ପୁନଃ ଭୋଟଗଣତି ଦାବିରେ ଧାରଣା

ସିମୁଳିଆ, ୧।୩(ଡି.ଏନ.ଏ.) – ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସିମୁଳିଆ ବ୍ଲକର ୪୦ନଂ. ଜୋନ ମାର୍କୋଣା ପଞ୍ଚାୟତର ଭୋଟ୍‌ ଗଣନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୁନଃ ଭୋଟ ଗଣନା ଦାବିରେ ସୋମବାର ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ବେହେରା ଓ ସମିତିସଭ୍ୟା ପ୍ରାର୍ଥତ୍ନୀ ଦୀପାଲି ସାହୁ ନିଜ ସମର୍ଥକଙ୍କ ସହିତ ଭୋଟଗଣନା କେନ୍ଦ୍ର ସିମୁଳିଆ କଲେଜ ଫାଟକ ନିକଟରେ ଧାରଣାରେ ବସିଥିଲେ। ଅପରାହ୍ନରେ ପିଡ଼ି ରବୀନ୍ଦ୍ର ସାହୁ ପହଞ୍ଚତ୍ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରା, ତହସିଲଦାର ରବିନାରାୟଣ ସାହୁ, ନିର୍ବାଚନ ଅଧିକାରୀ ତଥା ବିଡିଓ ସୁଧୀର କୁମାର ସିଂଙ୍କ ସହିତ ଖବର ଲେଖାଯିବା ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଛନ୍ତି ା
ବ୍ଲକର ହେଡ଼କ୍ୱାର୍ଟର୍ସ ରୂପେ ମାର୍କୋଣା ପଞ୍ଚାୟତ ଗୁରୁତ୍ୱ ବହନ କରେ। ଏହି ପଞ୍ଚାୟତର ୧୩ ୱାର୍ଡ଼ରେ ୫୫୧୦ଜଣ ଭୋଟର ଅଛନ୍ତି ା ତେବେ ଚଳିତ ନିର୍ବାଚନରେ ୪୨୬୬ଜଣ ମତଦାତା ସେମାନଙ୍କର ମତଦାନ କରିଥିଲେ ା ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା ପୁନଃ ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିର୍ବାଚନ ଲଢିବା ସହିତ ୨୦୫୩ଖଣ୍ଡ ଭୋଟ ପାଇଥିବା ଦର୍ଶାଯାଇଥିଲା। ତାଙ୍କ ବିପକ୍ଷରେ କମଳାକାନ୍ତ ନାୟକ ଅଧିକ ୧୬ଖଣ୍ଡ ଭୋଟ ଅର୍ଥାତ ୨୦୬୯ ଖଣ୍ଡ ପାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା ା ସେହିପରି ଜିଲା ପରିଷଦ ପ୍ରାର୍ଥୀ ରୂପେ ଦୀପାଲି ସାହୁ ୧୯୩୧ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ସ୍ବପ୍ନାଲିସା ବେହେରା ଅଧିକ ୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ତେବେ ୨୬ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ୪୦ନଂ. ଜୋନ ଅଧୀନ ୧୦ଟି ପଞ୍ଚାୟତର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ୨୭ତାରିଖ ସକାଳ ୮ଟାରେ ଶେଷ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ମାର୍କୋଣା ପଞ୍ଚାୟତର ପାଳି ପଡିବା, ଭୋଟ ଗଣନାକେନ୍ଦ୍ର ମଧ୍ୟରେ ଦଳୀୟ ଭାଜପାର ନେତୃତ୍ୱ ନେଉଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବସିବା, ତାଲିକାରେ ନ ଥିବା କର୍ମଚାରୀଙ୍କୁ ଗଣତି ଡ୍ୟୁଟିରେ ପକାଯିବା ଏପରିକି ପୁନଃ ଗଣତି ପାଇଁ ସେହିଦିନ ସକାଳ ୮ଟା ୩୦ମି. ମଧ୍ୟରେ ବିଡିଓଙ୍କୁ ଦିଆଯାଇଥିବା ଦରଖାସ୍ତକୁ ବିଡିଓ ୧୦ଟାରେ ପାଇଥିବା ଲିଖିତ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା ଏ ସମ୍ପର୍କରେ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ପୂର୍ବତନ ମନ୍ତ୍ରୀ ଭିତରକୁ ପଶି ବସିପଡିଥିବା କହିଥିଲେ। ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଇନ ଅନୁସାରେ ଯାହା କିଛି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri