ମାନବୀୟ ସଂସ୍କୃତିର ପରିଭାଷା

ପ୍ରକୃତିପ୍ରଦତ୍ତ ସ୍ବଭାବ ଅନୁସାରେ ପଶୁପକ୍ଷୀମାନେ ଆଚରଣ କରିଥାନ୍ତି। ଆଦର୍ଶ-ଅନାଦର୍ଶ, ମଙ୍ଗଳ-ଅମଙ୍ଗଳ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ- ଏସବୁ ବୋଧ ବିଚାର ସେମାନଙ୍କର ନଥାଏ। ବାଘ ଯେତେବେଳେ ଅନ୍ୟ ଏକ ଜୀବକୁ ଖାଏ, ସେତେବେଳେ ସେ ପ୍ରକୃତିର କ୍ଷୁଧା ଦ୍ୱାରା ପରିଚାଳିତ ହୁଏ। ମାତ୍ର ମଣିଷ କ୍ଷୁଧା ଦ୍ୱାରା ପରିଚାଳିତ ହେଲେମଧ୍ୟ ଭଲ ମନ୍ଦ ବିଚାର ନ କରି ହଠାତ୍‌ କୌଣସି ଖାଦ୍ୟ ଖାଏନାହିଁ। ସେ କିଛି ଖାଇବା ପୂର୍ବରୁ ତାହା ଭକ୍ଷ ନା ଅଭକ୍ଷ ବିଚାର କରେ। ଏହି ବିଚାରଶକ୍ତି ଅଛି ବୋଲି ସେ ପଶୁଠାରୁ ଭିନ୍ନ। ଅବଶ୍ୟ ତା’ର ବିଚାରଶକ୍ତି ଉଭୟ ଭଲ ଓ ମନ୍ଦ ଦିଗରେ ଗତି କରିପାରେ। ଭଲ ଦିଗରେ ଗତିକଲେ ମଣିଷ ଶାନ୍ତ, ଦୟାର୍ଦ୍ର, ନିଃସ୍ବାର୍ଥ ହୁଏ। ମାତ୍ର ମନ୍ଦ ଦିଗରେ ଗତିକଲେ ହିଂସ୍ର, କ୍ରୂର, ବର୍ବର, ସ୍ବାର୍ଥପର ହୁଏ। ଏହି ପ୍ରଥମୋକ୍ତ ସ୍ବଭାବର ମଣିଷକୁ ଦେବତା କୁହାଗଲେ ଦ୍ୱିତୀୟୋକ୍ତ ସ୍ବଭାବର ମଣିଷକୁ ଅସୁର କୁହାଯାଏ। ଅସୁର ଓ ଦେବତା ମଣିଷଠାରୁ ଭିନ୍ନ ସତ୍ତା ନୁହନ୍ତି। ଏହି ମଣିଷ ହିଁ ଅସୁର ଓ ଏହି ମଣିଷ ହିଁ ଦେବତା।
ଏ ସମ୍ପର୍କରେ ବୃହଦାରଣ୍ୟକ ଉପନିଷଦ୍‌ରେ ଏକ ସୁନ୍ଦର ଉପାଖ୍ୟାନ ଅଛି। ପିତା ପ୍ରଜାପତିଙ୍କ ତିନି ପ୍ରକାର ସନ୍ତାନ ଦେବ, ମନୁଷ୍ୟ ଓ ଅସୁର, ତାଙ୍କ ସହ ବ୍ରହ୍ମଚର୍ଯ୍ୟପାଳକ ପୂର୍ବକ ବାସକଲେ। ବ୍ରହ୍ମଚର୍ଯ୍ୟବ୍ରତ ପାଳନ ସମାପ୍ତ ହେଲାପରେ ସେମାନେ ପିତା ପ୍ରଜାପତିଙ୍କୁ କିଛି ଉପଦେଶ ଦେବା ପାଇଁ ଅନୁରୋଧ କଲେ। ପ୍ରଜାପତି ତିନି ସନ୍ତାନଙ୍କୁ ଏକ ଅକ୍ଷର ବିଶିଷ୍ଟ ଗୋଟିଏ ମାତ୍ର ଉପଦେଶ ଦେଲେ। ତାହା ହେଲା ‘ଦ’। ଦେବ, ଅସୁର ଓ ମନୁଷ୍ୟ ପ୍ରତ୍ୟେକ ଏହି ‘ଦ’ ଅକ୍ଷରର ତାପଯର୍ର୍‌ୟ ବୁଝିବାପାଇଁ ନିଜ ନିଜ ସ୍ବଭାବକୁ ଅନୁଶୀଳନ କଲେ ଓ ‘ଦ’ ଅକ୍ଷରର ଅର୍ଥଟି ବୁଝିଲେ। ଦେବତାମାନେ ବୁଝିଲେ ପ୍ରଜାପତି ସେମାନଙ୍କୁ ‘ଦ’ କହି ଇନ୍ଦ୍ରିୟ ଦମନ କରିବା ପାଇଁ ଉପଦେଶ ଦେଇଛନ୍ତି, କାରଣ ସେମାନେ ସର୍ବଦା ଇନ୍ଦ୍ରିୟଭୋଗରତ ଥାନ୍ତି। ଅସୁରମାନେ ବୁଝିଲେ ସେମାନେ ଅନ୍ୟମାନଙ୍କ ପ୍ରତି କ୍ରୂର ଓ ହିଂସ୍ର ଆଚରଣ କରୁଥିବାରୁ ପ୍ରଜାପତି ‘ଦ’ ଉଚ୍ଚାରଣ କରି ସେମାନଙ୍କୁ ଅନ୍ୟମାନଙ୍କ ପ୍ରତି ଦୟା କରିବାପାଇଁ ପରାମର୍ଶ ଦେଇଛନ୍ତି। ମଣିଷମାନେ ବୁଝିଲେ ସେମାନେ ସର୍ବଦା କେବଳ ନିଜେ ସୁଖରେ ରହିବା ପାଇଁ ଅଜସ୍ର ଧନସଂଗ୍ରହରେ ମାତିଛନ୍ତି। ତେଣୁ ପ୍ରଜାପତି ସେମାନଙ୍କୁ ଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି। (ଦାମ୍ୟତ, ଦତ୍ତ, ଦୟଧ୍ୱମ୍‌)
ଉପନିଷଦ୍‌ର ଏହି ପ୍ରଜାପତି ଦେବତା, ଅସୁର ଓ ମଣିଷକୁ ଉପଦେଶ ଦେବା କଥାଟି ପ୍ରତୀକାମତ୍କ ।
ଏଣୁ ପରବର୍ତ୍ତୀ ଅଧ୍ୟାୟରେ ସ୍ପଷ୍ଟ କରାଯାଇଛି ”ଏଷ ପ୍ରଜାପତିର୍ଯ୍ୟଦ୍‌ହୃଦୟମେତଦ୍‌“ ଅର୍ଥାତ୍‌ ହୃଦୟ ହିଁ ପ୍ରଜାପତି। ନିଜ ହୃଦୟରେ ଦେବ-ମନୁଷ୍ୟ-ଅସୁର ତିନି ସନ୍ତାନ ଅଛନ୍ତି। ଅର୍ଥାତ୍‌ ହୃଦୟରୁ ପ୍ରକାଶ ପାଉଥିବା ଭାବ ପରିଚୟ ଦିଏ କିଏ ଦେବତା, କିଏ ଅସୁର ଓ କିଏ ମଣିଷ। ଶ୍ରୀଅରବିନ୍ଦଙ୍କ ଭାଷାରେ ମଣିଷ ଊର୍ଦ୍ଧ୍ୱସ୍ଥ ସ୍ବର୍ଗ ଓ ନିମ୍ନ ପ୍ରକୃତିର ମଝିରେ ଦଣ୍ଡାୟମାନ ସେ ଉଭୟ ଆସୁରିକ ଓ ଦୈବ ଗୁଣର ଏକ ଅପୂର୍ବ ସମନ୍ବୟ। ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ”ଅହିଂସା, ସତ୍ୟ, ଅକ୍ରୋଧ, ତ୍ୟାଗ, ଶାନ୍ତି, ତେଜ, କ୍ଷମା, ଧୈର୍ଯ୍ୟ, ଶୁଚି, ଅଦ୍ରୋସ ଆଦି ଦୈବଗୁଣ ଓ ଦମ୍ଭ, କ୍ରୋଧ, ଅଜ୍ଞାନ, କ୍ରୂରଭାବ, ହିଂସା, ମିଥ୍ୟାଶ୍ରୟ ଆଦି ହେଉଛି ଆସୁରିକ ଗୁଣ।“ ଯଦି ମଣିଷ ଦେବତା ହୋଇ ନ ପାରୁଛି ଅନ୍ତତଃ ଅସୁର ନ ହେଉ। ସେ ଉଭୟ ଦୈବ ଓ ଆସୁରିକ ଗୁଣର ମଝିରେ ରହୁ ଓ ଏକ ମାନବୀୟ ସଂସ୍କୃତି ସ୍ଥାପନ କରୁ। ଏଣୁ ସ୍ବାମୀ ବିବେକାନନ୍ଦ କହୁଥିଲେ, ମଣିଷ ନିଜର ହିତ ସାଧନ କରିବା ସଙ୍ଗେ ସଙ୍ଗେ ଜଗତର ହିତ ବି ସାଧନ କରୁ। ଏହି ସ୍ବାର୍ଥ ସହ ପରାର୍ଥ ହିଁ ସଂସ୍କୃତି।
ବିଶିଷ୍ଟ ଲେଖକ ଉମେଶ ପତ୍ରୀ ତାଙ୍କ ବିଦେଶ ଭ୍ରମଣ ସମୟରେ କାଲିଫର୍ନିଆର ଏକ ସ୍କୁଲରେ ‘ସଂସ୍କୃତି’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ କହିଥିଲେ ଏକ କାହାଣୀ। ଥରେ ଦେବଦୂତ ଓ ଶୈତାନମାନେ ସେମାନଙ୍କ ମଧ୍ୟରେ ପ୍ରକୃତରେ ବଡ଼ କିଏ ଜାଣିବା ପାଇଁ ଈଶ୍ୱରଙ୍କ ନିକଟରେ ପହଞ୍ଚିଲେ। ଈଶ୍ୱର କହିଲେ, ‘ଖାଇବା ସମୟ ହେଲାଣି, ପ୍ରଥମେ ଖିଆପିଆ ସରୁ। ତାପରେ ଏହି ପ୍ରଶ୍ନର ଉତ୍ତର ଦିଆଯିବ।’ ଦେବଦୂତ ଓ ଶୈତାନମାନେ ଦୁଇଟି ଭିନ୍ନ ଧାଡ଼ିରେ ବସିଲେ। ମଝିରେ ଗୋଟିଏ ପରଦା ଟାଙ୍ଗି ଦିଆଗଲା, ଯେମିତି କେହି କାହାରିକୁ ଦେଖିପାରିବେ ନାହିଁ। ଈଶ୍ୱର ତାଙ୍କର ଅଲୌକିକ ଶକ୍ତି ପ୍ରୟୋଗ କଲେ ଯେମିତି ଉଭୟ ଦେବଦୂତ ଓ ଶୈତାନମାନଙ୍କ ହାତ କହୁଣିରୁ ଉପରକୁ ଉଠିଲା ନାହିଁ। ଫଳରେ ହାତ ପାଟିପାଖରେ ପହଞ୍ଚି ପାରିଲା ନାହିଁ। ବହୁପ୍ରକାର ସ୍ବାଦିଷ୍ଟ ଅନ୍ନ ପରଷି ଦିଆଗଲା। ଶୈତାନମାନେ ଖାଇବା ଆରମ୍ଭକଲେ। ହାତ ପାଟିରେ ନ ପହଞ୍ଚିବାରୁ ଖାଦ୍ୟ ପାଟିକୁ ଫିଙ୍ଗିବାକୁ ଚେଷ୍ଟା କଲେ। ଫଳରେ ତାହା ପାଟିରେ ନ ପଡି ଅନ୍ୟତ୍ର ବିଛାଡ଼ି ହୋଇପଡ଼ିଲା। ସେମାନେ କିଛି ଖାଇପାରିଲେ ନାହିଁ। ଅପରପକ୍ଷରେ ଦେବତାମାନେ ନିଜ ପାଟିକୁ ଖାଦ୍ୟ ନ ଫିଙ୍ଗି ଜଣେ ଆଉଜଣଙ୍କର ପାଟିରେ ଖାଦ୍ୟ ପୂରାଇ ଆନନ୍ଦରେ ପେଟଭରି ଖାଇଲେ ଓ ତୃପ୍ତହେଲେ। ଈଶ୍ୱର ପରଦାଟିକୁ ଉଠାଇଦେଲେ ଓ ଏହି ଦୃଶ୍ୟ ଦେଖି ଦେବଦୂତ ଓ ଶୈତାନମାନଙ୍କୁ କହିଲେ, ”ବର୍ତ୍ତମାନ ତୁମେ ନିଜେ ବିଚାର କର କିଏ ବଡ଼, କିଏ ଛୋଟ।“ ସେ ବୁଝାଇ କହିଲେ, ଭୋକ ହେବା ପ୍ରତ୍ୟେକଙ୍କ ପ୍ରକୃତି। ଭୋକ ହେଲାବୋଲି ଅନେକଙ୍କ ସହ ଥାଇ ମଧ୍ୟ ଏକା ଖାଇବା ବା ଅନ୍ୟର ଖାଦ୍ୟ ଛଡ଼ାଇ ଖାଇବା ହେଉଛି ବିକୃତି ଏବଂ ନିଜେ ଖାଇବା ଓ ଅନ୍ୟକୁ ଖୁଆଇବା ହେଉଛି ସଂସ୍କୃତି।
ଥରେ ରାସ୍ତା ଉପରେ ପଡ଼ିଥିବା ଏକ ବଡ଼ ପଥରଖଣ୍ଡ ଉପରେ ଜଣେ ଝୁଣ୍ଟିପଡ଼ି କ୍ଷତାକ୍ତ ହେଲେ। ସେ ପଥର ପକାଇଥିବା ଅଜଣାଲୋକଟିକୁ ଗାଳିଦେଇ ଓ ରାଗିଯାଇ ପଥରଟିକୁ ରାସ୍ତାମଝିକୁ ପେଲିଦେଲେ। ମନେ ମନେ କହିଲେ, ଅନ୍ୟମାନେ ମୋ ଭଳି ଝୁଣ୍ଟିପଡ଼ନ୍ତୁ, ତେବେ ଜାଣିବେ ଏହା କିପରି କଷ୍ଟଦାୟକ। କିଛିସମୟ ପରେ ଆଉଜଣେ ବ୍ୟକ୍ତି ସେହି ରାସ୍ତାରେ ପଥରଟିକୁ ଦେଖି ମନେ ମନେ ଚିନ୍ତା କଲେ ସତର୍କତାର ସହ ପଥରଟିକୁ ଅତିକ୍ରମ କରିଗଲେ ହେଲା, ଆଉ କାହାର କ’ଣ ଘଟିପାରେ ଭାବି ଲାଭ କ’ଣ? ସେ ସୁରକ୍ଷିତ ଭାବରେ ପଥରକୁ ଏଡ଼ାଇ ଚାଲିଗଲେ। ପରେ ଆଉଜଣେ ଆସିଲେ ଓ ଭାବିଲେ ପଥରଟି ଏଭଳି ସ୍ଥାନରେ ଅଛି ଯେ ଅଧିକାଂଶ ପଥଚାରୀ ଝୁଣ୍ଟିପଡ଼ି କ୍ଷତାକ୍ତ ହେବେ। ତେଣୁ ସେ ପଥରଟିକୁ ରାସ୍ତା ମଝିରୁ ଉଠାଇନେଇ ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ ଓ ଚାଲିଗଲେ। ଏହିଭଳି ତିନିପ୍ରକାର ମଣିଷ ଅଛନ୍ତି। କିଛିଲୋକ ଚାହାନ୍ତି ସେମାନେ ଯଦି କଷ୍ଟ ପାଉଛନ୍ତି ଅନ୍ୟମାନେ ମଧ୍ୟ ସେଭଳି କଷ୍ଟ ପାଆନ୍ତୁ। ଆଉ କିଛିଲୋକ ଭାବନ୍ତି ନିଜେ ସୁରକ୍ଷିତ ରହିଲେ ହେଲା। ସେମାନେ ଅନ୍ୟମାନଙ୍କ ସୁରକ୍ଷା କଥା ଚିନ୍ତା କରନ୍ତି ନାହିଁ। ମାତ୍ର ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ନିଜର ସୁରକ୍ଷା ନୁହେଁ ବରଂ ସମସ୍ତଙ୍କ ବିଷୟରେ ଚିନ୍ତା ପ୍ରକଟ କରନ୍ତି। ଏହା ହେଉଛି ମାନବୀୟ ସଂବେଦନା ଓ ମାନବୀୟ ସଂସ୍କୃତି।
କଟକର ରାଜାବଗିଚାରେ ଅନ୍ଧାର ରାତିରେ ରାସ୍ତାକଡ଼ରେ ବସିଥାନ୍ତି ଜଣେ ବୃଦ୍ଧ। ସେ କମ୍ବଳଟିଏ ଘୋଡ଼େଇ ହୋଇଥାନ୍ତି ଓ ହାତରେ ଗୋଟିଏ ଲଣ୍ଠନ ଧରିଥାନ୍ତି। ସେତେବେଳେ ଛାତ୍ର ଥାନ୍ତି ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତି। ସେ ସେହି ରାସ୍ତାରେ ଆଗେଇ ଯାଆନ୍ତେ ବୃଦ୍ଧଜଣକ କହିଲେ, ”କିଏ? ଦେଖିକରି ଯାଆ ପଡ଼ିଯିବ। ଆଗରେ ମ୍ୟାନହୋଲ ଅଛି।“ ବୈଷ୍ଣବ ବାବୁ ଅଟକିଗଲେ। ଶୀତ ରାତିରେ ବୁଢ଼ାବୟସରେ ରାସ୍ତାକଡ଼ରେ ବସିଥିବାର କାରଣ ପଚାରନ୍ତେ ସେ କହିଲେ, ”ଆଗରେ ଥିବା ମ୍ୟାନ୍‌ହୋଲର ଢାଙ୍କୁଣି ଉଠିଯାଇଛି। କିଛି ସମୟ ପୂର୍ବରୁ ଜଣେ ରିକ୍‌ସାବାଲା ତାହା ଦେଖି ନ ପାରି ସେଠାରେ ପଡ଼ି ଖଣ୍ଡିଆଖାବରା ହୋଇଗଲା। ବିଚରା ରିକ୍‌ସା ଟାଣି କୁଟୁମ୍ବ ପୋଷେ। ଏବେ ସେ ଚଳିବ କିପରି? ଆଉ କେହି ସେଠି ନ ପଡୁ, ସେଥିପାଇଁ ମୁଁ ଏଠି ଜଗିବସିଛି।“ ସେ ଥିଲେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି। ସେ ଜଣେ ମଣିଷ ଭାବରେ ଚିନ୍ତା କରୁଥିଲେ ଅନ୍ୟ ମଣିଷମାନଙ୍କ କଥା। ଅନ୍ୟର ଦୁଃଖସୁଖକୁ ନିଜର ଦୁଃଖସୁଖ ମଣିବା ହେଉଛି ମାନବୀୟ ସଂସ୍କୃତିର ଅନ୍ତଃସ୍ବର।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri