ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ ସପ୍ତମ ସ୍ଥାନକୁ ଉଠିଛି ଏବଂ ତା’ର ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି।
ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୯୩ ରନ କରିଥିଲା। ଏକଦା ଦଳ ୧୪ ଓଭର ସୁଦ୍ଧା ୨ ଉଇକେଟରେ ୧୬୦ ରନ କରିଥିଲା। ହେଲେ ୧୫ତମ ଓଭରରେ ମିଚେଲ ଷ୍ଟାର୍କ ୩ ଉଇକେଟ ନେଇ ରାଜସ୍ଥାନର ସ୍କୋର ଗତିରେ ବ୍ରେକ ଲଗାଇଥିଲେ। ଦଳ ପାଇଁ ବୈଭବ ସୂର୍ଯ୍ୟବଂଶୀ ୪୬, ଅଧିନାୟକ ରିୟାନ ପରାଗ ୫୧, ଧ୍ରୁବ ଜୁରେଲ ୫୩ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଉଇକେଟ ନେଇଥିଲେ। ଜବାବରେ ଅଭିଷେକ ପୋରେଲ (୫୧) ଓ ଲୋକେଶ ରାହୁଲ(୫୬)ଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ୧୯.୨ ଓଭରରେ ୫ ଉଇକେଟରେ ୧୯୭ ରନ କରିଥିଲା।