Posted inଜାତୀୟ

ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍‌ଏମ୍‌ ଗୁଳି

ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୦୦୮ ସେପ୍ଟେମ୍ବର ୧୩ ସିରିଏଲ୍‌ ବ୍ଲାଷ୍ଟ ଏବଂ ୨୦୧୧ ସେପ୍ଟେମ୍ବର ୭ ହାଇକୋର୍ଟ ଗେଟ୍‌ ନମ୍ବର ୩ର ବିସ୍ଫୋରଣ ପରେ କଡ଼ା ସୁରକ୍ଷା ବଳୟରେ ଥିବା ଦିଲ୍ଲୀରେ ଏହା ଥିଲା ଆତଙ୍କବାଦୀଙ୍କ ସବୁଠି ଆକ୍ରମଣ। ତେଣୁ ଏହି ଆତ୍ମଘାତୀ ବିସ୍ଫୋରଣର ତଦନ୍ତ ଏନ୍‌ଆଇଏକୁ ଦିଆଯାଇଛି। ଦିଲ୍ଲୀ ପୋଲିସ ସମେତ ଅନ୍ୟ କେତେକ ସୁରକ୍ଷା ଏଜେନ୍ସି ମଧ୍ୟ ବିସ୍ଫୋରଣକୁ ନେଇ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ତନାଘନା ଚଳାଇଛନ୍ତି। ଇତିମଧ୍ୟରେ ଲାଲ୍‌କିଲ୍ଲା ବିସ୍ଫୋରଣସ୍ଥଳରୁ ମିଳିଥିବା କିଛି ସୁରାକ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଜମ୍ମୁ-କଶ୍ମୀର ପୁଲ୍‌ଓ୍ବାମା ନିବାସୀ ୩୫ ବର୍ଷୀୟ ଡାକ୍ତର ଉମର ଉନ୍‌ ନବୀ ଆତ୍ମଘାତୀ କାଣ୍ଡ ଭିଆଇବା ପୂର୍ବରୁ ନିଜ ହୁଣ୍ଡାଇ ଆଇ୨୦ କାର୍‌ରେ ବିପୁଳ ବିସ୍ଫୋରକ ନେଇ ଜନଗହଳିପୂର୍ଣ୍ଣ ଲାଲ୍‌ କିଲ୍ଲା ପରିସରକୁ ଯାଇଥିଲେ। ବିସ୍ଫୋରଣ ପରେ କାର୍‌ ସହ ସେ ଜଳିଯାଇଥିବାବେଳେ ଅନ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି କାର୍‌ ଭଗ୍ନାବଶେଷ ନିକଟରୁ ଏବେ ୩ଟି ୯ ଏମ୍‌ଏମ୍‌ ଗୁଳି ମିଳିଛି। ସେଥିରୁ ୨ଟି ଜୀବନ୍ତ ଓ ଗୋଟିଏ ବ୍ଲାଙ୍କ୍‌ କ୍ୟାଟ୍ରିଜ୍‌। ଏହି ଧରଣର ଗୁଳି କେବଳ ସାମରିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ବିସ୍ଫୋରଣସ୍ଥଳକୁ ତାହା କିପରି ଆସିଲା ସେନେଇ ତମାମ୍‌ ସୁରକ୍ଷା ଏଜେନ୍ସି ତଦନ୍ତ ଚଳାଇଛନ୍ତି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଘଟଣାସ୍ଥଳରେ ସେଦିନ ଉପସ୍ଥିତ ଥିବା ଦିଲ୍ଲୀ ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କ୍ୟାଟ୍ରିଜ୍‌ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ କାହାର କ୍ୟାଟ୍ରିଜ୍‌ ଊଣା ହୋଇନାହିଁ। ଯାହାଙ୍କୁ ଯେତିକି ଗୁଳି ଆଲଟ୍‌ କରାଯାଇଥିଲା ସେମାନଙ୍କ ନିକଟରେ ସେତିକି କ୍ୟାଟ୍ରିଜ୍‌ ରହିଛି। ଅଲ୍‌-ଫଲାହ ୟୁନିଭର୍ସିଟିରେ ପଢ଼ାଉଥିବା ଡାକ୍ତର ଉମରଙ୍କ ଗାଡ଼ିରେ ସେହି ଗୁଳି ଥିଲା କି ତାହା ଉପରେ ବର୍ତ୍ତମାନ ତନାଘନା ଚାଲିଥିବା ସୂତ୍ରରୁ ଜଣାପଡ଼ିଛି। ଯଦି ଉମର ନିଜେ କାର୍‌ରେ ଉକ୍ତ ଗୁଳିକୁ ନେଇ ଯାଇ ନ ଥିଲେ, ତେବେ ଏହି ବିସ୍ଫୋରଣ ପଛରେ ଆଉ କିଏ ଅଛନ୍ତି ତାହା ଅଧିକ ଖୋଳତାଡ଼ କଲେ ପଦାକୁ ଆସିପାରେ। ସୂତ୍ରରୁ ଆହୁରି ସାମ୍ନାକୁ ଆସିଛି ଯେ, ଲାଲ୍‌କିଲ୍ଲା ବିସ୍ଫୋରଣରେ ଟ୍ରାଇଆସେଟୋନ୍‌ ଟ୍ରାଇପେରୋକ୍ସାଇଡ୍‌ (ଟିଏଟିପି) ବ୍ୟବହାର କରାଯାଇଥିଲା। ‘ମଦର ଅଫ୍‌ ସଟନ୍‌’ ନାମରେ ପରିଚିତ ଟିଏପିଟି ହେଉଛି ଏକ ଅତ୍ୟନ୍ତ ଭୋଲାଟାଇଲ୍‌ ବିସ୍ଫୋରକ। ବିନା ଡିଟୋନେଟରରେ ଏହାର ବିସ୍ଫୋରଣ ହୋଇଥାଏ।
ଏଥିପାଇଁ କୌଣସି ଉପକରଣ ଅନାବଶ୍ୟକ। କେବଳ ଉଚ୍ଚ ତାପମାତ୍ରାରେ ଏହା ଫୁଟି ବଡ଼ ବିସ୍ଫୋରଣର ରୂପ ନେଇପାରେ। ୨-୩ କେ.ଜି. ଆମୋନିୟମ୍‌ ନାଇଟ୍ରେଟ୍‌, ତୈଳ ଓ ଅନ୍ୟ ରାସାୟନିକ ପଦାର୍ଥ ସହ ଟିଏପିଟି ସଂସ୍ପର୍ଶରେ ଆସିଲେ ତାହା ଏପରି ଭୟାବହ ବିସ୍ଫୋରଣ ଘଟିବ, ଯାହା ସାମରିକ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ବିସ୍ଫୋରଣର ସାମର୍ଥ୍ୟ ବହନ କରିଥାଏ। ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ମତରେ ଟିଏପିଟିର ସେନ୍ସିଟିଭିଟି ଏତେ ଅଧିକ ଯେ, ଏଥିପାଇଁ କୌଣସି ଡିଟୋନେଟର ଦରକାର ପଡ଼ି ନ ଥାଏ। ସମ୍ଭବତଃ ଜମ୍ମୁ-କଶ୍ମୀରର ନୌଗାମ୍‌ ଥାନାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣ ପଛରେ ମଧ୍ୟ ଏହି କାରଣ କାମ କରିଥାଇପାରେ। ଏଭଳି ସ୍ଥିତିରେ କ୍ରମଶଃ ସାମ୍ନାକୁ ଆସିବାରେ ଲାଗିଥିବା ନୂଆ ନୂଆ ତଥ୍ୟ ସିକ୍ୟୁରିଟି ଏଜେନ୍ସିଗୁଡ଼ିକ ପାଇଁ ବିସ୍ଫୋରଣର ମୂଳ ପର୍ଯ୍ୟନ୍ତ ଯିବାକୁ ବାଟ ଦେଖାଇବା ସହ ଆହ୍ବାନ ମଧ୍ୟ ସୃଷ୍ଟି କରିଛି। ଏଥିରେ ସେନା କିମ୍ବା ପୋଲିସର ସମ୍ପୃକ୍ତି ଜଣାପଡ଼ିଲେ ତଦନ୍ତକୁ ହୁଏତ ବାଟବଣା କରାଯିବା ନେଇ ଅନେକଙ୍କ ମନରେ ସନ୍ଦେହ ଉପୁଜିପାରେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?