Posted inଜାତୀୟ

ବିଗୁଡୁଛି ଦିଲ୍ଲୀର ସ୍ଥିତି

Featured Video Play Icon

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ବାୟୁପ୍ରଦୁଷଣ । ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଆଜି ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ପାର ହୋଇସାରିଲାଣି ଏକୁ୍ୟଆଇ । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମରେ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ । ଦିଲ୍ଲୀର ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ୟ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଜାଣନ୍ତୁ କ’ଣ କ’ଣ ପରିବର୍ତ୍ତନ ହୋଇଚି । ଏମ୍ସିଡି କାର୍ୟ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ୟ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ୟ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଦୂଷଣକାରୀ ଗାଡ଼ି ଓ କାର୍ୟ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି । ସହରରେ ଘନ କୁହୁଡ଼ି ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଆପ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଧୂଆଁ ମୁକାବିଲା ପାଇଁ ରାଜଧାନୀରେ କୃତ୍ରିମ ବର୍ଷା ଛିଞ୍ଚିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଛନ୍ତି।ଏହାଛଡ଼ା ଆମେ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଥିଲୁ । ଏଥିପାଇଁ ମୁଁ ପୁଣି ଥରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଏକ ଚିଠି ଲେଖିଛି ବୋଲି ଗୋପାଳ ରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

ପାଠ ନପଢି ୩ବର୍ଷ ହେଲା କରୁଥିଲେ ହୃଦରୋଗ ଚିକିତ୍ସା, ପୋଲ୍ ଖୋଲିବା ପରେ ନକଲି ଡାକ୍ତର ଫେରାର

ନୂଆଦିଲ୍ଲୀ,୧୨।୧୨: ବର୍ତ୍ତମାନ ସାରା ଦେଶରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଠ ନପଢି ଡାକ୍ତର ହେବା ସହିତ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଛନ୍ତି...

ହଜିବ ପାକିସ୍ତାନର ନିଦ, ଭାରତକୁ ମିଳିବ R-37M ମିଶାଇଲ, ବ୍ରହ୍ମୋସଠାରୁ ବି ଶକ୍ତିଶାଳି

ନୂଆଦିଲ୍ଲୀ,୧୨।୧୨: ଭାରତର ବାୟୁ ଶକ୍ତିକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି। ଭାରତୀୟ ବାୟୁସେନା ଏବଂ ରୁଷିଆ ମଧ୍ୟରେ R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ପାଇଁ...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫...

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri