ଋଷିକୂଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ଦାବି

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୁଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ନିମନ୍ତେ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଧୀନ ପ୍ରୟାଗୀ, କଲରାବାଡ଼ି, ସିଦ୍ଧାନ୍ତନଗର, ପୋଡମପେଟା, କଣ୍ଟିଆଗଡ଼, ଗୋଖରକୁଦା, ପୁରୁଣାବନ୍ଧ, ସାନନୋଳିଆ ନୂଆଗାଁ, ବଡ଼ନୋଳିଆ ନୂଆଗାଁ, ଦାମଦୋରପୁର ଓ କାଇଁଚପୁର ଆଦି ୧୧ ଖଣ୍ଡ ଗ୍ରାମର ନୋଳିଆ ଓ କେଉଟ ଶ୍ରେଣୀ ମତ୍ସ୍ୟଜୀବୀ ଉକ୍ତ ମୁହାଣ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଉକ୍ତ ମୁହାଣଟି ଢିପ ହୋଇ ପୋତି ହେବାକୁ ଗଲାଣି। ସମୁଦ୍ର ଜୁଆର ହେଲେ ପାଣି ଋଷିକୁଲ୍ୟା ନଦୀ ମଧ୍ୟରୁ ସଠିକ୍‌ ମାଡୁନାହିଁ। ଫଳରେ ସମୁଦ୍ରରୁ ନଦୀ ମଧ୍ୟରେ ମାଛ ପ୍ରବେଶ କରିବାରେ ଅନ୍ତରାୟ ଘଟୁଛି। ଏଠାରେ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଋଷିକୁଲ୍ୟା ନଦୀ ତଟରେ ପ୍ରାୟ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ମୁହାଣ ଦେଇ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବାରେ ଅସୁବିଧା ହେଉଛି। ଯଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବିକା ଧାରଣାରେ ବହୁତ ଅସୁବିଧା ସୃଷ୍ଟି ହେଉଛି ଓ ପରିବାର ପ୍ରତିପୋଷଣରେ ଅଭାବ ପରିଲିକ୍ଷିତ ହେବାରୁ କିଛି ମତ୍ସ୍ୟଜୀବୀମାନେ ଗୋଆ ଓ ତାମିଲନାଡୁକୁ ମାଛ ମାରିବାକୁ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ଧୀବର ଶ୍ରେଣୀ ହଠାତ୍‌ ମାଛ ଧରିବାକୁ ଯାଇ ଦୁର୍ବିପାକର ସମ୍ମୁଖୀନ ହୋଇ ମୃତ୍ୟୁ ଘଟିଲେ କିଛି ହେଲେ ସରକାରୀ ସ୍ତରରେ ଅନୁକମ୍ପା ସହାୟତା ରାଶି ମିଳୁନାହିଁ । ଏଥିପ୍ରତି ସରକାରଙ୍କ ଦୃଷ୍ଟି ଦେଇ ମୁହାଣ ଖନନ କାର୍ଯ୍ୟ ସହିତ ସ୍ଥାୟୀ ମୁହାଣ ପାଇଁ ବିହିତ ବ୍ୟବସ୍ଥା କରାଯିବାକୁ ଅତିରିକ୍ତ ଜିଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ନିବେଦନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଏନ୍‌.ଆପେୟା, ଏ.କାଲେୟା, ଏ.ସନ୍ନ୍ୟାସୀ, ପି.ତାତାଲୁ, ଏ.ଗୁରେୟା, ପି.କାମେୟା, ଡବ୍ଲୁ. ଦାନେୟା ଓ ଡି.ମୁକୁଡୁ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri