ଦିଲ୍ଲୀ ମତ

ବିଜୟ ଓ ପରାଜୟ ରାଜନୀତିର ଏକ ଅଂଶ। ଭାରତୀୟ ରାଜନୀତିରେ ଯେତେବେଳେ କୌଣସି ବୃହତ୍‌ ରାଜନୈତିକ ଦଳ କିମ୍ବା ବଡ଼ ନେତା ହାରିଯାଆନ୍ତି, ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ କଥାକୁ ଦୃଷ୍ଟାନ୍ତ ଦିଆଯାଇଥାଏ। କୁହାଯାଇଥାଏ ଇନ୍ଦିରା ଗାନ୍ଧୀଙ୍କ ପରି ନେତ୍ରୀ ହାରିଗଲେ ଇଏ ଆଉ କ’ଣ କି। କିନ୍ତୁ ୮ ଫେବୃଆରୀ ୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳକୁ ଦେଖିଲେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ତାହାର ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପରାଜୟ ସେହି ତଥାକଥିତ ଦୃଷ୍ଟିକୋଣରୁ ଦେଖାଯାଇ ନ ପାରେ। କାରଣ ଆପ୍‌ର ଉନ୍ମେଷ ପାରମ୍ପରିକ ରାଜନୈତିକ ଦଳ ଭଳି ହୋଇ ନ ଥିଲା। ଦୁର୍ନୀତି ବିରୋଧରେ ଆନ୍ନା ହାଜାରେ ସାମାଜିକ ଆନ୍ଦୋଳନ କରି ଦେଶବ୍ୟାପୀ ଯେଉଁ ଜାଗରଣ ସୃଷ୍ଟି କରିଥିଲେ, ସେଥିରେ କେଜ୍‌ରିଓ୍ବାଲଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିବିଶେଷ ନିର୍ବାଚନ ଲଢ଼ିଲେ; ଯାହାକି ଆଜିର ଆପ୍‌ ଦଳ ଭାବେ ପରିଚିତ। କ୍ଷମତା ରାଜନୀତିଠାରୁ ଭିନ୍ନ ଚିନ୍ତାଧାରା ଅଛି ବୋଲି ସେତେବେଳେ ଲୋକେ ଅନୁଭବ କରିବା ପରେ ଆପ୍‌କୁ ସହଜରେ ଗ୍ରହଣ କରିନେଇଥିଲେ। ଚାରିଆଡ଼େ ପ୍ରଚାର ହୋଇଯାଇଥିଲା ଯେ ଆପ୍‌ ହେଉଛି ସାଧାରଣ ଲୋକଙ୍କ ପାର୍ଟି। କେଜ୍‌ରିଓ୍ବାଲ ଓ ତାଙ୍କ ସହଯୋଗୀମାନଙ୍କ ବେଷଭୂଷା ଓ ବ୍ୟବହାର ଭୋଟରଙ୍କୁ ଆକୃଷ୍ଟ କରିବାରୁ ୨୦୧୫ରେ ଆପ୍‌ ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାରେ ୬୭ ଆସନ ହାସଲ କରି ଜାତୀୟ ଦଳ କଂଗ୍ରେସକୁ ‘୦’ ଓ ଭାରତୀୟ ଜନତା ପାର୍ଟି (ଭାଜପା)କୁ ୩ ଆସନରେ ସୀମିତ ରଖିଥିଲା। ଉଲ୍ଲେଖ କରାଯାଇପାରେ ଯେ ସେତେବେଳେ ଦେଶବ୍ୟାପୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନସମର୍ଥନ ସର୍ବୋଚ୍ଚରେ ଥିବା ବେଳେ କେଜ୍‌ରିଓ୍ବାଲ ଯେଉଁ ଗୁଗ୍‌ଲି ଫିଙ୍ଗିଥିଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜନୈତିକ ଚିନ୍ତାଧାରା ପୋଷଣ କରୁଥିବା ନାଗରିକ ତାଙ୍କୁ ମୋଦିଙ୍କ ବିକଳ୍ପ ଭାବେ ଧରିନେଇଥିଲେ। ୨୦୨୦ରେ ମଧ୍ୟ ଦଳ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୬୨ ଆସନ ଅକ୍ତିଆର କରିବା ଓ ପରେ ପଞ୍ଜାବରେ ଆପ୍‌ ସରକାର ଗଢ଼ିବା କେଜ୍‌ରିଓ୍ବାଲଙ୍କ ଭାବମୂର୍ତ୍ତିକୁ ଆକାଶଛୁଆଁ କରିଦେଲା।
୨୦୨୫ ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ମଦ ଦୁର୍ନୀତିର ଷ୍ଟାମ୍ପ ଆପ୍‌ ଉପରେ ଲଗାଇ ଭାଜପା ଯେଉଁଭଳି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା, ତାହା ସଫଳ ହେବାରୁ କେଜ୍‌ରିଓ୍ବାଲ ଓ ତାଙ୍କ ଟିମ୍‌ ଦୁମ୍‌କରି ତଳେ ପଡ଼ିଗଲେ। ୨୦୨୫ ବିଧାନସଭା ନିର୍ବାଚନରେ ଭାଜପା ୪୮ ଆସନ ପାଇଥିବା ବେଳେ ଆପ୍‌ ୨୨ରେ ସୀମିତ ରହିଲା। କଂଗ୍ରେସ ଭାଗରେ ସେହି ‘୦’। କୁହାଯାଉଛି ଦୁର୍ନୀତି ବିରୋଧରେ ଡାକରା ଦେଇ କ୍ଷମତାକୁ ଆସିଥିବା ଆପ୍‌କୁ ସେହି ଦୁର୍ନୀତି ଅଭିଯୋଗରେ ଘାଣ୍ଟି ଦିଆଗଲା।
କେଜ୍‌ରିଓ୍ବାଲଙ୍କ ହାରିବା ପଛରେ ଲୌକିକ ସ୍ତରରେ ଭାଜପାକୁ ଶ୍ରେୟ ଦିଆଯାଉଛି। କିନ୍ତୁ ବାସ୍ତବତା ଭିନ୍ନ କାହାଣୀ ସୂଚାଉଛି। ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ସଫଳତା ଭାଜପାକୁ ବ୍ୟସ୍ତ କରିପକାଇଥିଲା। ଏହା ସମ୍ଭବ ହୋଇଥିଲା କଂଗ୍ରେସ ସମେତ ଅଣ-ଭାଜପା ଶକ୍ତିଗୁଡ଼ିକ ମଧ୍ୟରେ ସାମାନ୍ୟ ମତୈକ୍ୟ ଥିବା ସତ୍ତ୍ୱେ ଏକସ୍ବରରେ ଭାଜପା ବିରୋଧରେ ଲାଗି ପଡ଼ିଥିଲେ। କିନ୍ତୁ ଦିଲ୍ଲୀ ନିର୍ବାଚନ ପୂର୍ବରୁ କଂଗ୍ରେସ, ଆପ୍‌ ପରସ୍ପର ବିରୋଧରେ ଲଢ଼ିବାରୁ ଭାଜପା ଫାଇଦାରେ ରହିଲା। ହିସାବ ଦେଖିଲେ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଭାଜପା ୭.୧ ପ୍ରତିଶତ ଅଧିକ ଭୋଟ ଲାଭ କରିଥିବାବେଳେ ଆପ୍‌ ୧୦.୨ ପ୍ରତିଶତ ଖସିଛି। ଅନ୍ୟପକ୍ଷରେ କଂଗ୍ରେସର ଭୋଟ ପ୍ରାୟ ୨ ପ୍ରତିଶତ ବଢ଼ିଥିବା ସତ୍ତ୍ୱେ ତାହା ଆସନ ସଂଖ୍ୟାରେ ପ୍ରଭାବ ପକାଇ ପାରିନାହିଁ। ରାଜନୀତିରେ ସମ୍ପୂର୍ଣ୍ଣ ରୁଚି ରଖୁଥିବା ବ୍ୟକ୍ତି ନିଶ୍ଚୟ ବୁଝିପାରୁଥିବେ ଯେ, ଭାଜପା ସର୍ବଦା କଂଗ୍ରେସକୁ ବିରୋଧୀ ଆସନରେ ବସାଇବାକୁ ଯାଇ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ମାରିବାକୁ ଚେଷ୍ଟା କରିଆସିଛି। ସେହି ରଣନୀତି ଦିଲ୍ଲୀରେ ମଧ୍ୟ କାମ ଦେଲା। ଭାଜପା ମଦ ଦୁର୍ନୀତିକୁ ମୁଖ୍ୟ ବିନ୍ଦୁ ଭାବେ ସୃଷ୍ଟିକରି କେଜ୍‌ରିଓ୍ବାଲ, ମନୀଷ ସିସୋଡିଆଙ୍କଠାରୁ ଆହୁରି ଅନେକ ନେତାଙ୍କୁ ଜେଲରେ ପୂରାଇଦେଲା। ଭାରତର ଭୋଟର ଭଲଭାବେ ଜାଣନ୍ତି ଯେ ଆପ୍‌ ନେତାମାନଙ୍କୁ ଯେତିକି ସମୟ ଜେଲଦଣ୍ଡ ମିଳିଥିଲା, ତାହାଦ୍ୱାରା ସେମାନେ ବଦ୍‌ନାମ ହୋଇ ନିର୍ବାଚନ ହାରିଗଲେ। କିନ୍ତୁ ଭବିଷ୍ୟତରେ କଚେରିରେ ମାମଲାକୁ ପ୍ରମାଣ କରି ଜିତିବା ପାଇଁ କେନ୍ଦ୍ର ସରକାରଙ୍କ ସକାଶେ ସମ୍ଭବପର ହେବନାହିଁ। ସାଧାରଣରେ, କେବଳ ଲାଲୁ ଓ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଏହିଭଳି ଦୁର୍ନୀତି ମାମଲାରେ ସବୁ ବ୍ୟବସ୍ଥା ସମ୍ପୃକ୍ତ ରହିଥାନ୍ତି, ସେଥିପାଇଁ କେହି କାହାରି ଲାଞ୍ଜରେ ନିଆଁ ଲଗାଇ ଧ୍ୱଂସ କରିପାରନ୍ତି ନାହିଁ। କେବଳ ‘ଚେଙ୍କ’ ଦିଅନ୍ତି।
ଆଉ ଏକ କଥା ହେଲା ଦଳିତ, ମୁସଲମାନ, ଗରିବଙ୍କୁ ତୁଷ୍ଟ କରିବା ଲାଗି କେଜ୍‌ରିଓ୍ବାଲ ଯେଉଁ ମଡେଲ ସୃଷ୍ଟି କରିଥିଲେ ତାହାକୁ ଆଗକୁ ନେବାରେ ସଫଳ ହୋଇପାରିଲେ ନାହିଁ ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ ‘ପୋଷ୍ଟ କ୍ଲିଭେଜ୍‌ ପଲିଟିକ୍ସ’ର ସଂଜ୍ଞା ବ୍ୟାପକ ହେବାରେ ଲାଗିଛି। ରାଜନୀତି ବିଜ୍ଞାନ ଓ ସମାଜବିଜ୍ଞାନରେ ‘କ୍ଲିଭେଜ୍‌’ ଶବ୍ଦର ଅର୍ଥ ହେଉଛି ଏହା ଏକ ସାମାଜିକ କିମ୍ବା ସାଂସ୍କୃତିକ ରେଖା ଯାହା ନାଗରିକମାନଙ୍କୁ ଗୋଟେ ସମାଜରେ ଥିବା ଗୋଷ୍ଠୀଗୁଡ଼ିକୁ ବିଭିନ୍ନ ପ୍ରକାର ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଭାଗ କରିଥାଏ। ଫଳରେ ସେହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ତାହା ଅଧିକ ରାଜନୀତିକରଣ ହୋଇଯାଉଥିବାରୁ ତାହା ରାଜନୈତିକ ବିଭାଜନ ଆଖ୍ୟା ପାଉଛି। ଏବେ ଦଳିତ, ମୁସଲମାନ, ଗରିବ ମଡେଲ ଅପେକ୍ଷା ଯୁବ, ମହିଳା, ମଧ୍ୟବିତ୍ତ ଆୟ ବର୍ଗଙ୍କୁ ଟାର୍ଗେଟ କରାଯାଇ ରାଜନୀତି କରାଯିବାରୁ ଆପ୍‌ର ପରାଜୟ ଘଟିଲା ବୋଲି କୁହାଯାଉଛି। ଆପ୍‌ ଯେତେଦିନ ଯାଏ ଗୋଟେ ଆଦର୍ଶ ରଖି ରାଜନୀତି କରୁଥିଲା, ତାହା ଠିକ୍‌ ଥିଲା। ଏହା ଲୋକଙ୍କ ସମର୍ଥନ ପାଉଥିଲା। ଯେତେବେଳେ ପୂରା କ୍ଷମତା ରାଜନୀତିକୁ ଆସି ଆଦର୍ଶରୁ ବିଚ୍ୟୁତ ହେଲା, ତାହା କଂଗ୍ରେସ ଭଳି ଫୁଟା ଡଙ୍ଗାରେ ବସିଲା ଭଳି ହୋଇଯାଇଛି। ୨୪ ବର୍ଷରୁ ଊର୍ଦ୍ଧ୍ୱ କ୍ଷମତା ହାସଲ କରିଥିବା ବିଜୁ ଜନତା ଦଳ (ବିଜେଡି) ପରାଜୟ ପରେ ଯେଭଳି ଦବି ଯାଇଛି, ଆପ୍‌ ସେଭଳି ନ ହୋଇ ପୁଣି ନୂଆ ରଣନୀତି କରି ଉଠିବାକୁ ନ ଚାହିଁଲେ ଆଗକୁ ଭାଜପାକୁ ସାମ୍ନା କରିବା କଷ୍ଟକର ହୋଇପଡ଼ିବ। କଂଗ୍ରେସ କଥା ବେଶି ଆଲୋଚନାର ଅପେକ୍ଷା ରଖୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri