ମାରାତ୍ମକ ଡେଲ୍ଟା ଭାଇରସ ବଦଳୁଛି ବାରମ୍ବାର: ସତର୍କ କଲା ଡବ୍ଲୁଏଚ୍‌ଓ

ଜେନେଭା,୩ ।୭: ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା ବେଳେ ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଚେତାବନୀ ଦେଇଛି । ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ କହିଛନ୍ତି ବିଶ୍ୱ ବର୍ତ୍ତମାନ କୋଭିଡ-୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ଏବେ ଡେଲ୍ଟା ଭାଇରସ ସବୁଠାରୁ ମାରାତ୍ମକ ହୋଇଥିବା ବେଳେ ଏହା ଲଗାତାର ରୂପ ବଦଳାଇ ଚାଲିଛି ଏବଂ ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ । ଯେଉଁ ଦେଶରେ କମ୍ ଲୋକଙ୍କୁ ଟିକା ଦିଆଯାଇଛି ସେଠାରେ ପୁଣିଥରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି । ଏବେ ଡେଲ୍ଟା ଭାରିଏଣ୍ଟ ପ୍ରାୟ ୯୮ ଦେଶକୁ ବ୍ୟାପିସାରିଥିବା ସେ କହିଛନ୍ତି । ଏହା ମାରାତ୍ମକ ହୋଇଥିବାରୁ ଆମକୁ ଅଧିକ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି । ତେଣୁ ଆସନ୍ତା ବର୍ଷେ ମଧ୍ୟରେ ସମସ୍ତ ଦେଶ ଅତିକମରେ ୭୦ ପ୍ରତିଶତ ଟିକା ଦେବାର ଲକ୍ଷ୍ୟ ରଖୁ ବୋଲି ସେ ମତ ରଖିଛନ୍ତି ।

Share