Posted inଖେଳ

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧ ବର୍ଷୀୟା ପୂର୍ବତନ ଶୀର୍ଷ ର଼୍ୟାଙ୍କିଙ୍ଗକ ପ୍ରାପ୍ତ ବ୍ୟାଟର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ୩୪ ବଲ୍‌ରେ ଅପରାଜିତ ୬୯ ରନ କରିଥିଲେ। ସେ ପରେ ତୃତୀୟ ଓ ଚତୁର୍ଥ ମ୍ୟାଚରେ ଯଥାକ୍ରମେ ୪୨ ବଲ୍‌ରୁ ୭୯ ଓ ୪୬ ବଲ୍‌ରୁ ୭୯ ରନ କରିବା ଦ୍ୱାରା ତାଙ୍କର ୪ ସ୍ଥାନ ପଦୋନ୍ନତି ଘଟିଛି। ଚତୁର୍ଥ ଅନ୍ତର୍ଜାତୀୟ ଟି୨୦ରେ ଆକର୍ଷଣୀୟ ୮୮ ରନ ଯୋଗୁ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ତୃତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଜେମିମା ରୋଡ୍ରିଗ୍ସ ଗୋଟିଏ ସ୍ଥାନ ତଳଖୁ ଖସି ୧୦ମ ସ୍ଥାନକୁ ଚାଲି ଆସିଛନ୍ତି।

ପୁରୁଖା ଭାରତୀୟ ଅଲରାଉଣ୍ଡର ଦୀପ୍ତି ଶର୍ମା ବୋଲର ତାଲିକାରେ ନମ୍ବର-୧ ସ୍ଥାନ ବଜାୟ ରଖିଥିବା ବେଳେ ରେଣୁକା ସିଂ ଠାକୁର ଟପ୍‌ ୧୦ରେ ଯୋଗ ଦେଇଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ ଏକଦା କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନରେ ପହଞ୍ଚି ପାରିଥିବା ଠାକୁର ୮ ସ୍ଥାନ ଉପରକୁ ଉଠି ମିଳିତ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ତୃତୀୟ ମ୍ୟାଚରେ ମ୍ୟାଚ୍‌ ବିଜୟୀ ବୋଲିଂ କରି ସେ ୨୧ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ, ଫଳରେ ଭାରତ ୮ ଉଇକେଟରେ ବିଜୟ ଲାଭ କରିବା ସହ ସିରିଜ ଜିତି ନେଇଥିଲା।

ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ଦୁଇ ବାମହାତି ସ୍ପିନର ଶ୍ରୀ ଚାରାନି ଓ ବୈଷ୍ଣବ ଶର୍ମାଙ୍କର ମଧ୍ୟ ଅଗ୍ରଗତି ଘଟିଛି। ବୋଲିଂ ର଼୍ୟାଙ୍କିଙ୍ଗରେ ଚାରାନି ୧୭ ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ପହଞ୍ଚତ୍ଥିବା ବେଳେ ବୈଷ୍ଣବୀ ଶର୍ମା ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ସିରିଜରେ ୩୯୦ ସ୍ଥାନ ଉପରକୁ ଉଠି ୧୨୪ତମ ସ୍ଥାନରେ ପହଞ୍ଚିଛନ୍ତି।

ଜୁନ୍‌ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୬ ପାଇଁ ଦଳରେ ସ୍ଥାନ ପାଇବା ଲାଗି ସେ ସମ୍ଭାବନା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri