Posted inଫୁରସତ

ଦିଲ୍ଲୀରୁ ଲଣ୍ଡନ ବସ୍‌ ଯାତ୍ରା, ଭଡ଼ା ଦେବାକୁ ପଡ଼େ…

ଦୁନିଆର ଅନେକ ଲୋକ ଖୁସିରେ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଭ୍ରମଣ କରି ସାରା ଦୁନିଆ ଦେଖିବାକୁ ଚାହିଁଥାନ୍ତି। ଏପରି ଲୋକଙ୍କ ପାଇଁ ବସ୍‌ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର ହୋଇପାରେ। ଏହି ଯାତ୍ରା ଗୋଟିଏ ସହରରୁ ଅନ୍ୟ ସହରକୁ ନୁହେଁ, ଗୋଟିଏ ଦେଶରୁ ଅନ୍ୟ ଦେଶକୁ କରାଯାଉଛି। ଆପଣ ଜାଣନ୍ତି କି ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ବସ୍‌ ଯାତ୍ରା କରୁଛି। ତେବେ ମନରେ ପ୍ରଶ୍ନ ଉଠୁଥିବ ଏହା କେତେଦିନରେ ପହଞ୍ଚୁଛି ଆଉ କେମିତି ହୋଇଥାଏ ଏହି ଯାତ୍ରା। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଡଭେଞ୍ଚର ଓଭରଲ୍ୟାଣ୍ଡ ନାମକ କମ୍ପାନୀର ବସ୍‌ ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଚାଲୁଛି। ଏହି ବସ୍‌ରେ ଯାତ୍ରା କରିବା ପାଇଁ ୧୮ଟି ଦେଶ ପାର ହେବାକୁ ପଡ଼େ। ୨୦,୦୦୦ କିଲୋମିଟର ଯାତ୍ରା କରୁଥିବା ଏହି ବସ୍‌ ୭୦ ଦିନରେ ଲଣ୍ଡନରେ ପହଞ୍ଚୁଛି।

ଏହି ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ଯ୍ୟଜନକ ଅନୁଭବ କରନ୍ତି। ବସ୍‌ରେ ଯିବାବେଳେ ରାସ୍ତାରେ ଅନେକ ସୁନ୍ଦର ଦୃଶ୍ୟରାଜି ଏବଂ ପର୍ଯ୍ୟଟନ ସ୍ଥାନ ଦେଖିବାକୁ ମିଳେ। ଯାହା ଏହି ଯାତ୍ରାକୁ ଆହୁରି ସ୍ମରଣୀୟ କରିଥାଏ। ରୁଷିଆ, ପୋଲାଣ୍ଡ, ଜର୍ମାନୀ, ବେଲଜିୟମ ଭଳି ଦେଶ ସମେତ ଅନେକ ଦେଶରେ ଏହି ବସ୍‌ ଅଟକି ରହିଥାଏ। କାଜାକିସ୍ତାନ, ଚାଇନା, ମ୍ୟାନମାର୍‌, ଲାଓସ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶ ଏହି ଯାତ୍ରା ମଧ୍ୟରେ ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବସ୍‌ ଭଡ଼ା ବାବଦକୁ ୧୫ ଲକ୍ଷ ଟଙ୍କାକୁ ଦେବାକୁ ପଡ଼ିଥାଏ।

ବସ୍‌ ମଧ୍ୟ ଭାରତରୁ ସିଙ୍ଗାପୁର ପର୍ଯ୍ୟନ୍ତ ଚାଲିଥାଏ। ବସ୍‌ର ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି, ଯାତ୍ରା ସମୟରେ ଲୋକମାନେ ମ୍ୟାନ୍‌ମାରର ସ୍ବତନ୍ତ୍ର ପାଗୋଡ଼ା ବିଲ୍ଡିଂ ଦେଖିବାକୁ ପାଇବେ। ଚେଙ୍ଗଡୁରେ ଏକ ସ୍ବତନ୍ତ୍ର ପ୍ରଜାତିର ବୃହତ ପାଣ୍ଡା ଦେଖାଯିବ। ଲୋକମାନେ ଚାଇନାର ମହାନ ପ୍ରାଚୀରରେ ବୁଲିବାକୁ ଯାଇପାରିବେ ଏବଂ ଉଜବେକିସ୍ତାନର ତାସକେଣ୍ଟ, ବୁଖାରା ପରି ଐତିହାସିକ ସହରଗୁଡ଼ିକ ମଧ୍ୟ ଦେଖିପାରିବେ। ଲୋକମାନେ ପ୍ରାଗା, ବ୍ରୁସେଲ୍ସ, ଫ୍ରାଙ୍କଫର୍ଟ ପରି ସହର ପରିଦର୍ଶନ କରିପାରିବେ। କମ୍ପାନୀର ପ୍ରତିଷ୍ଠାତା ସଞ୍ଜୟ ମଦନ ଏବଂ ତୁଷାର ଅଗ୍ରଓ୍ବାଲ କହିଛନ୍ତି, ସମସ୍ତ କାଗଜପତ୍ର ଏବଂ ଅନୁମତି ସେହି ଲୋକମାନଙ୍କ ଦ୍ୱାରା ନିଆଯାଏ ଯାହାଦ୍ୱାରା ଯାତ୍ରା କରୁଥିବା ଲୋକମାନଙ୍କୁ ଏହି ଜିନିଷ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି କମ୍ପାନୀର ଏକ ବସ୍‌ ମଧ୍ୟ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଚାଲୁଛି। ୨୦ ମଧ୍ୟରେ ୫ଟି ଦେଶ ଦେଇ ଏହି ଯାତ୍ରା ଶେଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri