼ା, ପାଟଣାଗଡ଼, କୋମନା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା। ମାଁ ଦୁର୍ଗେଇଦେବୀଙ୍କ ପୀଠକୁ ବିଦ୍ୟୁତ୍‌ କରଣ କରାଯିବା ସହ ଏଠାକୁ ୩କି.ମି. ରାସ୍ତା ପାହାଚ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସରକାର ଦୃଷ୍ଟିଦେଇ ମା’ଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି କରାଯାଉଛି। ପୂଜକ ସୁବାସ ମଲ୍ଳିକ, ଅନିରୁଦ୍ଧ ମଲ୍ଳିକ, ସଚ୍ଚିଦାନନ୍ଦ ମଲ୍ଳିକ, ତ୍ରିନାଥ ମଲ୍ଳିକ, ପ୍ରଦୀପ ମଲ୍ଲିକ, ଦେହୁରୀ ରଣଜିତ ମଲ୍ଲିକ,ସୁବାଚନ ମଲ୍ଲିକ,ବିଶିକେଶନ ମଲ୍ଳିକ, ଦୁର୍ଗେଇଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ରଭୋଇ, ସମ୍ପାଦକ ବେଣୁଧର ମଲ୍ଳିକ, ସହ ସମ୍ପାଦକ ତ୍ରିନାଥ ମଲ୍ଳିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଳିକ, ମନଭଙ୍ଗ ଗୌନ୍ତିଆ ଅନନ୍ତରାମ ଭୋଇ, ମିଠାପାଲି ପୂର୍ବତନ ସରପଞ୍ଚ ଶ୍ରୀ ପାନାଲାଲ ସେଠ ପ୍ରମୁଖ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri