Posted inଖେଳ

୧ ନମ୍ବରକୁ ଫେରିଲେ ଦୀପିକା

ପ୍ୟାରିସ,୨୯।୬(ପି.ଟି.): ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ ପୁଣିଥରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌ ୩ରେ ସେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି। ୨୦୧୨ ପରେ ରାଞ୍ଚିର ଦୀପିକା ପ୍ରଥମଥର ପାଇଁ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନକୁ ଫେରିଛନ୍ତି। ରବିବାର ସେ ୩ଟି ରିକର୍ଭ ଇଭେଣ୍ଟ ଯଥା ମହିଳା ବ୍ୟକ୍ତିଗତ, ଟିମ୍‌ ଓ ମିକ୍ସ ପେୟାରରେ ସ୍ବର୍ଣ୍ଣ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ଓ୍ବାଲର୍‌ଡ ଆର୍ଚେରୀ ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛି।
ଦୀପିକା ପ୍ରଥମେ ଅଙ୍କିତା ଭକତ ଓ ମୋଲିକା ବାରିଙ୍କ ସହ ମିଳିତ ଭାବେ ମେକ୍ସିକୋକୁ ହରାଇ ମହିଳା ରିକର୍ଭ ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ସେ ସ୍ବାମୀ ଅତନୁ ଦାସଙ୍କ ସହ ମିଶି ୫-୩ରେ ପ୍ରତିପକ୍ଷ ନେଦରଲାଣ୍ଡ୍ସ ଦଳକୁ ହରାଇ ମିକ୍ସଡ ପେୟାରରେ ସ୍ବର୍ଣ୍ଣ ଜିତିଥିଲେ। ଏହାପରେ ସେ ୧୭ତମ ର଼୍ୟାଙ୍କର ରୁଷୀୟ ତୀରନ୍ଦାଜ ଏଲିନା ଓସିପୋଭାଙ୍କୁ ୬-୦ରେ ହରାଇ ସ୍ବର୍ଣ୍ଣ ଜିତିଥିଲେ ଓ ଚତୁର୍ଥ ବ୍ୟକ୍ତିଗତ ବିଶ୍ୱକପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ମୋଟ ଉପରେ ଦୀପିକା ବିଶ୍ୱକପ୍‌ରେ ୯ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମଥର ପାଇଁ ବିଶ୍ୱକପ୍‌ରେ ସବୁ ୩ଟି ସ୍ବର୍ଣ୍ଣ ଜିତିଥିତ୍ବାରୁ ବେଶ୍‌ ଆତ୍ମସନ୍ତୋଷ ଲାଭ କରିଛି ବୋଲି ଦୀପିକା କହିଛନ୍ତି। ଡୋଲା ବାନାର୍ଜୀଙ୍କ ପରେ ଦ୍ୱିତୀୟ ଭାରତୀୟ ମହିଳା ଭାବେ ଦୀପିକା ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ସେ ଏକମାତ୍ର ଭାରତୀୟ ତୀରନ୍ଦାଜ ଭାବେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri