ଭଞ୍ଜନଗର-ଆସିକାରେ ମେଡିକାଲ କଲେଜ ପାଇଁ ଦାବି: ଏକାଠି ହେଲେ…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ)-ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଅନେକ ଉନ୍ନତି ସହ ରେଳ ଲାଇନ କ୍ଷେତ୍ରରେ ଦକ୍ଷୀଣ ଓଡ଼ିଶାରେ ବିକାଶ ପାଇଁ ଆଜକୁ ବହୁବର୍ଷ ହେବ ଦାବି ହେଉଛି। କିନ୍ତୁ ବିକାଶ ହେବାକୁ ନାହିଁ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳପଥ ଓ ସାମୁହିକ ଭିତ୍ତିଭୂମି ଉନ୍ନୟନ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହାସଲ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ଆଜକୁ କିଛିଦିନ ହେବ କମିଟିର କର୍ମକର୍ତ୍ତାମାନେ ଗଞ୍ଜାମ ଏବଂ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଏହିଭଳି ଶୁକ୍ରବାର ସାଂରେ କ୍ରିୟାନୁଷ୍ଠାନ କମିଟି ଶୋଭାଯାତ୍ରାକୁ ଚକରା ବିଷୋୟୀ ଛକରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସହରରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ଏଥିରେ ବକ୍ତାମାନେ ଯୋଗଦେଇ ବ୍ରହ୍ମପୁର ଭାୟା ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର, ଫୁଲବାଣୀ ରେଳ ଲାଇନ ପାଇଁ ତୁରନ୍ତ ବଜେଟ ରେ ଅର୍ଥ ବରାଦ କରି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ। ଏହାପରେ ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଏମସ ମାନ୍ୟତା ଦିଆଯାଉ। ଏଥିସହ ଭଞ୍ଜନଗର ଏବଂ ଆସିକା ରେ ଗୋଟିଏ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନ କରାଯାଉ। ଶିକ୍ଷାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ସହ କୃଷି ଶିଳ୍ପ ସ୍ଥାପନ, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦକୁ ଏକ ସ୍ବୟଂ ସମ୍ପୂର୍ଣ ଭାବେ ତ୍ରାନିତ କରିବା, ବ୍ରହ୍ମପୁର ନିକଟରେ ଏକ ଗ୍ରୀନ ଫିଲ୍ଡ ଓ କର୍ଗୋ ବିମାନବନ୍ଦର ସ୍ଥାପନ, ମହାନଦୀ କୁ ଋଷିକୂଲ୍ୟା ଦେଇ ବାହୁଡା଼ ନଦୀ ସହ ସଂଯୋଗିକରଣ, ଦକ୍ଷିଣ ଓଡ଼ିଶା ରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଦାବୀ ହୋଇଛି।

ଏହି ଆନ୍ଦୋଳନରେ ଭଞ୍ଜନଗରର ସବୁ ପ୍ରମୁଖ ରାଜନୈତିକ ଦଳର ନେତା ସମେତ ସାମ୍ବାଦିକ ସଂଘ, ଘୁମୁସର ବାହିନୀ,ବଣିକ ସଂଘ, ବଶିଷ୍ଠ ନାଗରିକ ମଞ୍ଚ, ବିପଦର ବନ୍ଧୁ ସମେତ ପ୍ରମୁଖ ଅନୁଷ୍ଠାନ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହକ ସରୋଜ ପଟ୍ଟନାୟକ , ପ୍ରିତିସ କୁମାର ପାଣିଗ୍ରାହୀ, ଆଦିତ୍ୟ ପ୍ରସାଦ ରଥ, ଦେବେନ୍ଦ୍ର ଦେବ, ବାଳକୃଷ୍ଠ ପଣ୍ଡା,, ଲକ୍ଷ୍ମୀ ନାରାୟଣ ପାଢ଼ୀ, ବିନୋଦ ଠାକୁର, ନୀଳମାଧବ ପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି। ଭଞ୍ଜନଗର ବାର ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ପତି, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଜଗବନ୍ଧୁ ଜେନା, ବାମପନ୍ଥୀ ନେତା ତଥା ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ,ଭାଜପା ନେତା ସନ୍ତୋଷ ପାଳ, ମୂରଲୀ ପଣ୍ଡା,ବିଜେଡିର ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବଣିକ ସଂଘ ନେତା ସୁଶାନ୍ତ ମହାପାତ୍ର, ଭଞ୍ଜ କିଶୋର ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ଗୋପାଳ ଲେଙ୍କା, ଡି ଚେଲପତି ରାଓ , କଂଗ୍ରେସ ନେତା ସନ୍ତୋଷ ନାୟକ,ପ୍ରଶାନ୍ତ ମହାନ୍ତି, ପ୍ରକାଶ ସାହୁ, ଗୋପାଳ ବିଷୋୟୀ, ନଚିକେତା ପ୍ରଧାନ, ଅରକ୍ଷିତ ପରିଚ୍ଛା ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଆଜି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri