ତ୍ରୁଟିପୂର୍ଣ୍ଣ କୃଷିନୀତି, ତେଜୁଛି ଆନ୍ଦୋଳନ:ମାର୍ଚ୍ଚ ୧୭ରେ ମହାପଞ୍ଚାୟତ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଯାଇଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କୃଷିକ୍ଷେତ୍ରକୁ କମ୍ପାନୀକରଣ ବିରୋଧରେ ଆନ୍ଦୋଳନ ତେଜି ଉଠିଛି। ଆସନ୍ତା ମାର୍ଚ୍ଚ ୧୭ତାରିଖରେ ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏହି ସମସ୍ୟାକୁ ନେଇ ଏକ ମହାପଞ୍ଚାୟତ କାର୍ଯ୍ୟକ୍ରମ ରହିଛି। ବରଗଡ଼ର ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ହେବାକୁ ଥିବା ଏହି ମହାପଞ୍ଚାୟତରେ ଜିଲାର ୧୮ଅନୁଷ୍ଠାନ ସାମଲ ହେବାକୁ ଥିବାବେଳେ ୧୦ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମାବେଶ ହେବାର କାର୍ଯ୍ୟକ୍ରମ ରହଛି। ଏ ନେଇ ବରଗଡ଼ ଅଗ୍ରଗାମୀ ଯୁବକ ସଂଘରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ସଂଯୁକ୍ତ କୃଷକ ସଂଗଠନ, ବରଗଡ଼ର ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇ କହିଥିଲେ, ଉକ୍ତ ମହାପଞ୍ଚାୟତରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତୃବୃନ୍ଦ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚୌଧୁରୀ ରାଜେଶ ଟିକାୟତ, ସତ୍ୟବାନ ଜୀ, ଡା. ଦର୍ଶନ ପାଲ, ଅଫ୍ଲାତୁନ ଦେଶାଇ, ଚୌଧୁରୀ ରାଜେନ୍ଦ୍ର ପ୍ରମୁଖ ସମାବେଶରେ ଯୋଗଦେବେ। ସେମାନେ କୃଷି, କୃଷକଙ୍କ ସମସ୍ୟା ଏବଂ ଏଥିପ୍ରତି ସରକାରଙ୍କ ଅଣଦେଖା ଉପରେ ସମବେତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ମହାପଞ୍ଚାୟତରେ ଧାନର ଅଭାବୀ ବିକ୍ରି, ବିଦ୍ୟୁତ୍‌ର ଘରୋଇକରଣ, ସ୍ମାର୍ଟ ମିଟର ସ୍ଥାପନ, ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ କରା ନ ଯିବା, ଚାଷୀଙ୍କ କୃଷିକ୍ଷେତ୍ରକୁ ମାଗଣା ବିଦ୍ୟୁତ୍‌ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ମହାପଞ୍ଚାୟତକୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଜିଲାର ଗାଁ ଗାଁରେ ସଭା ସମିତି ଚାଲିଛି। ପ୍ରତ୍ୟେକ ଦିନ ସଙ୍ଗଠନର ନେତୃବୃନ୍ଦ ବିଭିନ୍ନ ଗ୍ରାମକୁ ପହଞ୍ଚତ୍ ମହାପଞ୍ଚାୟତ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରୁଛନ୍ତି। ମହାପଞ୍ଚାୟତରେ ସାମିଲ ହେବା ପାଇଁ ଚାଷୀମାନଙ୍କୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯିବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଆଧାରିତ ପ୍ରଚାରପତ୍ର ବଣ୍ଟନ କରାଯାଉଛି।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଅଜିତ ଶତପଥୀ, ଉପତ୍ନ୍ନ ଭୋଇଙ୍କ ସମେତ ସଦସ୍ୟ ଈଶାନ୍ତ ଭୋଇ, ଜୟପ୍ରକାଶ ବେହେରା, ସୁବାସ ବିଶ୍ୱାଳ, ଥବିର ସାହୁ, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ସୁଦାମ ପାତ୍ର, ତପନ ମିଶ୍ର, ସୁବାସ ପ୍ରଧାନ, ରବିଶଙ୍କର ପ୍ରଧାନ, ପ୍ରେମରାଜ ସାହୁ, ମହେନ୍ଦ୍ର ସାହୁ, ସୁବାସ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ରତିକାନ୍ତ ବାରିକ, କ୍ଷୀରସିନ୍ଧୁ ବଗର୍ତ୍ତୀ, ରାଧେଶ୍ୟାମ ନାୟକ, ବନବାସ ସାହୁ, ସମାଜସେବୀ ପାଣ୍ଡବ କର୍ଣ୍ଣ, କିଶୋର ସାହୁ, ବିକାଶ ଅଗ୍ରୱାଲ, କୋଶଲ ସେନାର ବିରବଲ ମହାକୁଡ଼, ଭାରତୀୟ କିଷାନ ୟୁନିୟନର ରାଜ୍ୟ ସଭାପତି ସୌରୀଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri