ଝଗଡ଼ା ଖବର ଭିତରେ ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ନୂଆ ଭିଡିଓ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର କପଲ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହକୁ ୪ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହା ପୂର୍ବରୁ ପ୍ରାୟ ୬ ବର୍ଷର ଡେଟିଂ ପରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଶଂସକ ଏହି ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ନିକଟରେ ଏମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏହାକୁ ଦେଖିବା ପରେ ସମସ୍ତେ କହୁଥିଲେ ଦୀପବୀରଙ୍କ ମଧ୍ୟରେ ବୋଧହୁଏ ଝଗଡା ହୋଇଛି । କାରଣ ଉକ୍ତ ଭିଡିଓରେ ରଣବୀର ଦୀପିକାଙ୍କ ହାତ ଧରିବାକୁ ଚାହୁଁଥିଲେ ବି ସେ ଏହାକୁ ଅଣଦେଖା କରି ଚାଲି ଯାଇଥିଲେ । ଆଉ ଏମିତି ଏକ ଖବର ଆସିଥିଲା ଚର୍ଚ୍ଚାକୁ । ଏହି ଖବର ଭିତରେ ଏବେ ଦୀପବୀରଙ୍କ ଆଉ ଏକ ରୋମାଣ୍ଟିକ ଭିଡିଓ ସାମ୍ନାକୁ ଆସିଛି । ଯାହା ପ୍ରଶଂସକଙ୍କୁ ପୁଣି ଚମକାଇ ଦେଇଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦୀପିକା ତାଙ୍କ ଡେବ୍ୟୁ ମୁଭି ‘ଓମ ଶାନ୍ତି’ର ଏକ ଡାଏଲଗ କହୁଥିବା ଶୁଣିବାକୁ ମିଳିଛି । ଆଉ ଏହାର ଜବାବରେ ଗୋଲିୟୋଁ କି ରାସଲିଳା ରାମ-ଲିଳାରେ ନିଜ ଅବତାରରେ ରଣବୀର କହୁଛନ୍ତି , ମୋତେ ପଚାର… ଏହାର ଗ୍ୟାରେଣ୍ଟି ମୁଁ ଦେଇ ପାରିବି ।
ଦୀପବୀରଙ୍କ ଏହି କେମଷ୍ଟ୍ରେିକୁ ଦେଖି ପ୍ରଶଂସକ ଖୁବ୍ ଖୁସି ହୋଇଛନ୍ତି । ଏମାନଙ୍କ ଭିତରେ ଯେ ସବୁ ଠିକ ଠାକ ଅଛି ତାହା ବି ସ୍ପଷ୍ଟ କରିଛନ୍ତି କପୁଲ । ହେଲେ ଏକ ଇଭେଣ୍ଟରେ ରେଡ କାର୍ପେଟରେ ଦୀପବୀରଙ୍କ ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଟେନସନ ବଢି ଯାଇଥିବା ବେଳେ ଏବେ ପ୍ରଶଂସକ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

Share