ଦେଶପ୍ରେମର ପରିଭାଷା

ଦେଶପ୍ରେମ ବିନା କୌଣସି ଦେଶ କିମ୍ବା ରାଜ୍ୟ ପ୍ରଗତି କରିପାରେ ନାହିଁ। ସାରା ବିଶ୍ୱ ଗୋଟିଏ ସଂସ୍କୃତି, ଗୋଟିଏ ବିଚାରଧାରା ଓ ଗୋଟିଏ ପରିବାର ବୋଲି ଶୁଣିବାକୁ ଭଲ ଲାଗିଲେ ବି ତାହା ପ୍ରକୃତରେ ପ୍ରତିଫଳିତ ହୁଏ ନାହିଁ । ଫଳରେ ବିଶ୍ୱର ବିବିଧତା ନଷ୍ଟ ହୋଇ ଏକଚ୍ଛତ୍ରବାଦ, ବେରୋଜଗାର ଓ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ବିକଶିତ ଦେଶଗୁଡ଼ିକର ଉନ୍ନତ ଟେକ୍ନୋଲୋଜି ଓ କୌଶଳ ସହଜରେ ନିଜ ଦେଶର ସୀମା ଟପେ ନାହିଁ। ବିକାଶଶୀଳ ଦେଶଗୁଡ଼ିକୁ ଏହି ନୂତନ ଟେକ୍ନୋଲୋଜି ଓ କୌଶଳ ପାଇବାପାଇଁ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ। ତଥାପି ଏହି ସବୁଦେଶ ନୂତନ ଟେକ୍ନୋଲୋଜି ପାଇପାରନ୍ତି ନାହିଁ । ବିଶ୍ୱ ସଂସ୍କୃତି ଓ ଅର୍ଥନୀତି ଗୋଟିଏ କହି କେତୋଟି ଶକ୍ତିଶାଳୀ ଦେଶର ଧୂର୍ତ୍ତ ନେତାମାନେ ନିଜର ରାଜନୈତିକ ଓ ବ୍ୟବସାୟିକ ସାମ୍ରାଜ୍ୟ ବଢ଼ାଇଥାନ୍ତି କିମ୍ବା ଅନ୍ୟଦେଶକୁ ଜବର ଦଖଲ କରିଥାନ୍ତି। ପ୍ରକୃତ ଦେଶପ୍ରେମର ପରାକାଷ୍ଠା ଦେଖାଇ ଜାପାନ, ଜର୍ମାନ ଆଦି ଦେଶଗୁଡ଼ିକ ନିଜକୁ ସମୃଦ୍ଧ କରି ଶକ୍ତିଶାଳୀ ଦେଶଗୁଡ଼ିକ କବଳରୁ ମୁକ୍ତି ପାଇଛନ୍ତି ।
ତେଣୁ ସାମାଜିକ, ଆର୍ଥିକ, ବୌଦ୍ଧିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କ୍ଷେତ୍ରର ନେତୃତ୍ୱ ନେଉଥିବା ଭାରତୀୟମାନେ ସଭା ସମିତି ଓ ଭାଷଣବାଜିରେ ସମୟ ନଷ୍ଟ ନ କରି ପ୍ରକୃତ ଦେଶପ୍ରେମର ପରାକାଷ୍ଠା ଦେଖାଇବା ଦରକାର।
ପ୍ରକୃତ ଦେଶପ୍ରେମୀ ନେତା ସାଧାରଣ ଲୋକଙ୍କର ମୌଳିକ ସମସ୍ୟାକୁ ଲାଘବ କରିବାର ପାରଦର୍ଶିତା ଦେଖାଇଥାନ୍ତି। ଲୋକଙ୍କୁ ସୁସ୍ଥ, ଶିକ୍ଷିତ, ଦକ୍ଷ, ନିଷ୍ଠାପର ଓ ସଚୋଟ ନାଗରିକରେ ପରିଣତ କରି ରାଷ୍ଟ୍ର ନିର୍ମାଣ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଉପଯୋଗୀ କରିଥାନ୍ତି। ପ୍ରକୃତ ନିଷ୍ଠାପର ଓ ଦେଶପ୍ରେମୀ ନେତାମାନେ ଦେଶସେବା କଲାବେଳେ ନିଜ ଖାଇବା, ବେଶଭୁଷା ଓ ସ୍ବାସ୍ଥ୍ୟ ପ୍ରତି ସମୟ ଦେଇ ପାରନ୍ତି ନାହିଁ । ମହାରାଣା ପ୍ରତାପ, ଛତ୍ରପତି ଶିବାଜୀ, ଗୁରୁ ଗୋବିନ୍ଦ ସିଂହ, ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଶ୍ରୀଅରବିନ୍ଦ ଓ ବିନୋବା ଭାବେ, ଡ. ବି ଆର୍‌ ଆମ୍ବେଡକର, ସର୍ଦ୍ଦାର ପଟେଲ ଆଦି ନେତାମାନେ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି।
ଦେଶପ୍ରେମ ନିଜ ଗାଁ, ସହର ଓ ରାଜ୍ୟରୁ ଆରମ୍ଭ ହୋଇଥାଏ। ଆଜି ଓଡ଼ିଶା ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସମସ୍ୟା ଭିତରେ ଗତିକରୁଛି। ପଡ଼ୋଶୀ ରାଜ୍ୟର ଅନେକ ମୁଷ୍ଟିମେୟ ଲୋକ ଓଡ଼ିଶାର ସୀମାବର୍ତ୍ତୀ ଜିଲାଗୁଡିକରେ ଜମି ଜବର ଦଖଲ କରୁଛନ୍ତି। ଏହା ସହ ସେଠାକାର ଗ୍ରାମବାସୀଙ୍କୁ ଭୟ ଓ ପ୍ରଲୋଭନ ଦେଖାଇ ଅନେକ ଶହ ଏକର ଜମି ଅକ୍ତିଆର କରିନେଲେଣି। କହିବାକୁ ଗଲେ ଜମିର ସୁରକ୍ଷା ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିଥାଏ। ହେଲେ ଆଜି ସୀମବର୍ତ୍ତୀ ଜିଲାଗୁଡିକରେ ଅନେକ ଓଡ଼ିଆ ଆଦିବାସୀ ନିଜର ଜମି ହରାଇ ମୂଲ ଲାଗୁଛନ୍ତି କିମ୍ବା ବାହାର ରାଜ୍ୟକୁ କାମ ପାଇଁ ଚାଲିଯାଉଛନ୍ତି। ୨୦୨୩ରେ ଓଡ଼ିଶାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ। ଆଜି ଓଡ଼ିଆ ଭାଷା ଓ ସଂସ୍କୃତି ଏହି ସୀମବର୍ତ୍ତୀ ଜିଲାଗୁଡିକରେ ଲୋପ ପାଇବାକୁ ବସିଲାଣି। ଏହା ବ୍ୟତୀତ ଓଡ଼ିଆ ଭାଷାର ବିକୃତୀକରଣ ଭୁବନେଶ୍ୱର ଓ କଟକର ଯୁବପିଢ଼ିଙ୍କ ମୁଖରୁ ଶୁଣିବାକୁ ମିଳୁଛି । ସତେ ଯେପରି ସେମାନେ ଓଡ଼ିଆ ଭାଷାକୁ ବିକୃତ କରି କହିବାରେ ଆନନ୍ଦ ପାଉଛନ୍ତି । ଓଡ଼ିଆ ଭାଷାର ବିକୃତୀକରଣ କେତେକ ଟିଭି ଚ୍ୟାନେଲରେ ମଧ୍ୟ ଶୁଭାଯାଉଛି। ପ୍ରକୃତ ଦେଶପ୍ରେମୀ ନେତା ଓ ବୁଦ୍ଧିଜୀବୀ ନିଜ ରାଜ୍ୟର ଜମି, ଭାଷା ଓ ସଂସ୍କୃତିକୁ ରକ୍ଷାକରି ଦେଶପ୍ରେମର ପରାକାଷ୍ଠା ଦେଖାଇବା ଦରକାର। ଯେଉଁ ରାଜ୍ୟର ନେତୃବୃନ୍ଦ ନିଜ ରାଜ୍ୟର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶକୁ ସୁରକ୍ଷା ଦେଇପାରୁ ନାହାନ୍ତି ସେମାନେ ଦେଶର କୌଣସି କାମରେ ଆସିବେ ନାହିଁ।
ସହରଗୁଡିକ ସ୍ବଚ୍ଛ, ସୁନ୍ଦର ରହିବା ଏହାର ପରିବେଶ ଉପରେ ନିର୍ଭର କରେ। ସହରଗୁଡିକର ପରିପାର୍ଶ୍ୱର ଗାଁ, ଚାଷଜମି, ଜଙ୍ଗଲ, ପାହାଡ଼ ଓ ସବୁଜିମା ଏହାକୁ ଜୀବନ୍ତ ରଖିଥାଏ। ଅପରାଧ ନିରାକରଣ, ଉତ୍ତମ ଟ୍ରାଫିକ ବ୍ୟବସ୍ଥା, ଡ୍ରେନେଜ ସିଷ୍ଟମ, ଫୁଟପାଥ, ସାର୍ବଜନିକ ଖେଳ ପଡ଼ିଆ, ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା ଓ କାନୁନ ବ୍ୟବସ୍ଥା ସହରଗୁଡିକର ବିକାଶ କରିଥାଏ । ସହର ଓ ଗାଁ ଭିତରେ ଥିବା ସମ୍ପର୍କ କେଉଁ କାଳରୁ ଗଢ଼ିଆସୁଛି। ସହରଗୁଡିକର ବିକାଶ ଗାଁଗୁଡିକର ଆର୍ଥିକ ଓ ସାମାଜିକ ବିକାଶ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଏହା ଦେଶପ୍ରେମୀ ନେତୃବୃନ୍ଦ ହୃଦୟଙ୍ଗମ କରିବା ଦରକାର। ତେଣୁ ବିକାଶ ନଁାରେ ସହରଗୁଡିକରେ ଅନାବଶ୍ୟକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଓ ଅତ୍ୟଧିକ କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ସହରଗୁଡିକୁ ନଷ୍ଟ କରିବା ଉଚିତ ନୁହେଁ। ହାଇଦ୍ରାବାଦରେ ମେଟ୍ରୋ ରେଳ ପରିଚାଳନା କରୁଥିବା ଏଲ୍‌ ଆଣ୍ଡ ଟି କମ୍ପାନୀ ଆଜି ବହୁ କୋଟି ଟଙ୍କା କ୍ଷତି କରି ମେଟ୍ରୋ ରେଳ ଚଳାଇବା ଦାୟିତ୍ୱରୁ ଓହରି ଯାଇଛି। ଭୁବନେଶ୍ୱର ଭଳି ଛୋଟ ସହରରେ ମେଟ୍ରୋ ରେଳ କିଭଳି ଲାଭପ୍ରଦ ହେବ ଏହା ଆଲୋଚନାର ବିଷୟ ହୋଇଛି। ତେଣୁ ବଡ଼ ବଡ଼ ପ୍ରକଳ୍ପଗୁଡିକରେ ଅତ୍ୟଧିକ ଅର୍ଥ ବ୍ୟୟ ନ କରି ପ୍ରକୃତ ରାଜ୍ୟ ଉପଯୋଗୀ ବିକାଶ କରିବା ଉଚିତ।
ଗାଁଗୁଡ଼ିକରେ ଥିବା ଜଳ ସମ୍ପଦ, ଫସଲ ବିବିଧତା, ହସ୍ତଶିଳ୍ପ କୌଶଳ, ବଜାର ସୁବିଧା, ସାମାଜିକ ଓ ସାଂସ୍କୃତିକ ପରିବେଶ ଏବଂ ସୂକ୍ଷ୍ମ ଆର୍ଥିକ ଗତିବିଧି ଇତ୍ୟାଦି କ୍ରିୟାଶୀଳ ରହିବା ଦରକାର। କମ୍‌ ଖର୍ଚ୍ଚରେ ଉତ୍ତମ ସ୍କୁଲ ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଲୋକଙ୍କୁ ଗାଁରେ ରହିବାକୁ ଉତ୍ସାହିତ କରିବ। ବ୍ୟାଙ୍କ ଋଣର ଉପଯୁକ୍ତ ବିନିଯୋଗ, ଆଇନ ବ୍ୟବସ୍ଥା ଓ ସରକାରୀ କର୍ମଚାରୀଙ୍କର ସକ୍ରିୟତା ଓ ସେବା ମନୋଭାବ ଗାଁଗୁଡିକରେ ଆର୍ଥିକ ଗତିବିଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଓଡ଼ିଶାର ସୁରକ୍ଷା ଓ ଆତ୍ମନିର୍ଭରତା ପାଇଁ ଓଡ଼ିଆ ଜାତି ଏକଜୁଟ ହେବା ଦରକାର ଓ ତାହା ହିଁ ହେବ ପ୍ରକୃତ ଦେଶପ୍ରେମ।
ମୋ: ୭୭୦୨୩୮୩୮୮୦

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri