ବିିଶୃଙ୍ଖଳିତ ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜୋର୍‌ ଧରିଲା ଦାବି

ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଧାର୍ଯ୍ୟ ସମୟରୁ ଢେର ବିଳମ୍ବରେ ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ। କେବଳ ଏତିକି ନୁହେଁ, ପାନ ଓ ଗୁଟଖା ଖାଇ ଶ୍ରେଣୀ କକ୍ଷରେ ଛେପ ପକାଇବା ସହ ପାଠ ପଢାଇବା ବେଳେ ଛାତ୍ରୀଛାତ୍ରମାନଙ୍କୁ ବାଡିରେ ପିଟୁଛନ୍ତି। ପାଠପଢା ସମୟରେ ଶ୍ରେଣୀ କୋଠରୀରେ ମୋବାଇଲ ଦେଖୁଛନ୍ତି। ଛାତ୍ରୀମାନଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଗୁଣ୍ଡେଇମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଏଭଳି ଅନେକ ପ୍ରକାର ବିଶୃଙ୍ଖଳିତ ଆଚରଣ ସତ୍ୱେ ସମ୍ପୃକ୍ତ ବିଶୃଙ୍ଖଳିତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଗ୍ରାମବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଶୁକ୍ରବାର ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଦିଲୀପ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ, ଅଭିଭାବକ ଓ ପରିଚାଳନା ସମିତି ସଦସ୍ୟାସଦସ୍ୟ ଦେବଗଡ଼ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ତାଙ୍କୁ ସାକ୍ଷାତ କରିବା ସହ ବିଶୃଙ୍ଖଳିତ ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ସମ୍ପୃକ୍ତ ଶିକ୍ଷକଙ୍କ ଏତାଦୃଶ ଆଚରଣ ଜାରି ରହିଥିବା ବେଳେ ଏଭଳି ଆଚରଣରୁ କ୍ଷାନ୍ତ ହେବା ନିମନ୍ତେ ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଜିତ କୁମାର ପାତ୍ର ଏକାଧିକ ବାର ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଆଚରଣରେ କୌଣସି ସୁଧାର ନ ଆସିବାରୁ ପ୍ରଦାନ ଶିକ୍ଷକ ପାତ୍ର ଏ ନେଇ ଗତ ଫେବୃୟାରୀ ୨୧ ତାରିଖରେ ପତ୍ର ସଂଖ୍ୟା-୬୦୩/ ତା ୨୧-୨-୨୦୨୫ରେ ଲିଖିତ ଭାବେ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଆଧାରରେ ଜିଲା ଶିକ୍ଷା ଅଧିକାରୀ ଅଭିଯୋଗର ତଦନ୍ତ ପାଇଁ ତିଲେଇବଣି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଗତ ୫ ତାରିଖରେ ତିଲେଇବଣି ବ୍ଲକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମାଡ ଓ ସୁଶାନ୍ତ କୁମାର ସାହୁ, ତିଲେଇବଣି କ୍ଲଷ୍ଟର ସିଆର୍‌ସିସି ଅଶୋକ କୁମାର ସାହୁ ଓ ସୁଗୁଡା କ୍ଲଷ୍ଟରର ସିଆର୍‌ସିସି ପ୍ରାଣବନ୍ଧୁ ଘଡେଇ ବିଦ୍ୟାଳୟରେ ପହଞ୍ଚତ୍ ଛାତ୍ରୀଛାତ୍ରମାନଙ୍କ ବୟାନ ଆଧାରରେ ଘଟଣା ତଦନ୍ତ କରିଥିଲେ। ସେହିପରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ପ୍ରଦାନ ଶିକ୍ଷକ କରିଥିବା ଅଭିଯୋଗ ସମ୍ପର୍ଣ୍ଣ ସତ୍ୟ ବୋଲି ଦର୍ଶାଇ ତିଲେଇବଣି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀ ଶୁକ୍ରବାର ବାଧ୍ୟ ହୋଇ ପୁଣିଥରେ ଜିଲା ଶିକ୍ଷା ଅଶଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଥିଲେ। ଅନ୍ୟଥା ସେମାନେ ପିଲାଙ୍କୁ ଆଉ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ୬୪ଜଣ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମାଧ୍ୟମରେ ଲିଖିତ ଚେତାବନୀ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri