ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମଦିବସକୁ ଛୁଟି ଘୋଷଣା ଦାବିରେ ଧାରଣା

ବାରିପଦା ଅଫିସ,୬ା୧୨: ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ପୁରୋଧା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଦିବସକୁ ଛୁଟି ଦିବସ ଭାବେ ଘୋଷଣା କରିବାକୁ ଦାବି ହୋଇଛି। ସୋମବାର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ବାରିପଦାସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ବସି ଦାବି ଉପସ୍ଥାପନା କରିଥିଲେ। ଏହା ପରେ ସମସ୍ତେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଜିଲାବାସୀଙ୍କ ଦାବିକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଆ ଜାଗରଣ ମଞ୍ଚର ସମ୍ପାଦକ ଶରତ ନାୟକ, ସାହିତ୍ୟ ପରିଷଦର ଭାଗବତ ପଣ୍ଡା, ଡ. ଜଗତବନ୍ଧୁ ଆଚାର୍ଯ୍ୟ, ଶ୍ୟାମସୁନ୍ଦର ଦାସ, ଉଦୟ ନାଥ ଜେନା, ଗୋଲକ ମହାନ୍ତ, ଦୋଳଗୋବିନ୍ଦ ମହାନ୍ତ, ପୀତାମ୍ବର ମଲ୍ଲିକ, ସୁରେଶ କୁମାର ପାଣିଗ୍ରାହୀ, ନନ୍ଦଲାଲ ସିଂ, ଭୋଲାଲାଲ ଗୁପ୍ତା, ଖବରଦାତା ଦୀପକ କୁମାର ନାୟକ, ଦିଲ୍ଲୀପ ପାତ୍ର , ସୁକାନ୍ତ ଜୀଉ ପ୍ରମୁଖ ଧାରଣାରେ ସାମିଲ ଥିଲେ ।