ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଳକ୍ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଅଧୀନ କାବେରୀପଶି ଗ୍ରାମରୁ ।ବାପ, ମା’ ଛେଉଣ୍ଡ ଝିଅ ଲଳିତା ମହାନ୍ତ ବେସାହାରା ହୋଇ ସଂଘର୍ଷ କରୁଥିବା ବେଳେ ସରକାରୀ ସାହାଯ୍ୟ ଆଶାରେ ରହିଛନ୍ତି ।

କାବେରୀପଶି ଗାଁରେ ଜଳଧର ମହାନ୍ତର ଘର।‌ ସ୍ତ୍ରୀ ଓ ଝିଅ ଙ୍କୁ ନେଇ ପରିବାର। ପୂର୍ବରୁ ସ୍ତ୍ରୀ ଗୀତା 2009ମସିହାରେ ଟିବି ରୋଗ ରେଆର ପାରିକି ଚାଲିଯାଇଥିଲେ ।  ଜଳଧରଙ୍କର ଝିଅ ଲଳିତାକୁ ନେଇ ଦୁଃଖ ସୁଖରେ ସଂସାର ଚାଲୁଥିଲା । ରୋଗରେ ପଡି ୨୦୧୩ରେ ଜଳଧର ଦେହାନ୍ତ ହୋଇଗଲା। ଏବେ ଲଳିତା ଘରେ ଏକାଟିଆ। ତାର ଦେଖାଶୁଣା କରୁଛନ୍ତି ବୁଢୀମା ଓ ବୁଢା ବାପା । ରୋଜଗାର ସେମାନଙ୍କ କିଛି ନାହିଁ। ସରକାର ତରଫରୁ ମିଳୁଥିବା ଭତ୍ତାକୁ ନିର୍ଭରଶୀଳ । ଦୁଃଖ କଷ୍ଟରେ ପରିବାର ପାଳନ୍ତି। ମା ଗୀତାର ମୃତ୍ୟୁ ବେଳକୁ ଲଳିତାକୁ ୧ ବର୍ଷ ହୋଇଥିଲା। ।

ସେତେବେଳେ ସେମାନେ କୌଣସି ସରକାରୀ ସାହାଯ୍ୟ ପାଇନଥିବା ବେଳେ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ । ପରିବାରର ମୁଖ୍ୟ ରୋଜଗାର କରୁଥିବା ସଭ୍ୟଙ୍କ ମୃତ୍ୟୁରେ ମଧ୍ୟ ଜୀବିକା ନିର୍ବାହ ପାଇଁ ସରକାରୀ ସାହାଯ୍ୟ କିଛି ମିଳିଲା ନାହିଁ। କେବଳ ଚାଉଳ ୧୫ କିଲୋଗ୍ରାମ ମିଳୁଛି। ଏହାକୁ ନେଇ ତିନିପ୍ରାଣୀ ଚଳନ୍ତି। ସରକାରୀ ଆବାସ ଘରଟିଏ ମିଳିପାରି ନାହିଁ । ପଞ୍ଚାୟତ ଅଧିକାରୀଙ୍କୁ ବହୁବାର ଅଭିଯୋଗ ପରେ ମଧ୍ଯ ଦିନ ପରେ ଦିନ ଗଡାଇ ଚାଲିଛନ୍ତି ।

ଲଳିତା ଚଳିତ ବର୍ଷ ଦଶମ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଆଗକୁ ମଧ୍ୟ ପାଠ ପଢିବାର ବିଶେଷ ଆଗ୍ରହ ରହିଛି । ପାଠ ପଢିବାର ଆଗ୍ରହ ଥିଲେ ସୁଦ୍ଧା ଆଗକୁ ବୁଢାବାପା,ବୁଢୀମା ପାଠ ପଢାଇବାକୁ ଅସମର୍ଥ । ଲଳିତାର ପାଠ ପଢିବାର ଆବଶ୍ୟକ ପାଠ୍ଯ ଉପକରଣ ଓ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଯୋଗାଇ ନ ପାରିବା ନେଇ ଦୁଶ୍ଚିନ୍ତା ପରିବାର।

ଏ ସମସ୍ୟା ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” ସହାୟତାର ହାତ ବଢ଼ାଇବା ସହ ଲଳିତାଙ୍କ ରହିବା, ଖାଇବା, ସହିତ ସ୍ଥାୟୀ ବଞ୍ଚିବାର ବ୍ୟବସ୍ଥା ଯୋଗାଇଦେବାକୁ  ଅନୁରୋଧ କରିଛନ୍ତି । ସ୍ଥାନୀୟ ସ୍ବେଚ୍ଛାସେବୀ  ଡମ୍ବରୁଧର ଘଣା, ମନୋଜ କୁମାର ପଟେଲ, ଲକ୍ଷ୍ମଣ ମହାନ୍ତ, ଯୁଧିଷ୍ଠିର ମହାନ୍ତ ଏନେଇ ତୁରନ୍ତ ସହାୟତା ଯୋଗାଇଦେବାକୁ ଜିଲାପ୍ରଶାସନଙ୍କୁ ନିବେଦନ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri