ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ ଦାବି

ନବରଙ୍ଗପୁର,୩୦ା୧ (ବି.ପ୍ର.) ଚଳିତ ଦ୍ବାଦଶ ଶ୍ରେଣୀ କାଉନସିଲ୍‌ ପରୀକ୍ଷା ବାତିଲ କରିବା ନିମନ୍ତେ ନବରଙ୍ଗପୁର ଜିଲା ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି। ମହାମାରୀ ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ କରନ୍ତୁ। ଗଣଶିକ୍ଷା ମନ୍ତ୍ରୀ ଯେଉଁ ପରୀକ୍ଷା କରିବା ନେଇ ମନ୍ତବ୍ୟ ରଖୁଛନ୍ତି ତାହା ପିଲାମାନଙ୍କ ଭବିଷ୍ୟତ ପାଇଁ କଲ୍ୟାଣକାରୀ ମନେ ହେଉ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ମହାମାରୀ କରୋନାର ଭୟାବହତାକୁ ଦେଖିଲେ ପିଲାମାନେ ଅଫ୍‌ଲାଇନ ପରୀକ୍ଷା ଦେବା କେମିତି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛି ସଙ୍ଗଠନ। ଖୋଲିବାର ଅଳ୍ପ କିଛି ଦିନ ମଧ୍ୟରେ ସରକାର ବନ୍ଦ ଘୋଷଣା କଲେ । ଅନଲାଇନ ମାଧ୍ୟମରେ ଯେଉଁ ଶିକ୍ଷା ପ୍ରଦାନ କରୁଛନ୍ତି ତାହା ସଠିକ୍‌ ପ୍ରକ୍ରିୟାରେ ପରିଚାଳିତ ହେଉନାହିଁ। ଏହା ସମସ୍ତଙ୍କ ପାଖରେ ମଧ୍ୟ ପହଞ୍ଚତ୍ ପାରୁନି। ବିଶେଷ କରି ଯେଉଁ ଅନୁନ୍ନତ ଅଞ୍ଚଳରେ ଗୋଟିଏ ଓଳି ଖାଇବା ଅସମ୍ଭବ ସେମାନେ ଅନଲାଇନ ଶିକ୍ଷାକୁ ଆପଣେଇବେ କେମିତି ବୋଲି ପ୍ରଶ୍ନ ଉଠୁଛି । ମହାମାରୀ ସମୟରେ ପିଲାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପରୀକ୍ଷାକୁ ବାତିଲ କରିବାକୁ କୁହାଯାଇଛି। ପ୍ରତ୍ୟେକ ବିଷୟରେ ହୋଇଥିବା ୬୦ ମାର୍କର ୩ଟି କ୍ୱାଟରଲି ପରୀକ୍ଷା ଆଧାରରେ ଫଳାଫଳ ପ୍ରକାଶ କରାଇଲେ ଭଲ ହେବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଏକ ପତ୍ର ଜିଲାପାଳଙ୍କ ଜରିଆରେ ପଠାଯାଇଛି।