ଭୁବନେଶ୍ବର: ଭରତପୁର ଥାନା ଶାମପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଫୁଡ ଡେଲିଭରି ବୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଏଥିରେ ଡେଲିଭରି ବୟ ଜଣକ ଉତ୍କ୍ଷିପ୍ତ ହୋଇ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣରେ ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଛି। ଫଳରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


