ସୁରକ୍ଷାରେ ତ୍ରୁଟି: ଦୁର୍ଘଟଣା ପରେ କାରଖାନା ପରିସରରେ ଯାଞ୍ଚ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରଠାରେ ଥିବା ଏଏସ୍‌ଏଲ ମାଇନିଂ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ ପିଲେଟ ଏବଂ ବେନିଫିକେଶନ କାରଖାନା ପରିସରରେ ଗତ ଗୁରୁବାର ଏକ ଲୁହାପଥର ଗୁଣ୍ଡ ବୋଝେଇ ଏକ ଟିପର ଦୁର୍ଘଟଣା ଘଟି ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଥିଲା। କାରଖାନା ପରିସରରେ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଭିତରେ ଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏବେ ଆଉ ଏକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ମୃତ ଚାଳକଙ୍କ ନାମ ଛେଦି ମୁଣ୍ଡା(୩୧)ବୋଲି ଜଣାପଡ଼ିଛି। ଏହାକୁ ନେଇ ବାମେବାରୀ ଥାନାରେ କେସ୍‌ ନଂ ୨୦୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହା ସହିତ ସହକାରୀ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ଭିନ୍ନ ମୋଡ଼ ଦେଇ ଚପାଇ ଦେବାକୁ ଉଦ୍ୟମ ହେଉଥିବା କୁହାଯାଉଛି। କାରଖାନା ପରିସରରେ ସାଧାରଣତଃ ବିପର୍ଯ୍ୟସ୍ତ ରାସ୍ତାଘାଟ, ଧୂଳିଧୂଆଁ ପ୍ରଦୂଷଣ, ଅସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ଆଦି ଯୋଗୁ ଦୁର୍ଘଟଣା ହୋଇଥାଏ। ଏଣୁ ଏସବୁ ପ୍ରତି କାରଖାନା କର୍ତ୍ତୃପକ୍ଷ କ’ଣ କ’ଣ ବ୍ୟବସ୍ଥା କରିବେ ସେ ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ରହିଛି। ଏଥିପାଇଁ ଏସବୁ ଅବ୍ୟବସ୍ଥା ତଦାରଖ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଶ୍ରମ ବିଭାଗ,କାରଖାନା ଓ ବାଷ୍ପିତ ବିଭାଗ ଗସ୍ତ କରି ଯାଞ୍ଚ କରିଥାନ୍ତି। ଦୁର୍ଘଟଣା ରୋକିବା ପାଇଁ ରାସ୍ତାଘାଟ ନିୟମିତ ସଫେଇ କରିବା ସହ ଧୂଳିଧୂଆଁ ରୋକିବା ପାଇଁ ପାଣି ସିଞ୍ଚନ,ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଚକା ଧୋଇବା ପାଇଁ ବ୍ୟବସ୍ଥା ଜରୁରୀ। ଏଣୁ ଏସବୁ ବ୍ୟବସ୍ଥା ହୋଇଛି କି ନାହିଁ ସେସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଡ୍ରାଇଭରଙ୍କୁ କ୍ଷତିପୂରଣ ଦେଇ ନ୍ୟାୟ ଦେବାକୁ ଦାବି ହୋଇଛି। ଏନେଇ ବାମେବାରୀ ଥାନାଧିକାରୀ ସ୍ବରୂପ ରଞ୍ଜନ ନାୟକ କହିଛନ୍ତି, ଘଟଣାକୁ ନେଇ କେସ୍‌ କରାଯାଇ ତଦନ୍ତ ଚାଲିଛି। ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ ବିଭାଗର ଇଂ କେଦାର ନାଥ ହାଁସଦାଙ୍କୁ ଯୋଗାଯୋଗ କରିବାରୁ କାରଖାନା ପରିସରରେ ଦୁର୍ଘଟଣାର ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ କାରଖାନାର ଅଧିକାରୀ ଓମ୍‌ପ୍ରକାଶ ସେନାପତି କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ କାରଖାନା ବାଷ୍ପିତ ବିଭାଗକୁୁ ସୂଚନା ଦିଆଯାଇଛି। ସେମାନେ ଏହାର ଯାଞ୍ଚ କରୁଛନ୍ତି। ସେହିପରି ଶ୍ରମ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟକୁ ନେଇ ଗଠିତ ସେଣ୍ଟ୍ରାଲ ଇନ୍ସପେକ୍ସନ କୋ-ଅଡିନେଶନ ଗ୍ରୁପ୍‌(ସିଆଇସିଜି) ନିୟମିତ ଅନୁଧ୍ୟାନ କରିବାର ବ୍ୟବସ୍ଥା ରହିଥିଲେ ହେଁ ସେସବୁ ସଠିକ୍‌ ଭାବରେ ପାଳନ ହେଉ ନ ଥିବାରୁ ଏଭଳି ଅଘଟଣ ଘଟୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri