Posted inଖେଳ

ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଶିଖର ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହୋଇଛି। ଅନ୍ୟପକ୍ଷରେ ୫ ଉଇକେଟରେ ବିଜୟ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଚଳିତ ଲିଗ୍‌ରେ ପଞ୍ଜାବର ଏହା ହ୍ୟାଟ୍ରିକ ବିଜୟ। ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ ପଞ୍ଜାବ ୧୯ ଓଭରରେ ୫ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରି ନେଇଥିଲା। ୧୦ ମ୍ୟାଚରୁ ୮ ପଏଣ୍ଟ ପାଇ ପଞ୍ଜାବ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ୧୪ ପଏଣ୍ଟ ସହ ଶୀର୍ଷରେ ଅପରିବର୍ତ୍ତିତ ରହିଛି।
ଆଇପିଏଲରେ ୫୦୦୦ ରନ
ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଖରାପ ଫର୍ମ ଜାରି ରଖି ଓପନର ପୃଥ୍‌ବୀ ଶ’ ମାତ୍ର ୭ ରନରେ ଆଉଟ ହୋଇଥିବାବେଳେ ଅଧିନାୟକ ଶ୍ରେୟାସ ଆୟାର ୧୪ ରନର ଯୋଗଦାନ ଦେଇଥିଲେ। ତେବେ ଅଭିଜ୍ଞ ଶିଖର ଧାଓ୍ବନ ଚମତ୍କାର ଫର୍ମ ଜାରି ରଖି ଦଳକୁ ବଡ଼ ସ୍କୋର ଦିଗରେ ଆଗେଇ ନେଇଥିଲେ। ଏହି ଅବସରରେ ସେ ଆଇପିଏଲରେ ୫୦୦୦ ରନ ମଧ୍ୟ ପୂରଣ କରିଥିଲେ। ଲିଗ୍‌ର ୫ମ ଖେଳାଳିଭାବେ ସେ ଏହି କ୍ଲବରେ ସାମିଲ ହୋଇଥିଲେ। ତାଙ୍କ ବ୍ୟାଟିଂ ପାଓ୍ବାର ବଳରେ ଦିଲ୍ଲୀ ୧୦ ଓଭର ବେଳକୁ ୨ ଉଇକେଟ ହରାଇ ୮୩ ରନ ସଂଗ୍ରହ କରି ନେଇଥିଲା। ଆହତ ସମସ୍ୟା ଯୋଗୁ ଦଳକୁ ଫେରିଥିବା ରିଷଭ ପନ୍ତ ୨୦ ବଲ୍‌ରୁ ମାତ୍ର ୧୪ ରନ କରି ପାରିଥିଲେ। ସେହିପରି ମାର୍କୁସ ଷ୍ଟୋଇନିସ ଫେଲ୍‌ ମାରିଥିଲେ ହେଁ ତା’ର କୌଣସି ପ୍ରଭାବ ଧାଓ୍ବନଙ୍କ ଉପରେ ପଡ଼ି ନ ଥିଲା। ସେ ହାସଲ କରିଥିଲେ ଚଳିତ ଲିଗ୍‌ରେ କ୍ରମାଗତ ଦ୍ୱିତୀୟ ଶତକ। ଆଇପିଏଲ ଇତିହାସରେ ପ୍ରଥମ ଖେଳାଳିଭାବେ ସେ ଏହି କୃତୀତ୍ୱ ଅର୍ଜନ କରିଥିଲେ। ଏଥିସହ ଗୋଟିଏ ସିଜନରେ ୨ କିମ୍ବା ତଦୁର୍ଦ୍ଧ୍ୱ ଶତକ ହାସଲ କରିବାରେ ସେ ହୋଇଥିଲେ ୫ମ ଖେଳାଳି। ୫୭ ବଲ୍‌ରୁ ଶତକ ପୂରଣ କରିଥିବା ଧାଓ୍ବନ ୬୧ ବଲ୍‌ରୁ ୧୨ ଚୌକା ଓ ୩ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ। ତେବେ ଦିଲ୍ଲୀର ଅନ୍ୟ କୌଣସି ଖେଳାଳି ୧୪ରୁ ଅଧିକ ରନ କରି ନ ପାରିବାରୁ ସ୍କୋର ୧୬୪/୫ରେ ସୀମିତ ରହି ଯାଇଥିଲା। ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨ଟି ଏବଂ ଜେମ୍ସ ନିଶାମ, ମୁରୁଗାନ ଅଶ୍ୱିନ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ପଞ୍ଜାବ ଇନ୍‌ଫର୍ମ ଅଧିନାୟକ ଲୋକେଶ ରାହୁଲ(୧୫)ଙ୍କ ଉଇକେଟ ଶୀଘ୍ର ହରାଇ ବିପଦରେ ପଡ଼ିଥିଲା। କ୍ରିସ୍‌ ଗେଲ୍‌ ସ୍ବାଭାବିକ ଢଙ୍ଗରେ ଖେଳିଥିଲେ ହେଁ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୧୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୨୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୁଝାମଣାର ଅଭାବ ଯୋଗୁ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୬ ରନ କରି ରନଆଉଟ ହୋଇ ଯାଇଥିଲେ। ତେବେ ନିକୋଲାସ ପୁରନ ଓ ମ୍ୟାକ୍ସଓ୍ବେଲ ୪ର୍ଥ ଉଇକେଟରେ ଦ୍ରୁତ ୬୯ ରନ ଯୋଗକରି ଦଳପାଇଁ ବିଜୟ ପଥ ପରିଷ୍କାର କରିଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ପୁରନ କାଗିଶୋ ରାବାଡ଼ାଙ୍କ ଏକ ବଲ୍‌ ଛାଡ଼ିବା ଚକ୍କରରେ କଟ୍‌ ବିହାଇଣ୍ଡ ହୋଇ ଯାଇଥିଲା। ରାବାଡାଙ୍କ ବଲ୍‌ ପୁରନଙ୍କ ଗ୍ଲେବ୍ସକୁ ସ୍ପର୍ଶକରି ଉଇକେଟ କିପର ରିଷଭ ପନ୍ତଙ୍କ ନିକଟକୁ ଚାଲି ଯାଇଥିଲା। ସହଜରେ ଉଇକେଟ ହରାଇଥିବା ପୁରନ ୨୮ ବଲ୍‌ରୁ ସର୍ବାଧିକ ୫୩(୬ ଚୌକା, ୩ ଛକା) ରନ କରିଥିଲେ। ପୂର୍ବ ମ୍ୟାଚ ଗୁଡ଼ିକ ତୁଳନାରେ ମ୍ୟାକ୍ସଓ୍ବେଲ ଏଠାରେ ଭଲ ବ୍ୟାଟିଂ କରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ରହିପାରି ନ ଥିଲେ। ସେ ୩୨(୨୪ ବଲ, ୩ ଚୌକା) ରନ କରିଥିବାବେଳେ ୧୬ତମ ଓଭରରେ ରାବାଡ଼ାଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ ଦେଇଥିଲେ। ଦୀପକ ହୁଦା ୧୫ ଓ ଜେମ୍ସ ନିଶାମ ୧୦ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ କାଗିଶୋ ରାବାଡ଼ା ୨ଟି ଏବଂ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୪/୫(ଧାଓ୍ବନ-୧୦୬*, ସାମି-୨/୨୮, ନିଶାମ-୧/୧୭, ମୁରୁଗାନ-୧/୩୩, ମ୍ୟାକ୍ସଓ୍ବେଲ-୧/୩୧)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୯ ଓଭରରେ ୧୬୭/୫ (ପୁରନ-୫୩, ମ୍ୟାକ୍ସଓ୍ବେଲ-୩୨, ଗେଲ୍‌-୨୯, ରାବାଡ଼ା-୨/୨୭, ଅକ୍ଷର-୧/୨୭, ରବିଚନ୍ଦ୍ରନ-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri