Posted inଜାତୀୟ

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ର ଚର୍ଚ୍ଚା ସମୟରେ ସାୟରି କହିଲେ ରାଘବ

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ସ୍ଥାନ ନେଉଥିବା ବିଧେୟକ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ହୋଇଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡିଙ୍କ ରାଜନୈତିକ ଦଳ ଓ୍ବାଇଏସଆର କଂଗ୍ରେସ କହିଛି ସେ ବିଧେୟକ ସପକ୍ଷରେ ଯିବ।

ଏ ସମ୍ପର୍କରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଓ୍ବାଇଏସଆର କଂଗ୍ରେସକୁ ଟାର୍ଗେଟ କରିଛି। ପ୍ରସିଦ୍ଧ କବି ରାହତ ଇନ୍ଦୋରିଙ୍କ ସାୟରି ଶେଞାର କରି ଏଏପିର ରାଜ୍ୟସଭା ଏମପି ରାଘବ ଚଢା କହିଛନ୍ତି, ‘ଲେଗେଜି ଆଗ ତୋ ଆଏଙ୍ଗେ ଘର କଇ ଜଦ ମେଁ, ୟାହଁା ପେ ସିର୍ଫ ହାମାରା ମକାନ ଥୋଡି ହେ।’
ଲୋକ ସଭାରେ ଆଲୋଚନା ବେଳେ ଓ୍ବାଇଏସଆର କଂଗ୍ରେସ ଦଳର ଫ୍ଲୋର ଲିଡର ପିଭି ମିଥୁନ ରେଡ୍ଡୀ କହିଛନ୍ତି ଯେ ସରକାର ସମସ୍ତ ହିତାଧାରକଙ୍କୁ ଧ୍ୟାନରେ ରଖିବାକୁ ମୁଁ ଅନୁରୋଧ କରୁଛି। ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଅନୁରୋଧ କରୁଛି ଯେ ଏହା ଏକ ଭିନ୍ନ ବିଲ। ଏଭଳି ପରିସ୍ଥିତିରେ ମୁଁ ଆଶା କରୁଛି ଯେ ଏହା ଅନ୍ୟ ରାଜ୍ୟକୁ ଅଣାଯିବ ନାହିଁ। ଏହି ଆଶା ସହିତ ଓ୍ବାଇଏସଆର କଂଗ୍ରେସ ପାର୍ଟି ଏହି ବିଲ୍‌କୁ ସମର୍ଥନ କରୁଛି।
ବୁଧବାର ଏଏପି ନେତା ରାଘବ ଚଢା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ବିଜୁ ଜନତା ଦଳ ଏବଂ ଓ୍ବାଏସଆର କଂଗ୍ରେସ ପାର୍ଟି ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାକୁ ନେଇ କଟାକ୍ଷ କରିଛନ୍ତି। ସେ କହିଥିଲେ, ‘ନିଶ୍ଚୟ କିଛି ବାଧ୍ୟତାମୂଳକ ହୋଇଥଲା, ସେପରି କେହି ଅବିଶ୍ୱାସୀ ନୁହନ୍ତି, ସେ ସତ କହିବାକୁ ଚେଷ୍ଟା କରନ୍ତି, କ’ଣ କରାଯିବ ସାହସ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri