ଦେଶପ୍ରେମର ପରିଭାଷା

ଦେଶପ୍ରେମ ବିନା କୌଣସି ଦେଶ କିମ୍ବା ରାଜ୍ୟ ପ୍ରଗତି କରିପାରେ ନାହିଁ। ସାରା ବିଶ୍ୱ ଗୋଟିଏ ସଂସ୍କୃତି, ଗୋଟିଏ ବିଚାରଧାରା ଓ ଗୋଟିଏ ପରିବାର ବୋଲି ଶୁଣିବାକୁ ଭଲ ଲାଗିଲେ ବି ତାହା ପ୍ରକୃତରେ ପ୍ରତିଫଳିତ ହୁଏ ନାହିଁ । ଫଳରେ ବିଶ୍ୱର ବିବିଧତା ନଷ୍ଟ ହୋଇ ଏକଚ୍ଛତ୍ରବାଦ, ବେରୋଜଗାର ଓ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ବିକଶିତ ଦେଶଗୁଡ଼ିକର ଉନ୍ନତ ଟେକ୍ନୋଲୋଜି ଓ କୌଶଳ ସହଜରେ ନିଜ ଦେଶର ସୀମା ଟପେ ନାହିଁ। ବିକାଶଶୀଳ ଦେଶଗୁଡ଼ିକୁ ଏହି ନୂତନ ଟେକ୍ନୋଲୋଜି ଓ କୌଶଳ ପାଇବାପାଇଁ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ। ତଥାପି ଏହି ସବୁଦେଶ ନୂତନ ଟେକ୍ନୋଲୋଜି ପାଇପାରନ୍ତି ନାହିଁ । ବିଶ୍ୱ ସଂସ୍କୃତି ଓ ଅର୍ଥନୀତି ଗୋଟିଏ କହି କେତୋଟି ଶକ୍ତିଶାଳୀ ଦେଶର ଧୂର୍ତ୍ତ ନେତାମାନେ ନିଜର ରାଜନୈତିକ ଓ ବ୍ୟବସାୟିକ ସାମ୍ରାଜ୍ୟ ବଢ଼ାଇଥାନ୍ତି କିମ୍ବା ଅନ୍ୟଦେଶକୁ ଜବର ଦଖଲ କରିଥାନ୍ତି। ପ୍ରକୃତ ଦେଶପ୍ରେମର ପରାକାଷ୍ଠା ଦେଖାଇ ଜାପାନ, ଜର୍ମାନ ଆଦି ଦେଶଗୁଡ଼ିକ ନିଜକୁ ସମୃଦ୍ଧ କରି ଶକ୍ତିଶାଳୀ ଦେଶଗୁଡ଼ିକ କବଳରୁ ମୁକ୍ତି ପାଇଛନ୍ତି ।
ତେଣୁ ସାମାଜିକ, ଆର୍ଥିକ, ବୌଦ୍ଧିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରର ନେତୃତ୍ୱ ନେଉଥିବା ଭାରତୀୟମାନେ ସଭା ସମିତି ଓ ଭାଷଣବାଜିରେ ସମୟ ନଷ୍ଟ ନ କରି ପ୍ରକୃତ ଦେଶପ୍ରେମର ପରାକାଷ୍ଠା ଦେଖାଇବା ଦରକାର।
ପ୍ରକୃତ ଦେଶପ୍ରେମୀ ନେତା ସାଧାରଣ ଲୋକଙ୍କର ମୌଳିକ ସମସ୍ୟାକୁ ଲାଘବ କରିବାର ପାରଦର୍ଶିତା ଦେଖାଇଥାନ୍ତି। ଲୋକଙ୍କୁ ସୁସ୍ଥ, ଶିକ୍ଷିତ, ଦକ୍ଷ, ନିଷ୍ଠାପର ଓ ସଚୋଟ ନାଗରିକରେ ପରିଣତ କରି ରାଷ୍ଟ୍ର ନିର୍ମାଣ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଉପଯୋଗୀ କରିଥାନ୍ତି। ପ୍ରକୃତ ନିଷ୍ଠାପର ଓ ଦେଶପ୍ରେମୀ ନେତାମାନେ ଦେଶସେବା କଲାବେଳେ ନିଜ ଖାଇବା, ବେଶଭୁଷା ଓ ସ୍ବାସ୍ଥ୍ୟ ପ୍ରତି ସମୟ ଦେଇ ପାରନ୍ତି ନାହିଁ । ମହାରାଣା ପ୍ରତାପ, ଛତ୍ରପତି ଶିବାଜୀ, ଗୁରୁ ଗୋବିନ୍ଦ ସିଂହ, ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଶ୍ରୀଅରବିନ୍ଦ ଓ ବିନୋବା ଭାବେ, ଡ. ବି ଆର୍‌ ଆମ୍ବେଡକର, ସର୍ଦ୍ଦାର ପଟେଲ ଆଦି ନେତାମାନେ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି।
ଦେଶପ୍ରେମ ନିଜ ଗାଁ, ସହର ଓ ରାଜ୍ୟରୁ ଆରମ୍ଭ ହୋଇଥାଏ। ଆଜି ଓଡ଼ିଶା ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମସ୍ୟା ଭିତରେ ଗତିକରୁଛି। ପଡ଼ୋଶୀ ରାଜ୍ୟର ଅନେକ ମୁଷ୍ଟିମେୟ ଲୋକ ଓଡ଼ିଶାର ସୀମାବର୍ତ୍ତୀ ଜିଲାଗୁଡିକରେ ଜମି ଜବର ଦଖଲ କରୁଛନ୍ତି। ଏହା ସହ ସେଠାକାର ଗ୍ରାମବାସୀଙ୍କୁ ଭୟ ଓ ପ୍ରଲୋଭନ ଦେଖାଇ ଅନେକ ଶହ ଏକର ଜମି ଅକ୍ତିଆର କରିନେଲେଣି। କହିବାକୁ ଗଲେ ଜମିର ସୁରକ୍ଷା ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିଥାଏ। ହେଲେ ଆଜି ସୀମବର୍ତ୍ତୀ ଜିଲାଗୁଡିକରେ ଅନେକ ଓଡ଼ିଆ ଆଦିବାସୀ ନିଜର ଜମି ହରାଇ ମୂଲ ଲାଗୁଛନ୍ତି କିମ୍ବା ବାହାର ରାଜ୍ୟକୁ କାମ ପାଇଁ ଚାଲିଯାଉଛନ୍ତି। ୨୦୨୩ରେ ଓଡ଼ିଶାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ। ଆଜି ଓଡ଼ିଆ ଭାଷା ଓ ସଂସ୍କୃତି ଏହି ସୀମବର୍ତ୍ତୀ ଜିଲାଗୁଡିକରେ ଲୋପ ପାଇବାକୁ ବସିଲାଣି। ଏହା ବ୍ୟତୀତ ଓଡ଼ିଆ ଭାଷାର ବିକୃତୀକରଣ ଭୁବନେଶ୍ୱର ଓ କଟକର ଯୁବପିଢ଼ିଙ୍କ ମୁଖରୁ ଶୁଣିବାକୁ ମିଳୁଛି । ସତେ ଯେପରି ସେମାନେ ଓଡ଼ିଆ ଭାଷାକୁ ବିକୃତ କରି କହିବାରେ ଆନନ୍ଦ ପାଉଛନ୍ତି । ଓଡ଼ିଆ ଭାଷାର ବିକୃତୀକରଣ କେତେକ ଟିଭି ଚ୍ୟାନେଲରେ ମଧ୍ୟ ଶୁଭାଯାଉଛି। ପ୍ରକୃତ ଦେଶପ୍ରେମୀ ନେତା ଓ ବୁଦ୍ଧିଜୀବୀ ନିଜ ରାଜ୍ୟର ଜମି, ଭାଷା ଓ ସଂସ୍କୃତିକୁ ରକ୍ଷାକରି ଦେଶପ୍ରେମର ପରାକାଷ୍ଠା ଦେଖାଇବା ଦରକାର। ଯେଉଁ ରାଜ୍ୟର ନେତୃବୃନ୍ଦ ନିଜ ରାଜ୍ୟର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶକୁ ସୁରକ୍ଷା ଦେଇପାରୁ ନାହାନ୍ତି ସେମାନେ ଦେଶର କୌଣସି କାମରେ ଆସିବେ ନାହିଁ।
ସହରଗୁଡିକ ସ୍ବଚ୍ଛ, ସୁନ୍ଦର ରହିବା ଏହାର ପରିବେଶ ଉପରେ ନିର୍ଭର କରେ। ସହରଗୁଡିକର ପରିପାର୍ଶ୍ୱର ଗାଁ, ଚାଷଜମି, ଜଙ୍ଗଲ, ପାହାଡ଼ ଓ ସବୁଜିମା ଏହାକୁ ଜୀବନ୍ତ ରଖିଥାଏ। ଅପରାଧ ନିରାକରଣ, ଉତ୍ତମ ଟ୍ରାଫିକ ବ୍ୟବସ୍ଥା, ଡ୍ରେନେଜ ସିଷ୍ଟମ, ଫୁଟପାଥ, ସାର୍ବଜନିକ ଖେଳ ପଡ଼ିଆ, ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା ଓ କାନୁନ ବ୍ୟବସ୍ଥା ସହରଗୁଡିକର ବିକାଶ କରିଥାଏ । ସହର ଓ ଗାଁ ଭିତରେ ଥିବା ସମ୍ପର୍କ କେଉଁ କାଳରୁ ଗଢ଼ିଆସୁଛି। ସହରଗୁଡିକର ବିକାଶ ଗାଁଗୁଡିକର ଆର୍ଥିକ ଓ ସାମାଜିକ ବିକାଶ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଏହା ଦେଶପ୍ରେମୀ ନେତୃବୃନ୍ଦ ହୃଦୟଙ୍ଗମ କରିବା ଦରକାର। ତେଣୁ ବିକାଶ ନଁାରେ ସହରଗୁଡିକରେ ଅନାବଶ୍ୟକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଓ ଅତ୍ୟଧିକ କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ସହରଗୁଡିକୁ ନଷ୍ଟ କରିବା ଉଚିତ ନୁହେଁ। ହାଇଦ୍ରାବାଦରେ ମେଟ୍ରୋ ରେଳ ପରିଚାଳନା କରୁଥିବା ଏଲ୍‌ ଆଣ୍ଡ ଟି କମ୍ପାନୀ ଆଜି ବହୁ କୋଟି ଟଙ୍କା କ୍ଷତି କରି ମେଟ୍ରୋ ରେଳ ଚଳାଇବା ଦାୟିତ୍ୱରୁ ଓହରି ଯାଇଛି। ଭୁବନେଶ୍ୱର ଭଳି ଛୋଟ ସହରରେ ମେଟ୍ରୋ ରେଳ କିଭଳି ଲାଭପ୍ରଦ ହେବ ଏହା ଆଲୋଚନାର ବିଷୟ ହୋଇଛି। ତେଣୁ ବଡ଼ ବଡ଼ ପ୍ରକଳ୍ପଗୁଡିକରେ ଅତ୍ୟଧିକ ଅର୍ଥ ବ୍ୟୟ ନ କରି ପ୍ରକୃତ ରାଜ୍ୟ ଉପଯୋଗୀ ବିକାଶ କରିବା ଉଚିତ।
ଗାଁଗୁଡ଼ିକରେ ଥିବା ଜଳ ସମ୍ପଦ, ଫସଲ ବିବିଧତା, ହସ୍ତଶିଳ୍ପ କୌଶଳ, ବଜାର ସୁବିଧା, ସାମାଜିକ ଓ ସାଂସ୍କୃତିକ ପରିବେଶ ଏବଂ ସୂକ୍ଷ୍ମ ଆର୍ଥିକ ଗତିବିଧି ଇତ୍ୟାଦି କ୍ରିୟାଶୀଳ ରହିବା ଦରକାର। କମ୍‌ ଖର୍ଚ୍ଚରେ ଉତ୍ତମ ସ୍କୁଲ ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଲୋକଙ୍କୁ ଗାଁରେ ରହିବାକୁ ଉତ୍ସାହିତ କରିବ। ବ୍ୟାଙ୍କ ଋଣର ଉପଯୁକ୍ତ ବିନିଯୋଗ, ଆଇନ ବ୍ୟବସ୍ଥା ଓ ସରକାରୀ କର୍ମଚାରୀଙ୍କର ସକ୍ରିୟତା ଓ ସେବା ମନୋଭାବ ଗାଁଗୁଡିକରେ ଆର୍ଥିକ ଗତିବିଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଓଡ଼ିଶାର ସୁରକ୍ଷା ଓ ଆତ୍ମନିର୍ଭରତା ପାଇଁ ଓଡ଼ିଆ ଜାତି ଏକଜୁଟ ହେବା ଦରକାର ଓ ତାହା ହିଁ ହେବ ପ୍ରକୃତ ଦେଶପ୍ରେମ।
ମୋ: ୭୭୦୨୩୮୩୮୮୦

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri