Categories: ବାଣିଜ୍ୟ

ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ତାଲିକାରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: ବିଶ୍ୱର ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ବା ବିଳାସପୂର୍ଣ୍ଣ ପ୍ରପର୍ଟି ବଜାର ତାଲିକାରେ ନୂଆଦିଲ୍ଲୀ ୨୭ତମ,ମୁମ୍ବାଇ ୩୩ ଏବଂ ବାଙ୍ଗାଲୋର ୩୪ ତମ ସ୍ଥାନରେ ରହିଛି। ସାରା ବିଶ୍ୱର ଦାମୀ ପ୍ରପର୍ଟି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିକୁ ନେଇ ନାଇଟ ଫ୍ରାଙ୍କ ନାମକ ସଂସ୍ଥା ଏହି ତାଲିକା ପ୍ରସ୍ତୁତ କରିଥାଏ। ଏହି ସୂଚୀରେ ୧୨.୯% ମୂଲ୍ୟ ବୃଦ୍ଧି ସହ ଅଷ୍ଟ୍ରେଲିଆର ଅକ୍‌ଲାଣ୍ଡ ଅଞ୍ଚଳ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ମାନିଲା ଏବଂ ସେଞ୍ଜହେନ୍‌ ରହିଛି। ଏଠାରେ ୧୦.୨% ଏବଂ ୮.୯% ମୂଲ୍ୟ ବୃଦ୍ଧି ଘଟିଥିବା ଜଣାପଡିଛି। ଚଳିତ ବର୍ଷର ତୃତୀୟ ତ୍ରୈମାସ ଲାଗି ନାଇଟ ଫ୍ରାଙ୍କ ପ୍ରାଇମ ଗ୍ଲୋବାଲ ସିଟି ଇଣ୍ଡେକ୍ସ ପ୍ରକାଶ କରିଛି। ଦ୍ୱିତୀୟ ତ୍ରୈମାସରେ ବାଙ୍ଗାଲୋର ଏବଂ ଦିଲ୍ଲୀ ୨୬ ଏବଂ ୨୭ତମ ସ୍ଥାନରେ ରହିଥିଲା। ଏହି ସମୟରେ ମୁମ୍ବାଇ ୩୨ ତମ ସ୍ଥାନରେ ରହିଥିଲା।

Share