Posted inଜାତୀୟ

ଏମ୍‌ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରାଗଲା

ନୂଆଦିଲ୍ଲୀ,୮।୨: ଏମ୍‌ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ଦକ୍ଷିଣ ଦିଲ୍ଲୀରେ ରହୁଥିବା ଛାତ୍ର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମୟ ଥାଉ ଥାଉ ପରିବାର ବର୍ଗ ତାଙ୍କୁ ହସ୍ପିଟାଲ ନେଇଯିବାରୁ ତାଙ୍କ ଜୀବନ ବଞ୍ଚି ପାରିଥିଲା। ତା’ ପରେ ଏକ ଭିଡିଓ ପାଇଁ ତାଙ୍କୁ ବ୍ଲାକମେଲ ଓ ଧମକ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।

୨୦୨୦ ଅକ୍ଟୋବର ୨୩ ତାରିଖରେ ୩ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଗଞ୍ଜେଇ, ଚରସ ଓ ପିସ୍ତଲ ସହ ଭିଡିଓ କରିଥିଲେ। ପରେ ସେମାନେ ତାଙ୍କ ନାମରେ ମିଛ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ଏବଂ ଏଥିଲାଗି ମାଗିଥିଲେ ୨୦ ଲକ୍ଷ ଟଙ୍କା।

ପୀଡ଼ିତ ପରିବାର ୫ ଲକ୍ଷ ଦେବା ପରେ ମଧ୍ୟ ଛାତ୍ରଙ୍କ ନ୍ୟୁଡ୍‌ ଭିଡିଓ ତାଙ୍କ ସମ୍ପର୍କୀୟ ଓ ସାଙ୍ଗମାନଙ୍କ ମଧ୍ୟରେ ଶେୟାର କରି ଦେଇଥିଲେ। ଗତ ୧ ତାରିଖରେ ବଳକା ଟଙ୍କା ନ ଦେଲେ ଛାତ୍ରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଛାତ୍ର ଜଣଙ୍କ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କନଷ୍ଟେବଳ ଧମରମପାଲ ଛାତ୍ରଙ୍କୁ ଧମକାଇଥିଲେ। ଏଥିରେ ସେ ହତାଶ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏଭଳି ଘଟଣା ପରେ ପୋଲିସ ରବିବାର ଛାତ୍ରଙ୍କ ଅଭିଯୋଗ ରେଜିଷ୍ଟର କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ପୀଡ଼ିତ ଛାତ୍ରଙ୍କ ପରିବାର ସୋମବାର ପୋଲିସକୁ ଭେଟିଥିଲେ। ଉକ୍ତ କନଷ୍ଟେବଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri