ଡିଲିମିଟେଶନ: ଚେନ୍ନାଇ ଗଲେ ବିରୋଧୀ ନେତା

ଭୁବନେଶ୍ୱର, ୨୨ା୩(ସୁନିତ୍‌ ମିଶ୍ର):ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ ଓଡ଼ିଶାରୁ ଉଭୟ ବିଜେଡି ଏବଂ କଂଗ୍ରେସ ଯୋଗଦେବେ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ବିଜେଡି ପକ୍ଷରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସମେତ ତାମିଲନାଡୁ, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା କ୍ଷତି ସହିବାକୁ ଥିବା ୮ ରାଜ୍ୟର ପ୍ରତିନିଧି ଚେନ୍ନାଇଠାରେ ପହଞ୍ଚିବା ପରେ ଷ୍ଟାଲିନ୍‌ ଏକ୍ସ’ରେ ଉଲ୍ଲେଖକରିଛନ୍ତି, ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ନେଇ ଚେନ୍ନାଇରେ ହେବାକୁ ଥିବା ପ୍ରଥମ ମିଳିତ କାର୍ଯ୍ୟାନୁଷ୍ଠାନ ବୈଠକକୁ କେରଳ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଗତ। ଉକ୍ତ ବୈଠକକୁ ଜାତୀୟ ସଂଘବାଦ ପାଇଁ ଏକ ଏତିହାସିକ କାର୍ଯ୍ୟକ୍ରମ ରୂପେ ସେ ଅଭିହିତ କରିଛନ୍ତି।
ଚେନ୍ନାଇରେ ପହ଼ଞ୍ଚିବା ପରେ ବିଜେଡି ପ୍ରତିନିଧି ଦାସବର୍ମା କହିଛନ୍ତି, ଜନସଂଖ୍ୟା ଆଧାରରେ ଯଦି ୨୦୨୬ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ପରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ କରାଯାଏ ତେବେ ୮ ରାଜ୍ୟ ସଂସଦୀୟ ପ୍ରତିନିଧିତ୍ୱରେ କ୍ଷତି ସହିବେ। ସୂଚନାଯୋଗ୍ୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ୨ ଜଣ ପ୍ରତିନିଧି କିଛିଦିନ ତଳେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ସମାନଭାବେ ପିସିସି ସଭାପତି ଭକ୍ତ ଦାସଙ୍କୁ ମଧ୍ୟ ଭେଟି ବୈଠକରେ ସାମିଲହେବାକୁ ନିମନ୍ତ୍ରଣ କରିଥିଲେ। କଂଗ୍ରେସ ଏହି ବୈଠକରେ ଯୋଗଦେବା ବଡ଼କଥା ନୁହେଁ। ବିଗତ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ବିରୋଧୀ ମେଣ୍ଟର କୌଣସି କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଏନ୍‌ଡିଏର ବିଭିନ୍ନ ବିଷୟକୁ ସମର୍ଥନ କରିଆସୁଥିବା ବିଜେଡି ଆଭିମୁଖ୍ୟ ବଦଳିଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ବିଜେଡି ନିଜ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି। ପୂର୍ବରୁ ଏନ୍‌ଡିଏ ସହ ବିଜେଡି ଏକାଠି ଥିବା କଥା ଚର୍ଚ୍ଚା କରୁଥିବା ରାଜନୈତିକ ବିଶାରଦମାନେ ଏବେ ପରିବର୍ତ୍ତିତ ରଣନୀତିକୁ ଦେଖି ଭିନ୍ନମତ ଦେବା ଆରମ୍ଭ କଲେଣି। ଓଡ଼ିଶା କଂଗ୍ରେସ ଲୋକ ସଭାରେ ପ୍ରତିନିଧିତ୍ୱ ଶୂନ୍ୟ ହେବା ପରେ ଏନ୍‌ଡିଏ ବିରୋଧୀଙ୍କ ସହ ସାମିଲହେବାକୁ ବାଧ୍ୟ ହୋଇଗଲାଣି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାର ସବୁବେଳେ ଦେଶର ଲାଭ କଥା ଚିନ୍ତାକରୁଛନ୍ତି। କୌଣସି ରାଜ୍ୟର କ୍ଷତିକରିବା କଥା କେନ୍ଦ୍ର ସରକାର କେବେହେଲେ ଚିନ୍ତା କରନ୍ତି ନାହିଁ। ଦେଶରେ ଗୋଟେ ଭୟର ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ରାଜନୀତି କରାଯାଉଛି। ବିଜେଡି ଏଥିରେ ଯୋଗଦେବାର କୌଣସି ଆବଶ୍ୟକଶତା ନାହିଁ। କେବଳ ରାଜନୀତି କରିବା ଲାଗି ବିଜେଡି ଏଥିରେ ଯୋଗଦେଇଥିବା ଗୋଲକ କହିଛନ୍ତି। ଅନ୍ୟପକ୍ଷେ ଏକମାତ୍ର ଭାଜପା ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡିଲିମିଟେଶନ୍‌ ବିରୋଧୀ ବୈଠକକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଚେନ୍ନାଇ ଯାଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri