ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା ଅଭିଯୋଗ କରିଛନ୍ତି ଯେ, ଦୀପିକାଙ୍କୁ ପ୍ରୋଜେକ୍ଟରୁ ବାଦ ଦିଆଯାଇଛି କାରଣ ସେ ଲାଭର ୧୦% ଅଂଶ ଦାବି କରିଥିଲେ। ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଫଳରେ ସେ ଫିଲ୍ମ ସହିତ ଜଡିତ ବ୍ୟକ୍ତିଗତ ସୂଚନା ଲିକ କରିବା ଆରମ୍ଭ କରିଥିଲେ।
ନିକଟରେ ଦୀପିକା ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍‌ କରିଛନ୍ତି। ପୋଷ୍ଟରେ ଦୀପିକାଙ୍କ ‘ସ୍ପିରିଟ୍‌’ରେ ୧୦% ଲାଭ ଅଂଶ ପାଇଁ ଦାବି ସମ୍ପର୍କରେ ଭାଙ୍ଗା ଭାଇମାନଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଥିଲେ। ପୋଷ୍ଟରେ ଉଲ୍ଲେଖ ଥିଲା ଯେ, ପ୍ରତିକ୍ରିୟାଗୁଡ଼ିକ ଏପରି ମନେ ହେଉଛି ଯେପରି ଦୀପିକା ସମ୍ପୂର୍ଣ୍ଣ ଫିଲ୍ମ ଏବଂ ଭାଙ୍ଗାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଦାବି କରିଥିଲେ। ଏହି ସମସ୍ୟା ‘ପୁରୁଷ ଅହଂକାର’ ଏବଂ ‘ମହିଳା ବିଦ୍ୱେଷ’ରୁ ଉତ୍ପନ୍ନ। ଜଣେ ମହିଳା ଏକ ଚୁକ୍ତିକୁ ମନା କରିଦେଇଥିଲେ ଏବଂ କିଛି ଲୋକ ତାଙ୍କୁ ‘ନା’ କହିବାକୁ ପସନ୍ଦ କରି ନ ଥିଲେ। ଏହି ପୋଷ୍ଟଟି ଦୀପିକାଙ୍କୁ ପସନ୍ଦ ଆସିଥିଲା।

ଦୀପିକାଙ୍କ ଦାବି ମନୋରଞ୍ଜନ ଶିଳ୍ପରେ କିଛି ନୂଆ ନୁହେଁ। ପୁରୁଷ ଅଭିନେତାମାନେ ଫିଲ୍ମ ଲାଭାଂଶ, ସ୍ଥିର କାର୍ଯ୍ୟ ଘଣ୍ଟା ଏବଂ ଅନ୍ୟାନ୍ୟ ସୁବିଧା ପାଉଛନ୍ତି। ଏପରି ସର୍ତ୍ତାବଳୀ ସ୍ଥିର କରୁଥିବା ଜଣେ ପୁରୁଷ ଅଭିନେତାଙ୍କୁ ‘ଅନୁଶାସିତ’ କିମ୍ବା ‘ବୃତ୍ତିଗତ‘ କାହିଁକି କୁହାଯାଏ। କିନ୍ତୁ ଯେତେବେଳେ ନିଜ ସର୍ତ୍ତାବଳୀରେ କାମ କରିବାକୁ ଜିଦ କରୁଥିବା ଜଣେ ମହିଳାଙ୍କୁ ‘କଡ଼ା’ କୁହାଯାଉଛି। ଏହା କାହିଁକି ବୋଲି ଦୀପିକା ପ୍ରତିବାଦ କରିଆସୁଛନ୍ତି।

 

Dharitri – Odisha’s No.1 Odia Daily

 

Share