ସୁରକ୍ଷାରେ ତ୍ରୁଟି: ଦୁର୍ଘଟଣା ପରେ କାରଖାନା ପରିସରରେ ଯାଞ୍ଚ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରଠାରେ ଥିବା ଏଏସ୍‌ଏଲ ମାଇନିଂ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ ପିଲେଟ ଏବଂ ବେନିଫିକେଶନ କାରଖାନା ପରିସରରେ ଗତ ଗୁରୁବାର ଏକ ଲୁହାପଥର ଗୁଣ୍ଡ ବୋଝେଇ ଏକ ଟିପର ଦୁର୍ଘଟଣା ଘଟି ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଥିଲା। କାରଖାନା ପରିସରରେ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଭିତରେ ଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ଏବେ ଆଉ ଏକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ମୃତ ଚାଳକଙ୍କ ନାମ ଛେଦି ମୁଣ୍ଡା(୩୧)ବୋଲି ଜଣାପଡ଼ିଛି। ଏହାକୁ ନେଇ ବାମେବାରୀ ଥାନାରେ କେସ୍‌ ନଂ ୨୦୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହା ସହିତ ସହକାରୀ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ଭିନ୍ନ ମୋଡ଼ ଦେଇ ଚପାଇ ଦେବାକୁ ଉଦ୍ୟମ ହେଉଥିବା କୁହାଯାଉଛି। କାରଖାନା ପରିସରରେ ସାଧାରଣତଃ ବିପର୍ଯ୍ୟସ୍ତ ରାସ୍ତାଘାଟ, ଧୂଳିଧୂଆଁ ପ୍ରଦୂଷଣ, ଅସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ଆଦି ଯୋଗୁ ଦୁର୍ଘଟଣା ହୋଇଥାଏ। ଏଣୁ ଏସବୁ ପ୍ରତି କାରଖାନା କର୍ତ୍ତୃପକ୍ଷ କ’ଣ କ’ଣ ବ୍ୟବସ୍ଥା କରିବେ ସେ ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ରହିଛି। ଏଥିପାଇଁ ଏସବୁ ଅବ୍ୟବସ୍ଥା ତଦାରଖ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଶ୍ରମ ବିଭାଗ,କାରଖାନା ଓ ବାଷ୍ପିତ ବିଭାଗ ଗସ୍ତ କରି ଯାଞ୍ଚ କରିଥାନ୍ତି। ଦୁର୍ଘଟଣା ରୋକିବା ପାଇଁ ରାସ୍ତାଘାଟ ନିୟମିତ ସଫେଇ କରିବା ସହ ଧୂଳିଧୂଆଁ ରୋକିବା ପାଇଁ ପାଣି ସିଞ୍ଚନ,ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଚକା ଧୋଇବା ପାଇଁ ବ୍ୟବସ୍ଥା ଜରୁରୀ। ଏଣୁ ଏସବୁ ବ୍ୟବସ୍ଥା ହୋଇଛି କି ନାହିଁ ସେସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଡ୍ରାଇଭରଙ୍କୁ କ୍ଷତିପୂରଣ ଦେଇ ନ୍ୟାୟ ଦେବାକୁ ଦାବି ହୋଇଛି। ଏନେଇ ବାମେବାରୀ ଥାନାଧିକାରୀ ସ୍ବରୂପ ରଞ୍ଜନ ନାୟକ କହିଛନ୍ତି, ଘଟଣାକୁ ନେଇ କେସ୍‌ କରାଯାଇ ତଦନ୍ତ ଚାଲିଛି। ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ ବିଭାଗର ଇଂ କେଦାର ନାଥ ହାଁସଦାଙ୍କୁ ଯୋଗାଯୋଗ କରିବାରୁ କାରଖାନା ପରିସରରେ ଦୁର୍ଘଟଣାର ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ କାରଖାନାର ଅଧିକାରୀ ଓମ୍‌ପ୍ରକାଶ ସେନାପତି କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ କାରଖାନା ବାଷ୍ପିତ ବିଭାଗକୁୁ ସୂଚନା ଦିଆଯାଇଛି। ସେମାନେ ଏହାର ଯାଞ୍ଚ କରୁଛନ୍ତି। ସେହିପରି ଶ୍ରମ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟକୁ ନେଇ ଗଠିତ ସେଣ୍ଟ୍ରାଲ ଇନ୍ସପେକ୍ସନ କୋ-ଅଡିନେଶନ ଗ୍ରୁପ୍‌(ସିଆଇସିଜି) ନିୟମିତ ଅନୁଧ୍ୟାନ କରିବାର ବ୍ୟବସ୍ଥା ରହିଥିଲେ ହେଁ ସେସବୁ ସଠିକ୍‌ ଭାବରେ ପାଳନ ହେଉ ନ ଥିବାରୁ ଏଭଳି ଅଘଟଣ ଘଟୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri