୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ରହିଛି। ଏଠାରୁ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସରୁ ବିଧାୟକ ହେବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବା ନଜିର ଅଛି। ତେବେ ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିବା ୭ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ଲଗାତର ପରାଜୟ ଘଟିଛି। ଦଳରେ ଗୋଷ୍ଠୀ କନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୧୯୯୦ ଓ ୯୫ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଏବଂ ୨୦୦୦ ରୁ ୨୦୧୯ ମଧ୍ୟରେ ୫ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କର ଜିତାପଟ ହୋଇଛି। ଅଣ କଂଗ୍ରେସରୁ ନିର୍ବାଚିତ ବିଧାୟକମାନେ ପୂର୍ବ ଜନତା ଦଳ ଓ ବର୍ତ୍ତମାନର ବିଜେଡି ଶାସନରେ ଥରେ ବି ମନ୍ତ୍ରୀ ହୋଇନାହାନ୍ତି। ଅପରପକ୍ଷରେ ଦୀର୍ଘ ୪ ଦଶନ୍ଧି ହେବ ଏହି ନିର୍ବାଚନମଣ୍ଡଳୀ ମନ୍ତ୍ରୀ ଶୂନ୍ୟ ହୋଇଯାଇଛି। ଏହା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଗୋଷ୍ଠୀ କନ୍ଦଳ ଯୋଗୁ ୧୯୯୦ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥ, ୯୫ ନିର୍ବାଚନରେ ଅଲେଖ ଚୌଧୁରୀ, ୨୦୦୦ରୁ ୨୦୧୪ ମଧ୍ୟରେ ହୋଇଥିବା ୪ ନିର୍ବାଚନରେ ବିକ୍ରମ ପଣ୍ଡାଙ୍କ ଲଗାତର ପରାଜୟ ଘଟିଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ଅଲେଖ ଓ ପୂର୍ବତନ କଂଗ୍ରେସ ବିଧାୟକ ଶିବ ଶଙ୍କର ସାହାଣୀ ଓ ଜଣାଶୁଣା ନେତା ତଥା କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଜିଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତଙ୍କ ସମେତ ଅନେକ କର୍ମୀ ବିଜେଡିକୁ ଗଲେ। ଦଳ ବଦଳରୁ ୧୯ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ଚନ୍ଦ୍ରଶେଖର ବିଜେଡି ଏମ୍‌ପି ଏବଂ ବିଧାନସଭା କ୍ଷେତ୍ରରୁ ବିକ୍ରମ ନିର୍ବାଚିତ ହୋଇଛନ୍ତି। ତେବେ ଉଭୟଙ୍କ ସମର୍ଥକମାନେ ପଦ ପଦବୀ ନ ପାଇ କେବଳ ଶଙ୍ଖ ଫୁଙ୍କୁଛନ୍ତି।
୨୦୨୦ ଶେଷ ବେଳକୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଜିଲା କଂଗ୍ରେସ ସଭାପତି ହେଲେ। କମିଟି ପୁନର୍ଗଠନରେ ପୁରୁଣା ନେତାଙ୍କୁ ଦୂରେଇ ନୂଆ ଚେହେରାଙ୍କୁ କର୍ମକର୍ତ୍ତା କଲେ। ସେମାନଙ୍କ ସାଙ୍ଗଠନିକ ଅଭିଜ୍ଞତା ନ ଥିବାରୁ ଦଳରେ ସମସ୍ୟା ସୃଷ୍ଟି ହେଲା ଏବଂ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଲା। ଗତ ୩ ଦଶନ୍ଧି ହେବ ହୋଇଥିବା ସବୁ ନିର୍ବାଚନରେ ପରାଜୟ ଘଟିଲେ ମଧ୍ୟ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିଲା। ୧୯ ନିର୍ବାଚନରେ ବ୍ରହ୍ମପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତୃତୀୟକୁ ଖସିବା ସହ ଅମାନତ ରହି ନ ଥିଲା। ଚଳିତ ବର୍ଷର ବ୍ରହ୍ମପୁର ପୌର ନିର୍ବାଚନରେ କଂଗ୍ରେସକୁ ୧୭ ୱାର୍ଡ ନିମନ୍ତେ ପ୍ରାର୍ଥୀ ମିଳି ନ ଥିବା ବେଳେ ମେୟର ପ୍ରାର୍ଥିନୀ ଚତୁର୍ଥ ସ୍ଥାନକୁ ଖସିଥିଲେ। ୨୦୧୩ ପୌର ନିର୍ବାଚନରେ ମହାନଗରରୁ ୧୫ ୱାର୍ଡରେ କଂଗ୍ରେସରୁ କର୍ପୋରେଟର ନିର୍ବାଚିତ ହୋଇଥିବା ବେଳେ ଚଳିତ ବର୍ଷର ନିର୍ବାଚନରେ ମାତ୍ର ଜଣେ ଜିତିବା ଲଜ୍ଜାଜନକ ହୋଇଛି। ତେଣୁ ଦଳର ଦୁର୍ବଳ ସଂଗଠନକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri