ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ କପିରାଇଟ୍ ମାମଲାରେ ସେ ଛନ୍ଦି ହୋଇଛନ୍ତି। ରେହମାନ ଏବଂ ଫିଲ୍ମର ପ୍ରଯୋଜନା ସଂସ୍ଥା ଉପରେ ଅଭିଯୋଗ ହୋଇଛି ଯେ ଗୀତ ବୀରା ରାଜା ବୀରାର ଧ୍ୱନୀ ଶାସ୍ତ୍ରୀୟ ସଂଗୀତର ଧ୍ୱନୀ ଏବଂ ଲୟରୁ ଚୋରି କରାଯାଇଛି। ଏହି ମାମଲାରେ କୋର୍ଟ ରେହମାନଙ୍କୁ ନୋଟିସ ପଠାଇଛନ୍ତି।
ପଦ୍ମଶ୍ରୀରେ ସମ୍ମାନୀତ ଭେଟେରାନ ଫୈୟାଜୁଦ୍ଦିନ ବସିଫୁଦ୍ଦିନ ଡାଗର ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ଉପରୋକ୍ତ ଗୀତର ଧ୍ୱନୀକୁ ତାଙ୍କ ବାପା ଏବଂ ଦାଦାଙ୍କ ଦ୍ୱାରା କମ୍ପୋଜ କରାଯାଇଥିବା ‘ଶିବ ସ୍ତୁତି’ରୁ ଚୋରି କରାଯାଇଥିବା ଅଭିଯୋଗ ଆଣିଥିଲେ। ଉଭୟର ସାମଞ୍ଜସ୍ୟ ଥିଲା। ତଥାପି ଫିଲ୍ମରେ ତାଙ୍କ ପରିବାରକୁ କ୍ରେଡିଟ୍ ଦିଆଯାଇ ନ ଥିବା ସେ କହିଥିଲେ।
ଏହାର ଶୁଣାଣି କରି ହାଇକୋର୍ଟ ରେହମାନଙ୍କୁ ନୋଟିସ ପଠାଇଛନ୍ତି। ଏପରିକି ତାଙ୍କ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ଗୀତର ସମସ୍ତ(ଓଟିଟି ଏବଂ ଅନଲାଇନ୍) ପ୍ଲାଟଫର୍ମରେ ଅପ୍ଡେଟ୍ କରାଯାଉ।


