Posted inଜାତୀୟ

ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ, ପୋକ୍ସୋର ସର୍ବାଧିକ ବିଚାରଧୀନ ମାମଲା ଉତ୍ତରପ୍ରଦେଶରେ…

ନୂଆଦିଲ୍ଲୀ,୧୦।୪ : ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୨୦୦ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ବିଚାରାଧୀନ ଅଛି। ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ଦେବା (ପୋକ୍ସୋ) ଅଧିନିୟମ ଅନୁଯାୟୀ ରାଜ୍ୟରେ ବିଚାରାଧୀନ ମାମଲା ପ୍ରାୟ ୨୮ ପ୍ରତିଶତ ଅଟେ। ତେବେ କୋର୍ଟର କାର୍ଯ୍ୟକଳାପରେ ପୀଡିତ ଶିଶୁଙ୍କ ନିର୍ଯାତନାକୁ ଏଡାଇବା ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଶୀଘ୍ର ମାମଲା ସମାପ୍ତ କରିବାକୁ ଏକ ବ୍ୟବସ୍ଥା ରହିଛି।

ଏକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଜିଲାରେ ଅତି କମରେ ଗୋଟିଏ ଫାଷ୍ଟ ଟ୍ରାକ କୋର୍ଟ ଅଛି। କିନ୍ତୁ ୨୦୧୬ ମସିହାରୁ ବିଚାରାଧୀନ ମାମଲାରେ ୧୭୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୬ମସିହାରେ, ୯୦,୨୦୫ ବିଚାରାଧୀନ ମାମଲା ଥିଲା । ୨୦୨୩ ମସିହା ଜାନୁଆରୀରେ ଏହା ୨ ଲକ୍ଷ ୪୩ ହଜାର ୨୩୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଏଭଳି ୩୩ ହଜାର ବିଚାରାଧୀନ ମାମଲା ରହିଛି। ଏହା ପଛକୁ ତାଲିକାରେ ତୃତୀୟ ସ୍ଥାନରେଥିବା ପଶ୍ଚିମବଙ୍ଗରେ ୨୨,୧୦୦ ବିଚାରାଧୀନ ମାମଲା ରହିଛି।

ବିହାରରେ ୧୬ ହଜାର, ଓଡିଶାରେ ୧୨ ହଜାର ଏବଂ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ୧୦ ହଜାର ଲେଖାଏଁ ବିଚାରାଧୀନ ମାମଲା ରହିଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପୋକ୍ସୋ ର ୯,୧୦୮ ବିଚାରାଧୀନ ମାମଲା ଅଛି । ରାଜସ୍ଥାନରେ ୮,୯୨୧ ବିଚାରାଧୀନ ମାମଲା, ଆସାମରେ ୬,୮୭୫, ହରିୟାଣାରେ ୪,୬୮୮ ଏବଂ ଝ ାଡଖଣ୍ଡରେ ୪,୪୦୮ମାମଲା ରହିଛି। ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସଂସଦକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳା ଏବଂ ଶିଶୁଙ୍କ ପ୍ରତି ଯୌନ ଅପରାଧ ସହ ଜଡିତ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ନିଶ୍ଚିତ ଏବଂ ଯାଞ୍ଚ ପରୀକ୍ଷା ପାଇଁ ଦୁଇ ମାସର ସମୟ ସୀମା ଧାର୍ଯ୍ୟ କରାଯାଇଛି।

ପୋକ୍ସୋ ଏବଂ ବଳାତ୍କାର ମାମଲାଗୁଡ଼ିକର ସମାଧାନ ପାଇଁ କେନ୍ଦ୍ରୀୟ ପାଣ୍ଠି ସହିତ ୭୬୪ ସ୍ବତନ୍ତ୍ର ଏପଟିସି(ଫାଷ୍ଟ ଟ୍ରାକ କୋର୍ଟ) ଗଠନ କରାଯାଇଛି। ୪୧୧ ଟି ସ୍ବତନ୍ତ୍ର ଏଫଟିସି ମାମଲା ପାଇଁ କାର୍ଯ୍ୟ କରୁଛି। ଏହି ଅଦାଲତଗୁଡ଼ିକ ଗୋଟିଏ ବର୍ଷରେ ୧.୪ ଲକ୍ଷ ମାମଲାର ସମାଧାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri