ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ହେବାକୁ ସମୟ ପାଆନ୍ତି ନାହିଁ । କିନ୍ତୁ ଯେତେବେଳେ ବି ଉଭୟ ଏକ ପୋଷ୍ଟ ଶେୟାର କରନ୍ତି,ତାହା ଭାଇରାଲ ହୋଇଥାଏ। ଏବେ ଦୀପିକା ଇନଷ୍ଟାରେ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହୋଇଛି। ଦୀପିକା ରଣଭୀରଙ୍କ ଏପରି ଫଟୋ ଶେୟାର କରିଛନ୍ତି ଯାହା ଦେଖି ସେ ମୁଣ୍ଡରେ ହାତ ଦେଇଛନ୍ତି।
ଇନଷ୍ଟାରେ ଦୀପିକାଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ରଣବୀର ମୁଣ୍ଡ ଘୋଡାଇଥିବା ଦେଖାଯାଇଛି। ସେ ଶୋଇଛନ୍ତି କି ବାହାରେ ଦେଖୁଛନ୍ତି ତାହା ଜଣା ପଡିନାହିଁ। ଏହି ଫଟୋ ଶେୟାର କରିବାବେଳେ ଦୀପିକା ଲେଖିଥିଲେ – ମାଇ ମର୍ନିଂ ଭିୟ୍ୟୁ(ମୋ ସକାଳର ଦୃଶ୍ୟ) ଦୀପିକା ଏହି ଫଟୋ ଶେୟାର କରିବା ମାତ୍ରେ ଭାଇରାଲ ହୋଇଛି। କିଛି ସମୟ ପରେ ରଣଭୀର ସେହି ଫଟୋ ଉପରେ କମେଣ୍ଟ ଦେଇ ଲେଖିଥିଲେ – ବେବି, ଏ କ’ଣ କରୁଛ। ଏହା ସହିତ ସେ ମୁଣ୍ଡରେ ହାତ ଦେଉଥିବା ଇମୋଜି ମଧ୍ୟ ଶେୟାର କରିଥିଲେ। ନିକଟରେ ଦୀପିକା ଏବଂ ରଣଭୀର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ସହ ଡିନର୍‌ କରୁଥିବା ନଜର ଆସିଥିଲେ। ଦୀପିକା ଏବଂ ସିନ୍ଧୁ ବହୁତ ଭଲ ବନ୍ଧୁ ଏବଂ ସମୟ ପାଇବା ମାତ୍ରେ ସେମାନେ ପରସ୍ପରକୁ ଭେଟିବା ପାଇଁ ବାହାନା ଖୋଜନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri