ମଣ୍ଡି ପ୍ରସ୍ତୁତିରେ ବିଳମ୍ବ: ବଢୁଛି ଚାଷୀ ଅସନ୍ତୋଷ

କୁଚିଣ୍ଡା, ୧୦।୧୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଆରଏମ୍‌ସି ପକ୍ଷରୁ ମଣ୍ଡି ପ୍ରସ୍ତୁତିରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଗତ ବର୍ଷରେ ମାସେ ପୂର୍ବରୁ ମଣ୍ଡି ପ୍ରସ୍ତୁତି ହେଉଥିବା ବେଳେ ଚଳିତବର୍ଷ ନଭେମ୍ବର ୧୦ସୁଦ୍ଧା ଆରଏମ୍‌ସି ପକ୍ଷରୁ ମଣ୍ଡି ପ୍ରସ୍ତୁତି ନିମନ୍ତେ ସେଭଳି କୌଣସି ତତ୍ପରତା ପରିଲକ୍ଷିତ ହେଉନାହିଁ। ମଣ୍ଡି ଶୁଭାରମ୍ଭ ପାଇଁ ମାତ୍ର ୧୦ରୁ ୧୫ ଦିନ ଥିବାରୁ ଏତେ କମ୍‌ ଦିନରେ କିଭଳି ମଣ୍ଡି ପ୍ରସ୍ତୁତି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାଛଡ଼ା ଗ୍ରେଡିଂ ଇକ୍ୟୁପମେଣ୍ଟ (ଆବଶ୍ୟକ ସରଞ୍ଜାମ) ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନ ଥିବାରୁ ଆରଏମ୍‌ସିର କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆରଏମ୍‌ସି ଅଧୀନରେ ଥିବା ଓଜନ କଣ୍ଟାଗୁଡିକ ଏପର୍ଯ୍ୟନ୍ତ ଯାଞ୍ଚ ହୋଇ ନ ଥିବାରୁ କିଭଳି ମଣ୍ଡି ଆରମ୍ଭ ହେବ ସେନେଇ ଚାଷୀ ସନ୍ଦିହାନରେ ପଡ଼ିଛନ୍ତି।

ଧାନକ୍ରୟର ଯଥେଷ୍ଟ ପୂର୍ବରୁ ଚାଷୀ, ଚାଷୀ ପ୍ରତିନିଧି, କ୍ରୟକାରୀ ସଂସ୍ଥା ଓ ସରକାରୀ ଅଧିକାରୀଙ୍କୁ ନେଇ ବ୍ଲକୱାରି ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ହେବାର ସରକାରୀ ପ୍ରାବଧାନ ରହିଛି। ହେଲେ ଆରଏମ୍‌ସି ପକ୍ଷରୁ ସେଭଳି କୌଣସି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ।

ବିଗତ ବର୍ଷରେ ସଚେତନତା ରଥ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ମଣ୍ଡି ସଫେଇ, ଟେଣ୍ଟ, ଜଗୁଆଳି, ବିଦ୍ୟୁତ୍‌ ସଂଯୋଗ, ପାଣି, ତାର୍ପୋଲିନ, ଆବଶ୍ୟକ ଯନ୍ତ୍ରପାତି, ସିସି କ୍ୟାମେରା ବ୍ୟବସ୍ଥା ନେଇ ଆଦୌ କୌଣସି ପ୍ରସ୍ତୁତି ହୋଇ ନ ଥିବା ବେଳେ କୁଚିଣ୍ଡା ଓ ଜମନକିରାରେ ଥିବା ଦୁଇଟି ୱେ ବ୍ରିଜ ମଧ୍ୟ ଯାଞ୍ଚ ହୋଇନାହିଁ।

ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଭଳ ଫସଲ ହୋଇଥିଲେ ହେଁ ଆରଏମ୍‌ସିର ଖାମଖିଆଲି ମନୋଭାବକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏ ସମ୍ପର୍କରେ ଆରଏମସି ସମ୍ପାଦକ ସୁଧୀର କୁମାର ନାଏକଙ୍କୁ ପଚାରିବାରେ ମଣ୍ଡି ସଫେଇ କାମ ଚାଲିଛି। ଆଇଇସି ଓ ଆଭ୍ୟନ୍ତରୀଣ ସମନ୍ବୟ ବୈଠକ ଖୁବ୍‌ଶୀଘ୍ର କରାଯିବ। ଏଥି ସହ ଯନ୍ତ୍ରପାତି ଏବଂ ୱେ ବ୍ରିଜ ଯାଞ୍ଚ ନିମନ୍ତେ ଚିଠି କରାଯାଇଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri