ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…

ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି ଜରୁରୀକାଳିନ ପାସ୍‌ ନ ଥିବା ବେଳେ ସେମାନେ ମାସ୍କ ପିନ୍ଧି ନ ଥିଲେ। ପୋଲିସ ଉଭୟଙ୍କୁ ଅଟକାଇବାରୁ ସେମାନେ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଶେଷରେ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ସୋମବାର ସେମାନଙ୍କୁ ଜେଲ ପଠାଇଦିଆଯାଇଛି।

ଭିଡିଓରେ ଆଭା ମୁଁ କେବେ ବି ମାସ୍କ ପିନ୍ଧିବି ନାହିଁ। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋର କ’ଣ କରିବେ। ଏବେ ବିନା ମାସ୍କରେ ମୋ ସ୍ବାମୀଙ୍କୁ ଚୁମ୍ବନ ଦେବି। କରୋନା ବୋଲି କିଛି ନାହିଁ। ତୁମେମାନେ ଲୋକଙ୍କୁ ଫାଲ୍‌ତୁରେ ହଇରାଣ କରୁଛ ବୋଲି କହିଥିଲେ। ଏବେ କିନ୍ତୁ ସେ ଗିରଫ ହେବା ପରେ ସବୁଦୋଷ ସ୍ବାମୀଙ୍କର ବୋଲି କହିଛନ୍ତି। ଘଟଣାଦିନ ସ୍ବାମୀଙ୍କ ସହ ଝଗଡ଼ା କରିଥିବା ହେତୁ ତାଙ୍କୁ ମନୋସ୍ଥିତି ଠିକ୍‌ ନ ଥିଲା। ଏଣୁ ସେ ପୋଲିସକର୍ମୀଙ୍କ ସହ ବଚସା କରିଥିବା ସଫେଇ ଦେଇଛନ୍ତି।

ଦିଲ୍ଲୀ ମଧ୍ୟର ପୋଲିସ ଡେପୁଟି କମିଶନର ଜସମୀତ ସିଂହ କହିଛନ୍ତି, ଦରିଆଗଞ୍ଜ, ଦିଲ୍ଲୀ ଗେଟ୍‌ ନିକଟରେ ଏହି ଘଟଣା ଘଟିଥିଲା। ଜଣେ ମହିଳା ଓ ପୁରୁଷ କର୍ଫ୍ୟୁ ସମୟରେ କାର୍‌ ଯୋଗେ ଆସୁଥିଲେ। ଡ୍ୟୁଟିରେ ଥିବା ପୋଲିସକର୍ମୀ ତାଙ୍କୁ ରୋକିଥିଲେ। ଡ୍ୟୁଟି ପାସ୍‌ ଦେଖାଇବାକୁ କହିଥିଲେ। ହେଲେ ସେମାନଙ୍କ ପାଖରେ ତାହା ନ ଥିଲା। ଏପରିକି ଉଭୟ ମାସ୍କ ବି ପିନ୍ଧି ନ ଥିଲେ। ସରକାର ନିର୍ଦ୍ଦେଶାନୁଯାୟୀ ମାସ୍କ ପିନ୍ଧିବା ଉଚିତ ବୋଲି ତାଙ୍କୁ କୁହାଯିବା ପରେ ଦମ୍ପତି ଗାଡ଼ିରୁ ବାହାରକୁ ଆସି ପୋଲିସକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri