Posted inଜାତୀୟ

ଦୀପାବଳିରେ ଦିଲ୍ଲୀର ବାୟୁ ସବୁଠୁ ଭଲ ଥିଲା

ନୂଆଦିଲ୍ଲୀ,୧୩ା୧୧: ଦିଲ୍ଲୀରେ ଯେଉଁଭଳି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହା ପରିବେଶବିତ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସବୁବର୍ଷ ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରେକର୍ଡ କରାଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରଦୂଷଣର ମାତ୍ରା କମ୍‌ ରହିଛି। ଯାହାକି ୮ ବର୍ଷ ମଧ୍ୟରେ ସର୍ବୋତ୍ତମ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ବିନୟ କୁମାର ସେହଗଲ କହିଛନ୍ତି।ତଥାପି କିଛି ମାତ୍ରାରେ ବାଣଫୁଟା ଯୋଗୁ ରାତିରେ କମ୍‌ ତାପମାତ୍ରା ପ୍ରଦୂଷଣ ସ୍ତରକୁ ବଢ଼ାଇପାରେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ, ବର୍ଷା ପରେ ଆର୍ଦ୍ର ଅବସ୍ଥା ହେତୁ ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜଳିବା ଘଟଣା ବି ହ୍ରାସ ପାଇବ।

ରବିବାର ଅପରାହ୍ନ ୪ଟାରେ ବାୟୁ ପ୍ରଦୂଷଣ ଏକ୍ୟୁଆଇ ୨୧୮ ଥିଲା। ଯାହା ଅତି କମରେ ତିନି ସପ୍ତାହ ମଧ୍ୟରେ ସର୍ବୋତ୍ତମ। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ‘ଭଲ’, ୫୧ରୁ ୧୦୦ ମଧ୍ୟରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୪୫୦ ପ୍ରଦୂଷଣ ସବୁଠୁ ଭୟଙ୍କର ବୋଲି ବିବେଚନା କରାଯାଏ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ଗତବର୍ଷ ଦିଲ୍ଲୀରେ ଏକ୍ୟୁଆଇ ୩୧୨, ୨୦୨୧ରେ ୩୮୨, ୨୦୨୦ରେ ୪୧୪, ୨୦୧୯ରେ ୩୩୭, ୨୦୧୮ରେ ୨୮୧, ୨୦୧୭ରେ ୩୧୯ ଏବଂ ୨୦୧୬ରେ ୪୩୧ଥିଲା। ଶନିବାର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୨୨୦ ଥିଲା, ଗତ ଆଠ ବର୍ଷ ମଧ୍ୟରେ ଦୀପାବଳିର ଗୋଟିଏ ଦିନରେ ଏହା ସର୍ବନିମ୍ନ ଥିଲା ବୋଲି ବିନୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri