ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦର ପେଟ୍ରୋଲ ପମ୍ପରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ । ଏହି କାରଣରୁ ନିଜ ଗାଡ଼ିର ପ୍ରଦୂଷଣ ପରୀକ୍ଷା କରାଇବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଭୁଲରୁ ବଞ୍ଚିବା ଆବଶ୍ୟକ । ନଚେତ୍ ଭୁଲ ସାର୍ଟିଫିକେଟ୍, ଅନଲାଇନ୍ ଏଣ୍ଟ୍ରି ସମସ୍ୟା ସହ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ।

ରାସ୍ତାକଡ଼ରେ ଥିବା ଯେକୌଣସି ଅନଧିକୃତ ଟେଣ୍ଟ କିମ୍ବା ଦୋକାନରୁ PUCC କରାଇବା ଠାରୁ ଦୂରେଇ ରୁହନ୍ତୁ । ପରିବହନ ବିଭାଗର ମାନ୍ୟତାପ୍ରାପ୍ତ ଓ ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରୁ ହିଁ ଯାଞ୍ଚ କରାନ୍ତୁ । ଏହାଦ୍ୱାରା ଗାଡ଼ିର ତଥ୍ୟ ସରକାରୀ ସର୍ଭରରେ ଅନଲାଇନ୍ ଅପଡେଟ୍ ହୋଇପାରିବ। ଗାଡ଼ିର ପ୍ରକାର ଓ ଇନ୍ଧନ ଅନୁସାରେ ପ୍ରଦୂଷଣ ଯାଞ୍ଚ ଫି’ ଧାର୍ଯ୍ୟ କରାଯାଇଛି ।

ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ ମୋଟର ଭେହିକଲ୍ ଆକ୍ଟ ଅନୁସାରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା, ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡ ହୋଇପାରେ । ଏହା ସହ ଚାଲାଣ କଟିବା ସହିତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କିମ୍ବା ନିଲମ୍ବିତ ମଧ୍ୟ ହୋଇପାରେ।

 

Dharitri – Odisha’s No.1 Odia Daily

Share