Posted inଜାତୀୟ

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେଜରିୱାଲ ଏବେଠାରୁ ପ୍ରସ୍ତୁୂତି ଆରମ୍ଭ କରି ଦେଲେଣି । ଏହି ଅବସରେ ସେ ଜନତାଙ୍କୁ କହିଥିଲେ ଏତେ ଟାଣ ଖରାରେ ବି ଆପଣମାନେ ଆସି ଥିବାରୁ ଧନ୍ୟବାଦ । ଯେମିତିକି ମୁଁ ଓ ମୋ ସାନ ଭାଇ ଭଗୱତ ମାନ କହିଥିଲେ ଆମେ ରାଜନୀତି କରିବାକୁ ଆସିନୁ । ଆମେ ଆନ୍ନା ଆନ୍ଦୋଳନରୁ ବାହରିଛୁ । ଆମେ ଶପଥ ନେଇଥିଲୁ କି ଆମେ ଦେଶରୁ ଭ୍ରଷ୍ଟାଚାର ହଟାଇବୁ । ଆମେ ଆମର ହିଁ ମନ୍ତ୍ରୀଙ୍କୁ ହଟାଇଛୁ । ଭଗୱନ୍ତ ମାନ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଛନ୍ତି । କାହାକୁ ଜଣା ନ ଥିଲା କ ଜିିରୋ ଟଲରାନ୍ସ ଅଛି । ନା ନିଜକୁ ଛାଡନ୍ତି ନା ଅନ୍ୟକୁ ।
ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ହିମାଚଳର ହଜାର କୋଟିର ବଜେଟ ରହିଛି । ହେଲେ ଏତେ ବର୍ଷ ହେଲା କିଛି ସ୍କୁଲ, କଲେଜ ଅବା ହସ୍ପିଟାଲ ତିଆରି ହୋଇ ନାହିଁ । ତେବେ ହଜାର କୋଟି ଗଲା କୁଆଡେ । ୫ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ୫ ବର୍ଷ କଂଗ୍ରେସ ନିକଟରେ ଥିଲା । ହେଲେ ଦିଲ୍ଲୀରେ ଆମେ ସ୍କୁଲ ଗୁଡିକୁ ସୁନ୍ଦର କରି ଗଢିଛୁ । ଏବେ ଲୋକେ ପିଲାମାନଙ୍କୁ ସରକାରୀ ସ୍କଲରେ ପାଠ ପଢାଉଛନ୍ତି । ଆଜି ମୁଁ ରାଜନୀତି କରିବାକୁ ଆସି ନାହିଁ । ଯଦି ଆପଣମାନଙ୍କୁ ଲାଗୁଛି ଭାଜପା ଅବା କଂଗ୍ରେସ ଆପଣଙ୍କ ପିଲାମାନଙ୍କୁ ଭଲ ସ୍କୁଲ ଦେଇ ପାରିବେ ତେବେ ତାଙ୍କୁ ଆପଣମାନେ ଭୋଟ ଦିଅନ୍ତୁ । ଯଦି ଆପଣ ଦୁଇଟି ଯାକ ଦଳକୁ ଦେଖି ସାରିଛନ୍ତି ତେବେ ଆମକୁ ଥରେ ସୁଯୋଗ ଦିଅନ୍ତୁ ବୋଲି କେଜରିୱାଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri