ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାର୍‌ହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ୍‌ଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏଥିରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ଆଶିଷ କୁମାର ସେନାପତି ଆଲୋଚକ ଭାବେ ଯୋଗଦେଇଥିଲେ। ସେମାନେ କହିଥିଲେ, ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପରି ଏଠାରେ ଧଳା ବଉଳା କୁମ୍ଭୀର, ଡଲ୍‌ଫିନ, ଅଲିଭ୍‌ ରିଡ୍‌ଲେ, ଅକ୍ଟୋପସ୍‌, ଅଶ୍ୱ ଖୁରାକୃତି ନୀଳରକ୍ତର କଙ୍କଡ଼ା, ଶାମୁକା ଆଦି ବିଶ୍ୱପ୍ରସିଦ୍ଧ। ତେବେ ଏମାନଙ୍କ ଜୀବନଚର୍ଯ୍ୟା, ସ୍ଥାନୀୟ ପରିବେଶ, ଔଷଧୀୟ ଗୁଣବତ୍ତା ଆଦି ଏବେ ରହସ୍ୟଘେରରେ।
ନିର୍ଦ୍ଦିଷ୍ଟ ସମୟରେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଏହି ଅଞ୍ଚଳକୁ ଆଗମନ, ଅଣ୍ଡାଦାନ ପରେ ମାଈ ଅଲିଭ୍‌ ରିଡ୍‌ଲେଙ୍କ ପଳାୟନ, ଦେଢ଼ମାସ ପରେ ଶାବକଙ୍କ ପଶ୍ଚାତ୍‌ଗମନ ଆଦି ଏବେ ବି ରହସ୍ୟଘେରରେ ରହିଛି। ସେହିପରି ପୁରୀର ରାମଚଣ୍ଡୀ ତଟାଦେଶରେ ୨୦୧୨ ମସିହାରୁ ଅଦ୍ୟାବଧି ଅଲିଭ୍‌ ରିଡ୍‌ଲେଙ୍କ ଦେଖା ନ ଯିବାର କାରଣ ଖୋଜିବା ସହ ଗବେଷଣାଗାରରେ ଏହି ସାମୁଦ୍ରିକ ଜୀବର ଜୀବନଚକ୍ର ଅନୁଧ୍ୟାନ ହୋଇପାରିବ। ସେହିପରି ଏହି ଅଞ୍ଚଳର ବିରଳ ଧଳା କୁମ୍ଭୀର ଗୋରୀ ଏହାର ରଙ୍ଗ ପାଇଁ ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି। ଗୋରୀ କୁମ୍ଭୀର ଡାଙ୍ଗମାଳର ଆବଦ୍ଧ ସୀମାରେ ଥିଲେ ମଧ୍ୟ ଚଳିତ ବର୍ଷ ୧୬ଟି ଧଳା କୁମ୍ଭୀରଙ୍କ ଗଣନା ହୋଇଛି, ଯାହା ଗବେଷକଙ୍କ ଗବେଷଣା ପାଇଁ ଆହ୍ବାନ କରୁଛି। ଅପରପକ୍ଷରେ ଏଠାରେ ଦେଖାଯାଉଥିବା ଜେଲି ଫିସ୍‌, ଡଲ୍‌ଫିନ, ଅକ୍ଟୋପସ୍‌ ଆଦି ସାମୁଦ୍ରିକ ଜୀବ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଅଛି। ସେହିପରି ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଏଠାରେ ଏକ ଆହ୍ବାନ ହୋଇଛି। ଏହି କଙ୍କଡ଼ା ଓ ଶାମୁକାରୁ ପ୍ରସ୍ତୁତ ଔଷଧ ମାନବ ସମାଜ ପାଇଁ କେତେଦୂର ଉପଯୋଗୀ ହୋଇପାରିବ, ତାହାର ଗବେଷଣା ଜରୁରୀ ହୋଇପଡ଼ିଛି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଉଗ୍ରରୂପ ଧାରଣ କରିଛି। ଏହାର ନିରାକରଣ ସମ୍ପର୍କରେ ଗବେଷଣା ହୋଇପାରିବ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଗବେଷଣାଗାର ପ୍ରତିଷ୍ଠା ପାଇଁ ସେମାନେ ଏହି ଆଲୋଚନାଚକ୍ର ମାଧ୍ୟମରେ ଦାବି କରିଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri